Home News in Odia ଶ୍ରୀମନ୍ଦିରରୁ କରୋନା କଟକଣା ହଟିଲା

ଶ୍ରୀମନ୍ଦିରରୁ କରୋନା କଟକଣା ହଟିଲା

ଭୁବନେଶ୍ୱର : ଶ୍ରୀମନ୍ଦିରେ ଲାଗିଥିବା କରୋନା କଟକଣା ଉଠାଇ ନିଆଯାଇଛି । ମାର୍ଚ୍ଚ ୩୦ ତାରିଖରୁ ଭକ୍ତରେ ସବୁଦିନ ଭଳି ରବିବାର ମଧ୍ୟ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ । ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ହୋଇଥିବା ଏହି ନିଷ୍ପତ୍ତି ସଂକ୍ରାନ୍ତରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ଏହି ନିଷ୍ପତ୍ତି ଅନୁଯାୟୀ ରବିବାର ଦିନ ସର୍ବସାଧାରଣ ଦର୍ଶନ ସହିତ ଦର୍ଶନ ସମୟ ଉପରେ ଥିବା କଟକଣାକୁ ବି ହଟାଇ ଦିଆଯାଇଛି । ଭକ୍ତମାନେ ପହୁଡ ଖୋଲିବା ଠାରୁ ଶ୍ରୀଜୀଉମାନଙ୍କ ପହୁଡ ପଡିବା ପର୍ଯ୍ୟନ୍ତ ଦର୍ଶନ ସୁଯୋଗ ପାଇବେ ।

ଉଲ୍ଲେଖନୀ ଯେ କରୋନା କଟକଣା ଯୋଗୁଁ ଲାଗି ଥିବା କଟକଣାକୁ କର୍ତ୍ତୃପକ୍ଷ ଧିରେ ଧିରେ ହଟାଇବାରେ ଲାଗିଛନ୍ତି । ପ୍ରଥମେ ମନ୍ଦିର ପ୍ରବେଶ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ଆବଶ୍ୟକ ହେବା ସହିତ ମନ୍ଦିର ବିଶୋଧନ ପାଇଁ ପ୍ରତି ରବିବାର ଦିନ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଥିଲା ।

କରୋପା ପ୍ରକୋପ କମିବାପରେ କୋଭିଡ ରିପୋର୍ଟ କଟକଣାକୁ ହଟାଇ ନିଆଯାଇଥିବାବେଳେ ଏବେ ରବିବାର ବନ୍ଦ ସହିତ ଦର୍ଶନ ସମୟ କଟକଣାକୁ ମଧ୍ୟ ହଟାଇ ନେବାପାଇଁ ଛତିଶାନିଯୋଗ ବୈଠକରେ ସ୍ଥିର ହୋଇଛି ।