Home General ଶ୍ରୀମନ୍ଦିରକୁ ରୂପା ଦାନ

ଶ୍ରୀମନ୍ଦିରକୁ ରୂପା ଦାନ

ପୁରୀ : ଶ୍ରୀମନ୍ଦିରକୁ ଆଜି ଜଣେ ଦାତା ୨୧କିଲୋଗ୍ରାମ ରୂପା ଦାନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଉପସ୍ଥିତିରେ ଭୁବନେଶ୍ୱରର ଶିବ ପ୍ରସାଦ ପଣ୍ଡା ଓ ତାଙ୍କ ପରିବାରର ସଦସ୍ୟମାନେ ଏହି ରୂପା ପ୍ରଦାନ କରିଛନ୍ତି ।

ନିର୍ଦ୍ଦିଷ୍ଟ ଭାବେ ରତ୍ନ ସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କ ସହ ଅଧିଷ୍ଠିତ ଭୂଦେବୀ, ଶ୍ରୀଦେବୀ ଏବଂ ଦକ୍ଷିଣୀଘରେ ବିଜେ ମଦନମୋହନଙ୍କ ନୂତନ ପ୍ରଭା ନିର୍ମାଣ ନିମନ୍ତେ ଏହି ରୂପା ଦାନ କରିଛନ୍ତି । ପ୍ରକାଶ ଥାଉ କି ଏହି ବିଗ୍ରହମାନେ ବିଭିନ୍ନ ପର୍ବପର୍ବାଣୀ ସମୟରେ ମହାପ୍ରଭୁଙ୍କ ପ୍ରତିନିଧିଭାବେ ନୀତିକାନ୍ତି ସମାପନ ପାଇଁ ଯାତ୍ରା କରିଥାନ୍ତି ।

ନଅ ମାସର କରୋନା କଟକଣା ପରେ ଆଜି ସର୍ବସାଧାରଣଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ସହିତ ଦର୍ଶନ ସୁବିଧା ମିଳିଥିବାବେଳେ ଏହି ଦାନ ମିଳିପାରିଛି । ଗତ ଡିସେମ୍ବର ୨୨ ତାରିଖରୁ ଶ୍ରୀମନ୍ଦିର ଖୋଲିଥିଲେ ମଧ୍ୟ ପ୍ରଥମେ ସେବକଙ୍କ ପରିବାର ଓ ପରେ ପୁରୀବାସୀଙ୍କୁ ଦର୍ଶନ ସୁଯୋଗ ମିଳିଥିଲା ।