Home General ଶୀତରେ ଜମିଲା ସାଇକେଲଗିରି

ଶୀତରେ ଜମିଲା ସାଇକେଲଗିରି

ଭୁବନେଶ୍ୱର : ଶୀତକୁ ଜବାବଦେଲେ ସ୍ମାର୍ଟ୍ ସିଟିର ୩୦୦ରୁ ଉଦ୍ଧ୍ୱର୍ ସାଇକେଲ ଆରୋହୀ । ଆଜି ଦିନରେ ବର୍ଷର ଶେଷ ସାଇକ୍ଲୋଥନରୁ ଜଣାପଡିଥିଲା ଭୁବନେଶ୍ୱରର ସାଇକେଲିଆଙ୍କ ଉତ୍ସାହ ।

ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ଏବଂ ଭୁବନେଶ୍ୱର ମହାହନଗର ନିଗମର ମିଳିତ ପ୍ରୟାସରେ କରାଯାଇଥିବା ଏହି ଫିଟ୍ ଇଣ୍ଡିଆ ସାଇକଲଥୋନ୍ କ୍ୟାମ୍ପେନରେ ଭାଗିଦାରିତାର ସାଇକେଲଗିରି ପ୍ରମାଣ ଦେଇଛନ୍ତି ଭୁବନେଶ୍ୱରର ସାଇକେଲପ୍ରେମୀମାନେ । ସ୍ଥାନୀୟ ଶିଶୁଭବନଛକ ସ୍ଥିତ ଏକାମ୍ରପ୍ଲାଜାଠାରୁ ବାହାରି ଶିଖରଚଣ୍ଡି ପର୍ଯ୍ୟନ୍ତ ୧୨.୧ କି ମି . ବିଶିଷ୍ଟ ଲମ୍ବା ଯାତ୍ରା କରିଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମର ଆକର୍ଷଣ ଥିଲା ଅର୍ଜୁନ ପୁରସ୍କାରରେ ସାଇକେଲିଷ୍ଟ୍ ଭାବେ ସମ୍ମାନିତା ମିନତି ମହାପାତ୍ର ଏବଂ କମିଶନର ପ୍ରେମ୍ ଚନ୍ଦ୍ର ଚୌଧୁରୀଙ୍କ ମିଳିତ ଭାବେ ସାଇକେଲ ଆରୋହୀଙ୍କୁ ଉତ୍ସାହିତ କରିବା ।
ବ୍ୟାୟାମର ଆବଶ୍ୟକତା ଆଜି ଦିନରେ କରୋନା ପ୍ରତିରୋଧ ପାଇଁ ଏକ ଆୟୁଧ ଭଳି କାର୍ଯ୍ୟକରୁଥିବା ବେଳେ ସାଇକେଲଗିରିରେ ଭାଗନେବାର ଉତ୍ସାହ ଏହାକୁ ଦ୍ୱିଗୁଣିତ କରିଥିବା କହିଛନ୍ତି ମିନତି ମହାପାତ୍ର ।

ସ୍ମାର୍ଟସିଟି ର ମୁଖ୍ୟ ପରିଚାଳକ, ତଥା ବିଏମସିର କମିଶନର ପ୍ରେମ୍ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଭୁବନେଶ୍ୱରରେ ଏହି ସାଇକେଲଗିରି ଅଭିଯାନକୁ ଆଗେଇ ନେବାରେ ଆବାସିକ କଲ୍ୟାଣ ସଂଙ୍ଘଙ୍କ ଭୂୁମିକା ପ୍ରଶଂସନୀୟ ଯାହା ଏକ ପ୍ରକାର ଗୋଷ୍ଠୀସହଭାଗୀତାର ପରିଚୟ ଦେଇଛି । ଶୁକ୍ରବାରର ସାଇକଲଥନ୍ ନିମନ୍ତେ ବିଏମସି ତରଫରୁ ସାଇକେଲ୍ ଟ୍ରାକଗୁଡିକରୁ ଜବରଦଖଲ ଉଛେଦ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସହଯୋଗୀ ହୋଇଛି ।
ଏହାପରେ ସାଇକଲଥୋନର ସଂଗୀତ ବଜାଯାଇ ସାଇକଲଗିରିର ଅଂଶଗ୍ରହଣକାରୀମାନେ ମାଡିଚାଲିଥିଲେ ଶିଖରଚଣ୍ଡୀ ଅଭିମୁଖେ ।

ପ୍ରତି ଶୁକ୍ରବାର ସାଇକଲଗିରିକୁ ଭୁବନେଶ୍ୱରରେ ଉତ୍ସାହିତ କରାଯାଉଛି ଏବଂ ବିଏମସି ଓ ସ୍ମାର୍ଟସିଟିର ମିଳିତ ଉଦ୍ୟମ ତଥା ନାଗରିକଙ୍କ ସହଯୋଗ ଏହାକୁ ନିଶ୍ଚିତଭାବେ ସଫଳ କରିବବୋଲି ଆଶା ପୋଷଣ କରିଛନ୍ତି ଯୋଗଦେଇଥିବା ଅଧିକାରୀମାନେ ।