Home General ଶହୀଦ ଯବାନଙ୍କ ଲାଗି କ୍ୟାଣ୍ଡେଲ ଶୋଭାଯାତ୍ରା

ଶହୀଦ ଯବାନଙ୍କ ଲାଗି କ୍ୟାଣ୍ଡେଲ ଶୋଭାଯାତ୍ରା

ଭୁବନେଶ୍ୱର : ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଶହୀଦ ହୋଇଥିବା ୫ଜଣ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଲାଗି ରୋଟାରୀ କ୍ଲବ ଏବଂ ରୋଟ୍ରାକ୍ଟ କ୍ଲବ ଭୁବନେଶ୍ୱର ତୋଷାଳୀ ପକ୍ଷରୁ ରାଜଧାନୀରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜନ ହୋଇଥିଲା ।

ଏଥିରେ କ୍ଲବର ସଦସ୍ୟ ସୁକାନ୍ତ ସାହୁ, ଯଜ୍ଞାଶିଶ ମହାପାତ୍ର, ସୌରଭ ସାହୁ, ସାକ୍ୟ ସିଂହ ପଟ୍ଟନାୟକ, ଅନୀଲ ଶାହା, ମାଣିକ ପ୍ରଧାନ, ପ୍ରତ୍ୟୁଷ ଶାହା, ଶାଶ୍ୱତ ସାହୁ, ଜଗଦୀଶ ସିଠ, ବାୟୁସେନାର ଅବସରପ୍ରାପ୍ତ ଅଧିକାରୀ ରମେଶ ପାଣି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସ୍ଥାନୀୟ ଯୁବକ ଓ ଯୁବତୀମାନେ ଏଥିରେ ସହଯୋଗ କରିଥିଲେ ।

ରୋଟ୍ରାକ୍ଟ କ୍ଲବର ଯୁବ ସଦସ୍ୟମାନେ ସ୍ଥାନୀୟ ଡେଲଟା ଛକରୁ ସିଟି ଓମେନ୍ସ ଛକ ପର୍ଯ୍ୟନ୍ତ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିବାବେଳେ ଏଥିରେ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକେ ଯୋଡିହୋଇ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଶୋଭାଯାତ୍ରାରେ ସୁନୀଲ ସାହୁ, ଏସ୍‍.ପୂଜାରିଣୀ, ଗାୟତ୍ରୀ ମହାରଣା ଆଦି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here