Home Judiciary ଶପଥ ନେଲେ ଜଷ୍ଟିସ୍ ଏସ୍‌. ମୂରଲୀଧର

ଶପଥ ନେଲେ ଜଷ୍ଟିସ୍ ଏସ୍‌. ମୂରଲୀଧର

କଟକ: ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଏସ୍‌. ମୁରଲୀଧର । ରାଜଭବନରେ ଆଜି ଏହି ଶପଥ ପାଠ ଉତ୍ସବ ଆୟୋଜିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ପୂର୍ବାହ୍ନ ପ୍ରାୟ ୮ଟା ୩୦ରେ ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟମାନେ ରାଜଭବନ ପରିସରରେ ପହଞ୍ଚିଥିଲେ । ଏହାପରେ ସକାଳ ପ୍ରାୟ ୯ଟା ୩୦ରେ ଶପଥ ପାଠ ଉତ୍ସବ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଗୃହ ସଚିବ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଡିଜିପି ଅଭୟଙ୍କ ସମେତ ହାଇକୋର୍ଟର ବହୁ ବିଚାରପତି ଉପସ୍ଥିତ ଥିଲେ । କରୋନା କଟକଣା ଯୋଗୁ ଖୁବ କମ୍ ଅତିଥିଙ୍କ ଉପସ୍ଥିତିରେ ଏହି ଉତ୍ସବ ଆୟୋଜିତ ହୋଇଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ପ୍ରବେଶ ଅନୁମତି ମିଳିନଥିଲା ।

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ଏସ୍‌. ମୂରଲୀଧର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ. ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ପୂର୍ବରୁ ପଞ୍ଜାବ ଓ ହରିଆଣା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିବା ଜଷ୍ଟିସ୍ ମୂରଲୀଧରଙ୍କୁ କିଛି ଦିନ ତଳେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁୁକ୍ତି ମିଳିଥିଲା ।

୧୯୬୧ ମସିହା, ଅଗଷ୍ଟ ୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଜଷ୍ଟିସ୍ ମୂରଲୀଧର । ବିଏସ୍‍ସି, ଏଲ୍‍ଏଲ୍‍ବି, ପିଏଚଡି କରିବା ପରେ ୧୯୮୪ ସେପ୍ଟେମ୍ବର ୧୨ ତାରିଖ ଚେନ୍ନାଇ ସିଭିଲ କୋର୍ଟରେ ଆଡଭୋକେଟ ଭାବେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସେ ପଞ୍ଜାବ-ହରିଆଣା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିବା ପରେ ୨୦୦୬ରେ ସେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଆଜି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବ ଯୋଗ ଦେଲେ । ପଞ୍ଜାବ-ହରିଆଣା ଓ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଥିବାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।

ଡ. ଜଷ୍ଟିସ୍ ଏସ.ମୂରଲିଧର ବିଶେଷ କରି ସାମ୍ବିଧାନିକ, ନିର୍ବାଚନ, କ୍ରାଇମ ଏବଂ ମାନବ ଅଧିକାର କ୍ଷେତ୍ରରେ ଦଖଲ ରହିଛି । ଏହା ବ୍ୟତୀତ ସେ କାଉନ୍‍ସେଲ ଫର ଇଲେକ୍ସନ କମିଶନ ଅଫ ଇଣ୍ଡିଆ, ଜାତୀୟ ମାନବାଧିକାର କମିଶନ, ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ ଏବଂ ୟୁନିଭର୍ସିଟି ଗ୍ରାଣ୍ଟ କମିଶନରେ କାମ କରିଛନ୍ତି । ଏଥିସହିତ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟ ଲିଗାଲ ସର୍ଭିସ କମିଟିର ସଭ୍ୟ ଥିଲେ । ଜଷ୍ଟିସ ଏସ୍ ମୂରଲୀଧର ଦିଲ୍ଲୀ ହାଇକୋର୍ଟର ଆଡିସନାଲ ଜଜ ଭାବେ ୨୦୦୬ ମେ ୨୯ରେ ଯୋଗ ଦେଇଥିଲେ ଏବଂ ସ୍ଥାୟୀ ଜଜ ଭାବେ ୨୦୦୭ ଅଗଷ୍ଟ ୯ରେ ଯୋଗ ଦେଇଥିଲେ । ପରେ ମାର୍ଚ୍ଚ ୬ ୨୦୨୦ରେ ସେ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟକୁ ବଦଳି ହୋଇ ଆସିଥିଲେ ।