Home Industry ଲଘୁ ଖଣିଜ ଉତ୍ତୋଳନ ୩୦ ପ୍ରତିଶତ

ଲଘୁ ଖଣିଜ ଉତ୍ତୋଳନ ୩୦ ପ୍ରତିଶତ

ରାଜ୍ୟରେ ଥିବା ଲଘୁ ଖଣିଜ ଦ୍ରବ୍ୟ ମଧ୍ୟରୁ ମାତ୍ର ୩୦ ପ୍ରତିଶତ ଉତ୍ତୋଳନ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ସମସ୍ତ ଲଘୁ ଖଣିଜ ଦ୍ରବ୍ୟର ବ୍ୟବହାର କରିଥିବାବେଳେ ନବରଙ୍ଗପୁର ଜିଲ୍ଲା ସବୁଠାରୁ କମ୍‍ ମାତ୍ର ୧୦ ପ୍ରତିଶତ ବ୍ୟବହାର କରିପାରିଛି ।

ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟର ବ୍ୟବହାର ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ କରିଥିବା ସମୀକ୍ଷାରୁ ଏହି ସୂଚନା ମିଳିଛି । ରାଜ୍ୟରେ ୪୭୬୭ଟି ଲଘୁ ଖଣିଜ ଉତ୍ସ ଥିବାବେଳେ ୧୪୨୮ରୁ ଖନନ କରାଯାଇଛି ଯାହାକି ମୋଟ୍‍ ସମ୍ପଦର ମାତ୍ର ୩୦ ପ୍ରତିଶତ । କେନ୍ଦ୍ରପଡା ଜିଲ୍ଲାରେ ଥିବା ସମୁଦାୟ ୨୮ଟି ଉତ୍ସରୁ ଉତ୍ତୋଳନ ହେଉଥିବାବେଳେ ନବରଙ୍ଗପୁରରେ ଏହା ମାତ୍ର ୧୦ ପ୍ରତିଶତ ରହିଛି । ଅନ୍ୟ ୬ଟି ଜିଲ୍ଲା ଯଥା ବରଗଡ, ପୁରୀ, ନୟାଗଡ, ଖୋରଧା, ଗଜପତି ଓ କଳାହାଣ୍ଡିରେ ୨୦ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇପାରିଛି ।

ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ଲଘୁ ଖଣିଜ ଦ୍ରବ୍ୟ ଉତ୍ସରୁ ଉତ୍ତୋଳନ ପାଇଁ ସମୟ ଧାର୍ଯ୍ୟ ହୋଇଛି । ତେବେ ଜିଲ୍ଲା ସ୍ତରରୁ ମିଳିଥିବା ସୂଚନା ଅନୁଯାୟୀ ୭୪୦ଟି ପ୍ରସ୍ତାବ ଏବେ ବି ପରିବେଶ ଅନୁମୋଦନ ଅପେକ୍ଷାରେ ରହିଛି । ଉତ୍ତୋଳନ ଯୋଜନା ଥିବା ୪୭ଟି ପ୍ରସ୍ତାବ ବିଭାଗୀୟ ଅଧିକାରୀଙ୍କ ମଞ୍ଜୁରୀ ପାଇଁ ଅଟକି ରହିଛି ।

ସେହିଭଳି ଲଘୁ ଖଣିଜ ପଦାର୍ଥ ଥିବା ଇଲାକାରେ ୧୫,୫୮୪ଟି ଚଢଉ ଓ ତନଖି କରାଯାଇଥିବାବେଳେ ୧୪,୩୦୯ଟି ମାମଲାରେ ଏହି ଖଣିଜ ଦ୍ରବ୍ୟର ଚୋରି ଓ ବେଆଇନ୍‍ ଖନନ ହେଉଥିବା ଦୃଷ୍ଟିକୁ ଆସିଛି । ଏଭଳି କାର୍ଯ୍ୟପାଇଁ ୨୦୨୦-୨୧ ବର୍ଷରେ ୨୨କୋଟି ୪ଲକ୍ଷ ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ସମୀକ୍ଷା ବୈଠକରେ ଜଣକ ପରେ ଜଣେ ଜିଲ୍ଲାପାଳ ଅଂଶଗ୍ରହଣ କରିଥିବାବେଳେ ଡିସେମ୍ବର ପ୍ରଥମ ସପ୍ତାହ ପୂର୍ବରୁ ଖନନ କାର୍ଯ୍ୟ ସାରିବାପାଇଁ କୁହାଯାଇଥିଲା ।

ଲଘୁ ଖଣିଜ ଦ୍ରବ୍ୟ କିଭଳି ଧାର୍ଯ୍ୟ ସମୟରେ ଖନନ ହୋଇପାରିବ ସେଥିପାଇଁ ତହସିଲଦାରମାନେ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ସ୍ଥିର ହୋଇଛି । ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳମାନେ ନିୟମିତ ଭାବେ କାର୍ଯ୍ୟର ସମୀକ୍ଷା କରିବେ । ସେହିଭଳି ତହସିଲଦାରମାନେ ରାଜ୍ୟ ସ୍ତରୀୟ ପରିବେଶ ମଞ୍ଜୁରୀ ପ୍ରାଧିକରଣ (ଏସ୍‍ଇଆଇଏଏ)ଙ୍କ ନିକଟରେ ଆବଶ୍ୟକ ଦସ୍ତାବିଜ୍‍ ସଂଲଗ୍ନ ନିର୍ଭୁଲ ଦରଖାସ୍ତ ଦାଖଲ କରିବାକୁ କୁହାଯାଇଛି । ଏଡିଏମ୍‍ ଏବଂ ଉପଜିଲ୍ଲାପାଳମାନେ ତହସିଲଦାର ଏବଂ ଏସ୍‍ଇଆଇଏଏ କର୍ତ୍ତୃପକ୍ଷଙ୍କ ସହିତ ସମନ୍ୱୟ ରକ୍ଷାକରି ସପ୍ତାହକ ମଧ୍ୟରେ ପରିବେଶ ଅନୁମତି ଦେବାପାଇଁ କୁହାଯାଇଛି ।

ପରିବେଶ ଅନୁମତି ପ୍ରଦାନ ନେଇ ଲଘୁ ଖଣିଜ ନିର୍ଦ୍ଦେଶକ ନିୟମିତ ଭାବେ ଏସ୍‍ଇଆଇଏଏ କର୍ତ୍ତୃପକ୍ଷଙ୍କ ସହିତ ନିୟମିତ ସମ୍ପର୍କ ରଖିବା ସହିତ ଏହାର ଅଗ୍ରଗତି ଅନୁଧ୍ୟାନ ଲାଗି କୁହାଯାଇଛି । ସେହିଭଳି ଲଘୁ ଖଣିଜ ଥିବା ଅଞ୍ଚଳ ପାଇଁ ତହସିଲଦାର କିମ୍ବା ଡିଏଫ୍‍ଓ କିଏ ସାର୍ଟିଫିକେଟ ଦେବେ ତାହା ଉପରେ ଏସ୍‍ଇଆଇଏଏ କର୍ତ୍ତୃପକ୍ଷ ବିଚାର କରିବେ । ସମସ୍ତ ତହସିଲ ଅଞ୍ଚଳରେ ନିୟମିତ ଚଢଉ ସହିତ ସମ୍ବେଦନଶୀଳ ତହସିଲଗୁଡିକରେ ଏନ୍‍ଫୋର୍ସମେଣ୍ଟ ସେଲ୍‍ ଖୋଲିବାକୁ କୁହାଯାଇଛି ।  

LEAVE A REPLY

Please enter your comment!
Please enter your name here