Home General ରାଜ୍ୟରେ ୨୯୨୪ କିନ୍ନର ପଞ୍ଜିକୃତ

ରାଜ୍ୟରେ ୨୯୨୪ କିନ୍ନର ପଞ୍ଜିକୃତ

457
0

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୯୨୪ ଜଣ କିନ୍ନର ପଞ୍ଜିକୃତ ହୋଇଛନ୍ତି । ଏମାନଙ୍କ ନିମନ୍ତେ ଘର ତିଆରି ଲାଗି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଅନୁରୋଧ କରାଯାଇଛି ।

ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ପଞ୍ଜିକୃତ ହୋଇଥିବା ୨୯୨୪ କିନ୍ନରଙ୍କ ମଧ୍ୟରୁ ସର୍ବାଧିକ ୪୮୫ ଜଣ ମୟୂରଭଞ୍ଜ ଜିଲ୍ଲରୁ ହୋଇଥିବା ବେଳେ ବାଲେଶ୍ୱରରୁ ୩୦୨, ଖୋର୍ଦ୍ଧାରୁ ୨୮୩, ରାୟଗଡ଼ାରୁ ୨୦୯, ଅନୁଗୁଳରୁ ୧୯୫, କଟକରୁ ୧୮୩, ବଲାଙ୍ଗୀରରୁ ୧୫୩, ଢେଙ୍କାନାଳରେ ୧୩୬, କୋରାପୁଟରୁ ୧୨୭ ଜଣ ରହିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ ସବୁଠାରୁ କମ୍‍ ମାତ୍ର ୪ ଜଣ କିନ୍ନର ପଞ୍ଜିକୃତ ହୋଇଥିବା ବେଳେ ନୂଆପଡ଼ା ଜିଲ୍ଲାରେ ଏହି ସଂଖ୍ୟା ୬ ରହିଛି । ଅନ୍ୟ ଜିଲ୍ଲାଗୁଡ଼ିକରେ ପଞ୍ଜିକୃତ କିନ୍ନରଙ୍କ ସଂଖ୍ୟା ଦୁଇଅଙ୍କରେ ସୀମିତ ଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here