Home General ରାଜଧାନୀରେ ସେଞ୍ଚୁରୀ ମାରିଲା ପେଟ୍ରୋଲ

ରାଜଧାନୀରେ ସେଞ୍ଚୁରୀ ମାରିଲା ପେଟ୍ରୋଲ

ଭୁବନେଶ୍ୱର : ରାଜଧାନୀରେ ସେଞ୍ଚୁରୀ ମାରିଛି ପେଟ୍ରୋଲ । ଗତ ୨୪ଘଣ୍ଟା ମଧ୍ୟରେ ଲିଟର ପ୍ରତି ୩୬ ପଇସା ବୃଦ୍ଧିପାଇ ଆଜି ରାଜଧାନୀର ଲିଟର ପ୍ରତି ଦର ୧୦୦ ଟଙ୍କା ୧ପଇସାରେ ପହଞ୍ଚିଛି । ତେବେ ଡିଜେଲ ମୂଲ୍ୟ ୯୭ଟଙ୍କା ୨୫ପଇସାରେ ଅପରିବର୍ତ୍ତିତ ରହିଛି ।

କଟକରେ ପେଟ୍ରୋଲ ଦର ଆଜି ୧୦୦ ଟଙ୍କା ଅତିକ୍ରମ କରିଛି । ପଟ୍ରୋଲ ବର୍ତ୍ତମାନ ଐତିହାସିକ ସହର କଟକରେ ଲିଟର ପ୍ରତି ୧୦୦ ଟଙ୍କା ୩ପଇସାରେ ବିକ୍ରି ହେଉଛି ।

ସମ୍ବଲପୁର, ବଲାଙ୍ଗିର, ସୁନ୍ଦରଗଡ ଏବଂ ରାୟଗଡା ସମେତ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ପଟ୍ରୋଲ ପୂର୍ବରୁ ୧୦୦ ଟଙ୍କା ଅତିକ୍ରମ କରିସାରିଛି । ମାଲକାନଗିରି ଜିଲ୍ଲାରେ ଲିଟର ପିଛିା ପେଟ୍ରୋଲ ଦର ସର୍ବାଧିକ ୧୦୫ ଟଙ୍କା ୮ ପଇସା ରହିଛି ।

ପେଟ୍ରୋଲର ଏଭଳି ଦରବୃଦ୍ଧିର ଦୁଇଟି କାରଣ ହେଉଛି ଆର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଏବଂ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଟିକସ ।

ସେପଟେ ରାଜ୍ୟ ସରକାର ବି ତୈଳଦର ବୃଦ୍ଧିକୁ ଦୃଷ୍ଟିରେ ରଖି ବସ୍‍ଭଡା ବଢାଇଛନ୍ତି । ସାଧାରଣ ଓ ଏକ୍ସପ୍ରେସ ବସ ସେବାର ଭଡା କିଲୋମିଟର ପ୍ରତି ୪ପଇସା ବଢିଥିବାବେଳେ ଡିଲକ୍ସ ଏବଂ ଏସି ଡିଲକ୍ସ ସେବାର ଭଡା କିଲୋମିଟର ପ୍ରତି ୮ପଇସା ବୃଦ୍ଧି ପାଇଛି । ସୁପର ପ୍ରିମିୟମ ଭଡା କିଲୋମିଟର ପିଛା ୧୨ପଇସା ବଢିଛି ।