Home Administration ଯୋଗଦେଲେ ନୂଆ କମିଶନର

ଯୋଗଦେଲେ ନୂଆ କମିଶନର

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ନୂତନ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ବିଜୟ ଅମୃତା କୁଲାଙ୍ଗେ । କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଆନୁଷ୍ଠାନିକ ସ୍ୱାଗତ କରାଯାଇଛି । ଏହାପରେ ସେ ସ୍ମାର୍ଟ ସିଟି, କ୍ରୁଟ୍ ଇତ୍ୟାଦି କାର୍ଯ୍ୟାଳୟ ଯାଇ ସେଠାରେ ପ୍ରଥମ ଦିନର ଆନୁଷ୍ଠାନିକ ପ୍ରକ୍ରିୟା ଶେଷ କରିଛନ୍ତି ।

ସନ୍ଧ୍ୟାରେ ନୂଆ କମିଶନର ମେୟରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହାପରେ ବିଏମସିର ବିଭିନ୍ନ ଉପବିଭାଗୀୟ ଅଧିକାରୀଙ୍କ ସହିତ ଏକ ସ୍ୱଳ୍ପ ସମୟ ବୈଠକରେ ଯୋଗଦେଇ କମିଶନର ଶ୍ରୀ କୁଲାଙ୍ଗେ ପ୍ରାରମ୍ଭିକ ପରିଚୟ ଏବଂ ଉପବିଭାଗୀୟ କାର୍ଯ୍ୟ ବାବଦରେ ସୂଚନା ନେଇଛନ୍ତି ।

ଟିମ୍ ୱାର୍କ ବା ସମସ୍ତଙ୍କୁ ନେଇ କାମରେ ଆଗେଇବାକୁ ହେବ । କୌଣସି ସମସ୍ୟା ପାଇଁ ଯାହାର ଆବଶ୍ୟକତା ରହିଛି ସେମାନଙ୍କୁୁ ନେଇ ସମାଧାନ କରିବାକୁ ହେବବୋଲି କହିଛନ୍ତି କମିଶନର । କାର୍ଯ୍ୟପ୍ରଗତି ପାଇଁ ଉଭୟ କର୍ମଚାରୀ ଏବଂ କର୍ପୋରେସନ୍ ର ମିଳିତ ଚେଷ୍ଟାର ଆବଶ୍ୟକତା ରହିଛି, ତେଣୁ ସମସ୍ତ ଉପବିଭାଗୀୟ ଅଧିକାରୀଙ୍କ ସହିତ କାର୍ଯ୍ୟ, ଲକ୍ଷ୍ୟସ୍ଥଳ ଏବଂ କାର୍ଯ୍ରପ୍ରକ୍ରିୟାର ନିୟମିତ ସମୀକ୍ଷା ହେବାକୁ ସେ ଗରୁତ୍ୱ ଦେଇଛନ୍ତି ।

କ୍ଷେତ୍ର ବିଶେଷରେ ଆମକୁ ଉପସ୍ଥିତ ହେବାକୁ ପଡିବ ବୋଲି ସେ କହିଛନ୍ତି । ଏଠାରେ ଚାଲୁଥିବା ଅନଲାଇନ୍ ପ୍ରକ୍ରିୟା ଏବଂ ଅନ୍ୟ ଦିଗର ପ୍ରଗତିକୁ ଅହୁରି ଆଗକୁ ନେବାକୁ ଆହ୍ୱାନ ଦେଇଛନ୍ତି କମିଶନର ।

LEAVE A REPLY

Please enter your comment!
Please enter your name here