Home Education ଯୁକ୍ତ ଦୁଇ ଅଫ୍‍ଲାଇନ୍‍ ପରୀକ୍ଷାରେ ୬୮.୬୬% ପାଶ୍‍

ଯୁକ୍ତ ଦୁଇ ଅଫ୍‍ଲାଇନ୍‍ ପରୀକ୍ଷାରେ ୬୮.୬୬% ପାଶ୍‍

ଭୁବନେଶ୍ୱର : ଯୁକ୍ତ-୨ର ସ୍ୱତନ୍ତ୍ର ପରୀକ୍ଷା ଫଳ ଯଥା କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ଆଜି ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ହୋଇଛି । ପୂନଃମୂଲ୍ୟାୟନ ନିମନ୍ତେ ରାଜ୍ୟରୁ ୧୨,୩୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ୮୪୬୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ପରୀକ୍ଷାରେ ପାସ ହାର ଶତକଡ଼ା ୬୮.୬୬ ପ୍ରତିଶତ ରହିଛି ।

ଯୁକ୍ତ-୨ କଳାରେ ପ୍ରଥମ ଶ୍ରେଣୀରେ ୫୪୬, ଦ୍ୱିତୀୟ ଶ୍ରେଣୀରେ ୩୪୪ ଏବଂ ତୃତୀୟ ଶ୍ରେଣୀରେ ୨୬୯୬ ଜଣ ଛାତ୍ର ପାସ୍‌ କରିଥିବାବେଳେ ଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୪୧୭, ଦ୍ୱିତୀୟ ଶ୍ରେଣୀରେ ୨୬୮ ଏବଂ ତୃତୀୟ ଶ୍ରେଣୀରେ ୨୦୩୯ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

ଯୁକ୍ତ-୨ ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ୭୩, ଦ୍ୱିତୀୟ ଶ୍ରେଣୀରେ ୩୫ ଏବଂ ତୃତୀୟ ଶ୍ରେଣୀରେ ୧୭୯ ଜଣ ଛାତ୍ର ଉତ୍ତୀର୍ଣ୍ଣ ହୋଇଥିବାବେଳେ ଛାତ୍ରୀମାନଙ୍କ ମଧ୍ୟରେ ପ୍ରଥମ ଶ୍ରେଣୀରେ ୨୯ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୫ ଜଣ ଏବଂ ତୃତୀୟ ଶ୍ରେଣୀରେ ୮୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ସେହପରି ଯୁକ୍ତ-୨ ବିଜ୍ଞାନ ପାଠ୍ୟକ୍ରମରେ ପ୍ରଥମ ଶ୍ରେଣୀରେ ୭୯ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୪୫ ଜଣ ଏବଂ ତୃତୀୟ ଶ୍ରେଣୀରେ ୬୯୯ ଜଣ ଛାତ୍ର କୃତକାର୍ଯ୍ୟ ହୋଇଥିବାବେଳେ ଛାତ୍ରୀମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୫୭ ଜଣ, ଦ୍ୱିତୀୟ ଶ୍ରେଣୀରେ ୯୭ ଜଣ ଏବଂ ତୃତୀୟ ଶ୍ରେଣୀରେ ୪୧୧ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ପ୍ରଥମ ଶ୍ରେଣୀରେ ୫ ଜଣ, ଦ୍ୱିତୀୟ ଶ୍ରେଣୀରେ ୩୭ ଜଣ, ତୃତୀୟ ଶ୍ରେଣୀରେ ୮୩ ଜଣ, ଛାତ୍ର ଉତ୍ତୀର୍ଣ୍ଣ ହୋଇଥିବାବେଳେ ଛାତ୍ରୀମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୫ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୩ ଜଣ, ତୃତୀୟ ଶ୍ରେଣୀରେ ୫୫ ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଯୁକ୍ତ-୨ କଳାରେ ୮୯୩୫ ପରୀକ୍ଷାର୍ଥୀ ମଧ୍ୟରୁ ୬୩୧୦ ଜଣ ପାସ୍‌ କରିଛନ୍ତି । କଳାରେ ପାସ୍‌ ହାର ଶତକଡ଼ା ୭୦.୬୨ ରହିଛି । ଯୁକ୍ତ-୨ ବାଣିଜ୍ୟରେ ୬୧୫ ପରୀକ୍ଷାର୍ଥୀ ମଧ୍ୟରୁ ୪୨୨ ପାସ୍‌ କରିଛନ୍ତି ଏବଂ ପାସ୍‌ ହାର ଶତକଡ଼ା ୬୮.୬୧ ରହିଛି ।

ଯୁକ୍ତ-୨ ବିଜ୍ଞାନରେ ୨୩୩୧ ପରୀକ୍ଷାର୍ଥୀ ମଧ୍ୟରୁ ୧୫୦୧ ପାସ କରିଛନ୍ତି ଏବଂ ପାସ୍‌ ହାର ଶତକଡ଼ା ୬୪.୩୯ ରହିଛି । ଧନ୍ଦାମୂଳକ ଶିକ୍ଷାରେ ୪୪୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୨୭ ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ ହାର ଶତକଡ଼ା ୫୧୫୯ ରହିଛି ।