Home News in Odia ମୁର୍ମୁଙ୍କ ପାଇଁ ପ୍ରସ୍ତାବକ ରହିବେ ଦୁଇ ବିଜେଡି ମନ୍ତ୍ରୀ

ମୁର୍ମୁଙ୍କ ପାଇଁ ପ୍ରସ୍ତାବକ ରହିବେ ଦୁଇ ବିଜେଡି ମନ୍ତ୍ରୀ

ଭୁବନେଶ୍ୱର : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ତାଙ୍କର ନାମାଙ୍କନପତ୍ର ଦାଖଲ ସମୟରେ ବିଜେଡିର ଦୁଇ ମନ୍ତ୍ରୀ ଉପସ୍ଥିତ ରହିବେ । ଏ ନେଇ ଆଜି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ନାମାଙ୍କନପତ୍ର ଦାଖଲ ବେଳେ ରାଜ୍ୟ ଅନୁସୂଚୀତ ଜାତି ଓ ଜନଜାତି କଲ୍ୟାଣ ତଥା ପଛୁଆବର୍ଗ ଏବଂ ଆଇନମନ୍ତ୍ରୀ ଜଗନ୍ନାଥ ସରକାର ଏବଂ ରାଜ୍ୟ ଜଳସଂପଦ, ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ରହିବା ସହିତ ନାମାଙ୍କନପତ୍ରରେ ସ୍ୱାକ୍ଷର କରିବେ ।

ଶ୍ରୀମତୀ ମୁର୍ମୁଙ୍କ ନାମାଙ୍କନପତ୍ରକୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ବାସଭବନରେ ପ୍ରସ୍ତୁତି କରାଯାଇଥିବା ଜଣାଯାଇଛି । ଅନ୍ୟ ପ୍ରସ୍ତାବକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ରାଜନାଥ ସିିଂହ, ଅମିତ ଶାହ, ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍‍ଡା ଆଦି ଅଛନ୍ତି ।

ଶ୍ରୀମତୀ ମୁର୍ମୁ ଓଡ଼ିଶାର ଝିଅ ହୋଇଥିବାରୁ ତାଙ୍କୁ ଦଳମତ ନିର୍ବିଶେଷରେ ଭୋଟ ଦେବା ଲାଗି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‍କରି ଅପିଲ୍‍ କରିଥିଲେ । ଆଜି ଶ୍ରୀମତୀ ମୁର୍ମୁ ନୂଆଦିଲ୍ଲୀରେ ପହଞ୍ôଚବା ପରେ ଓଡ଼ିଶା ଭବନରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି ।

ଶ୍ରୀମତୀ ମୁର୍ମୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଶ୍ରୀମତୀ ମୁର୍ମୁ ହେବେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ।

LEAVE A REPLY

Please enter your comment!
Please enter your name here