Home News in Odia ମୁର୍ମୁଙ୍କୁ ସମର୍ଥନ କରିବନି କଂଗ୍ରେସ

ମୁର୍ମୁଙ୍କୁ ସମର୍ଥନ କରିବନି କଂଗ୍ରେସ

ଭୁବନେଶ୍ୱର : ଏନ୍‍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟ କଂଗ୍ରେସର ବିଧାୟକମାନେ ଭୋଟ୍‍ ଦେବେନାହିଁ । ଏ ନେଇ ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସ୍ପଷ୍ଟ କରିଛନ୍ତି ।

ଶ୍ରୀ ମିଶ୍ର କହିଛନ୍ତି ଯେ ଶ୍ରୀମତୀ ମୁର୍ମୁ ଜଣେ ଭଲ ଲୋକ ଓ ତାଙ୍କ ସହିତ ମୋର ଭଲ ସଂପର୍କ ରହିଛି । ତେବେ ସେ ଆରଏସଏସ ଓ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣୀତ ଥିବାରୁ ନୀତିଗତ ଦୃଷ୍ଟିରୁ ମୁଁ କିମ୍ବା ମୋ ଦଳ ତାଙ୍କୁ ଭୋଟ ଦେବ ନାହିଁ ।

ଏନ୍‍ଡିଏ ପକ୍ଷରୁ ଶ୍ରୀମତୀ ମୁର୍ମୁଙ୍କ ନାମ ଘୋଷଣା ହେବା ପୂର୍ବରୁ ବିରୋଧୀ ଦଳ ତାହାର ପ୍ରାର୍ଥୀ ଘୋଷଣା କରିଥିଲା । ରାଜନୀତିରେ ଜଣକୁ ଛିଡାକରି ଅନ୍ୟ ଜଣକୁ ଭୋଟ ଦେବା ବେଇମାନ ଛଡା ଅନ୍ୟ କିଛି ନୁହେଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଅନ୍ୟପକ୍ଷରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱ ନେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓ ବିଜେପି ସଭାପତିଙ୍କର ପ୍ରଥମ ପସନ୍ଦ ହେଉଛନ୍ତି ଶ୍ରୀମତୀ ମୁର୍ମୁ । ତେଣୁ ତାଙ୍କ ସମର୍ଥନ କରିବ ଛଡା ଅନ୍ୟବାଟ ନାହିଁ । ଏଭଳି ପ୍ରାର୍ଥୀଙ୍କୁ ଯେକେହି ସମର୍ଥନ କରିବେ ବୋଲି ଶ୍ରୀମତୀ ଷଡଙ୍ଗୀ ଗଣମାଧ୍ୟମକୁ କହିଛନ୍ତି ।