Home General ମୁଖ୍ୟ ଶାସନ ସଚିବଙ୍କ ମାତୃ ବିୟୋଗ

ମୁଖ୍ୟ ଶାସନ ସଚିବଙ୍କ ମାତୃ ବିୟୋଗ

ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନାଙ୍କ ମାତା ଶ୍ରୀମତୀ ଶକୁନ୍ତଳା ଜେନାଙ୍କର ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ପରିବାର ବର୍ଗ,ବନ୍ଧୁ ଓ ଆତ୍ମୀୟ ସ୍ୱଜନମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

 ଆଜି ଦିନ ପ୍ରାୟ ୧.୪୦ ମିନିଟ୍ ସମୟରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କର ଦେହାନ୍ତ ସଂବାଦ ପାଇ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ପ୍ରମୁଖ  ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ପ୍ରମୁଖ  ଶାସନ ସଚିବଶ୍ରୀ ହେମନ୍ତ  ଶର୍ମା, ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ, ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ, ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ, ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର, ଓଏସପିସିବି ସଦସ୍ୟ ସଚିବ ଡଃ. କେ. ମୁରୁଗେସନ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ଭୁପେନ୍ଦ୍ର ସିଂ ପୁନିଆ, କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରଓ୍ୱାଲ ଏବଂ ରାଜ୍ୟ ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀବୃନ୍ଦଆଜି ମୁଖ୍ୟ ଶାସନ ସଚିବଙ୍କ ଭୁବନେଶ୍ୱର ୟୁନିଟ୍ -୬ ସ୍ଥିତ ସରକାରୀ ବାସ ଭବନକୁ ଯାଇ ସ୍ୱର୍ଗୀୟା ଜେନାଙ୍କର ପାର୍ଥିବ ଶରୀରର ଶେଷ  ଦର୍ଶନ କରିବା ସହପୁଷ୍ପମାଲ୍ୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ପରେ ଆଜି ସଂଧ୍ୟାରେ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।