Home News in Odia ମା ସାରଳାଙ୍କ ପୀଠ ର ବିକାଶ ପାଇଁ ମାଷ୍ଟର ପ୍ଲାନ

ମା ସାରଳାଙ୍କ ପୀଠ ର ବିକାଶ ପାଇଁ ମାଷ୍ଟର ପ୍ଲାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ ଅନୁଯାୟୀ  ମୁଖ୍ୟମନ୍ତ୍ରୀ ଙ୍କ ସଚିବ (5T  ) ଶ୍ରୀ ଭି କେ ପାଣ୍ଡିଆନ ଆଜି ଜଗତସିଂହପୁର ର ଝଙ୍କଡ଼ ପୀଠ କୁ ଯାଇ  ମା ସାରଳା ଙ୍କୁ ପୂଜାର୍ଚନା କରିଥିଲେ  ଏବଂ ପୀଠ ର ବିକାଶ ସମ୍ପର୍କରେ ସେବାୟତ , ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ  ସହ  ଆଲୋଚନା କରିଥିଲେ ।

ଝଙ୍କଡ଼  ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତି ପୀଠ . ମା ସାରଳା ଙ୍କ ଆଶୀର୍ବାଦରୁ ଏହି ପୀଠରୁ  ଆଦିକବି  ସାରଳା  ଦାସ ସାରଳା  ମହାଭାରତ  ରଚନା  କରିଥିଲେ । ପ୍ରତିଦିନ ଏହି ପୀଠ କୁ ମା ଙ୍କ ଦର୍ଶନ  ପାଇଁ ବିଭିନ୍ନ ସ୍ଥାନରୁ  ଭକ୍ତ  ମାନେ ଆସିଥାନ୍ତି. ତେଣୁ ଭକ୍ତ  ମାନଙ୍କ ସୁବିଧା  ପାଇଁ ପୀଠ ର ବିକାଶ ଜରୁରୀ  ହୋଇ  ପଡିଛି ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ଶ୍ରୀ ପାଣ୍ଡିଆନ ପୀଠ ର ବିକାଶ ସମ୍ପର୍କ ରେ ସେବାୟତ, ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ  ବିସ୍ତୃତ ଆଲୋଚନା  କରିଥିଲେ । ପୀଠ ର ଆବଶ୍ୟକତା କୁ ଭିତ୍ତି କରି  ବିକାଶ ପାଇଁ ତୁରନ୍ତ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ନିର୍ଦେଶ ଦେଇ ଥିଲେ ।

ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ପରେ  5Tmodel ରେ ଏହା କାର୍ଯ୍ୟକାରୀ କରାଯିବ । ଏହି ପରିଦର୍ଶନ ସମୟରେ  ଜଗତସିଂହପୁର ଜିଲ୍ଲାପାଳ ସୁଶ୍ରୀ ପାରୁଲ ପାଟୱାରୀ ଓ ଜିଲ୍ଲାର ବରିଷ୍ଠ  ଅଧିକାରୀ  ମାନେ ଉପସ୍ଥିତ  ଥିଲେ ।