Home Health ମାସ୍କ ନପିନ୍ଧିଲେ ୫ହଜାର ଜୋରିମାନା

ମାସ୍କ ନପିନ୍ଧିଲେ ୫ହଜାର ଜୋରିମାନା

ଭୁବନେଶ୍ୱର : ମାସ୍କ ପିନ୍ଧୁନଥିବା ଅମାନିଆଙ୍କ ପ୍ରତି ସରକାର କଠୋର ହୋଇଛନ୍ତି । ଏଣିକି ଯଦି ସର୍ବସାଧାରଣ ସ୍ଥାନରେ କେହି ମାସ୍କ ପିନ୍ଧି ନ ଥାନ୍ତି, ତେବେ ତାଙ୍କଠାରୁ ୨୦୦୦ ଟଙ୍କା ଜୋରିମାନା ଆଦାୟ କରାଯିବ ।

ଏହି ଜୋରିମାନା ପରିମାଣ ପ୍ରଥମ ଥର କିମ୍ବା ଦ୍ୱିତୀୟ ଥର ପାଇଁ ମାସ୍କ ନପିନ୍ଧି ଧରାପଡୁଥିବା ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ ହେବ । ପରବର୍ତ୍ତୀ ସମୟରେ ଧରାପଡିଲେ ୫୦୦୦ ଟଙ୍କା ଆଦାୟ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ।

ରାଜ୍ୟ ସରକାର ଓଡିଶା କୋଭିଡ-୧୯ (ପଞ୍ଚମ ସଂଶୋଧନ) ନିୟମାବଳୀ, ୨୦୨୦ ରେ ସଂଶୋଧନ ଆଣିଛନ୍ତି । ତଦନୁସାରେ ମାସ୍କ ନ ପିନ୍ଧିବା ପାଇଁ ଜରିମାନା ପରିମାଣ ତୁରନ୍ତ ପ୍ରଭାବ ସହିତ ବୃଦ୍ଧି କରାଯାଇଛି ।

ଦ୍ୱିତୀୟ ଥର ପାଇଁ ଓଡ଼ିଶା ସରକାର ଜୋରିମାନା ଆଦାୟ କରୁଛନ୍ତି । ପୂର୍ବରୁ ପ୍ରଥମ ଥର ପାଇଁ ନିୟମ ନମାନୁଥିବା ବ୍ୟକ୍ତିଙ୍କ ପାଇଁ ଏହା ୫୦୦ ଟଙ୍କା ଜୋରିମାନା ହୋଇଥିଲା ଏବଂ ପରେ ଏହାକୁ ୧୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

ଇର୍ତ୍ତମାନ କୋଭିଡ-୧୯ର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ଏବଂ ଲୋକମାନେ ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାର କରୁନଥିବାରୁ ରାଜ୍ୟ ସରକାର ଜୋରିମାନା ବୃଦ୍ଧି କରିଛନ୍ତି ।