Home Environment ମାର୍ଚ୍ଚ ୧୩ ପରେ ବଢିବ ଦିନ ତାପମାତ୍ରା

ମାର୍ଚ୍ଚ ୧୩ ପରେ ବଢିବ ଦିନ ତାପମାତ୍ରା

ଭୁବନେଶ୍ୱର : ଆରବ ସାଗର ଆଡୁ ପୂର୍ବ ଭାରତ ଆଡକୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ବନ୍ଦ ହେବା ଯୋଗୁଁ ଓ ଏକ ଅପର ଏୟାର ଟ୍ରଫ୍ ପୂର୍ବ ଦିଗକୁ ଗତି କରିବା ସମ୍ଭାବନା ଥିବାରୁ ମାର୍ଚ୍ଚ ୧୩ରୁ ଓଡ଼ିଶାରେ ଦିନର ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ଶନିବାର କୁହାଯାଇଛି ।

କେନ୍ଦ୍ର ପକ୍ଷରୁ ଏକ ବୁଲେଟିନ୍‌ରେ କୁହାଯାଇଛି ଯେ ରାଜ୍ୟର କେତେକ ସ୍ଥାନରେ ୩୭ରୁ ୩୯ ଡିଗ୍ରୀ ସେଲ୍‌ସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ ।

ବର୍ତମାନ ଉପକୂଳ ଓଡ଼ିଶାର ତାପମାତ୍ରା ୩୩ ରୁ ୩୫ ଡିଗ୍ରୀ ସେଲ୍‌ସିୟସ୍ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର ୩୫ ରୁ ୩୭ ଡିଗ୍ରୀ ସେଲ୍‌ସିୟସ୍ ରହିଥିବା ବେଳେ ଏହା ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଅପରିବର୍ତିତ ରହିବ ବୋଲି ବୁଲେଟିନ୍‌ରେ କୁହାଯାଇଛି । ଆରବ ସାଗରରୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ନିମନ୍ତେ ଏହି ତାପମାତ୍ରା ବୃଦ୍ଧି ପାଇ ନାହିଁ ।