Home General ମହିଳା ବୁଣାକାରଙ୍କୁ ତାଲିମ

ମହିଳା ବୁଣାକାରଙ୍କୁ ତାଲିମ

71
0

ଭୁବନେଶ୍ୱର : ରାଜ୍ୟ ସରକାର ଗତ ୫ ବର୍ଷ ମଧ୍ୟରେ ୨୮୯୭ ଜଣ ମହିଳା ବୁଣାକାରଙ୍କୁ ଦକ୍ଷତା ବୃଦ୍ଧି ତାଲିମ ଦେଇଥିବା ବେଳେ ୬୮ ଜଣଙ୍କୁ ରାଜ୍ୟ ବାହାରକୁ ପରିଭ୍ରମଣରେ ପଠାଇଛନ୍ତି ।

ବୟନଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରରେ ମହିଳା ବୁଣାକାରଙ୍କ ସଂକ୍ରାନ୍ତରେ ବିଜେଡି ବିଧାୟକ ଭୂପିନ୍ଦର ସିଂହ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍‍ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ୫୯,୬୭୩ ଜଣ ମହିଳା ବୁଣାକାର ଥିବା ବେଳେ ସେମାନଙ୍କ ମଧ୍ୟରୁ ଗତ ୫ ବର୍ଷରେ ୨୮୯୭ ଜଣଙ୍କୁ ଦକ୍ଷତା ବୃଦ୍ଧି ତାଲିମ୍‍ ଦିଆଯାଇଛି । ସେହିଭଳି ୬୮ ଜଣ ମହିଳା ବୁଣାକାରଙ୍କୁ ରାଜ୍ୟ ଭିତରେ ତଥା ରାଜ୍ୟ ବାହାରେ ଥିବା ବିଭିନ୍ନ ହସ୍ତତନ୍ତ ପୁଞ୍ଜକୁ ପରିଭ୍ରମଣରେ ନିଆଯାଇଛି ।

ବୁଣାକାରମାନଙ୍କୁ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ସଚେତନ ଓ ଆଧୁନିକ ଉପାୟରେ କମ୍‍ ସମୟରେ ଅଧିକ ହସ୍ତତନ୍ତ ବସ୍ତ୍ର ଉତ୍ପାଦନ ପାଇଁ ବିଗତ ୫ ବର୍ଷ ମଧ୍ୟରେ ବିଭିନ୍ନ ଜିଲ୍ଲାର ପ୍ରମୁଖ ସ୍ଥାନଗୁଡ଼ିକରେ କର୍ମଶାଳା ଆୟୋଜନ ହୋଇଛି ।

୧୪ଟି ଜିଲ୍ଲାରେ ଆୟୋଜିତ ଏହି କର୍ମଶାଳାରେ ଯୋଗ ଦେଇଥିବା ବୁଣାକାରମାନଙ୍କ ମଧ୍ୟରୁ ପୁରୁଷଙ୍କ ତୁଳନାରେ ମହିଳା ବୁଣାକାରଙ୍କ ସଂଖ୍ୟା କମ୍‍ ରହିଛି । କଟକ ଜିଲ୍ଲାରେ ସର୍ବାଧିକ କର୍ମଶାଳା ଆୟୋଜିତ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ମାତ୍ର ଗୋଟିଏ କର୍ମଶାଳା ଆୟୋଜିତ ହୋଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here