Home Administration ମନୋରଞ୍ଜନ ହେଲେ ମୁଖ୍ୟ ଆୟକର କମିଶନର

ମନୋରଞ୍ଜନ ହେଲେ ମୁଖ୍ୟ ଆୟକର କମିଶନର

ଭୁବନେଶ୍ୱର : ଆୟକର ବିଭାଗରେ ଗତକାଲି ୩୬ ଜଣ ପ୍ରଧାନ ଆୟକର କମିଶନରଙ୍କୁ ପଦୋନ୍ନତି ଦିଆଯାଇଛି । ପଦୋନ୍ନତି ପରେ ସେମାନେ ମୁଖ୍ୟ ଆୟକର କମିଶନର ଭାବେ କାର୍ଯ୍ୟନିର୍ବାହ କରିବେ ।

ଏଥି ମଧ୍ୟରେ ୪ ଜଣ ଓଡ଼ିଆ ଅଫିସର ଅନ୍ତର୍ଭୁକ୍ତ । ସେମାନେ ହେଲେ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ଶ୍ରୀ ବିଜୟାନନ୍ଦ ପୃଷେଠ୍‌, ଶ୍ରୀ ଦେବେନ୍ଦ୍ର ନାରାୟଣ କର ଏବଂ ଶ୍ରୀ ସୀମାଚଳ ଦାଶ ।

ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ବର୍ତ୍ତମାନ କଟକରେ ପ୍ରଧାନ ଆୟକର କମିଶନର ଭାବରେ ଅବସ୍ଥାପିତ । ଶ୍ରୀ ପାଣିଗ୍ରାହୀ ଆୟକର ବିଭାଗର ପ୍ରାୟ ସମସ୍ତ କ୍ଷେତ୍ରରେ ସୁଚାରୁ ରୂପେ କାର୍ଯ୍ୟ କରିଛନ୍ତି । ଶ୍ରୀ ପାଣିଗ୍ରାହୀ ପୂର୍ବରୁ ଓଡ଼ିଶା ସରକାରଙ୍କର ସଂସ୍କୃତି, ସୂଚନା ଓ ଲୋକସଂପର୍କ ବିଭାଗର ଶାସନ ସଚିବ ଥିଲେ ।

ତାଙ୍କର ପାଞ୍ଚବର୍ଷ ଅବଧି ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି । ଶ୍ରୀ ବିଜୟାନନ୍ଦ ପୃଷେଠ୍‌ ବର୍ତ୍ତମାନ ସମ୍ବଲପୁରର ପ୍ରଧାନ ଆୟକର କମିଶନର । ଏହା ପୂର୍ବରୁ ସେ କଟକରେ ଅବସ୍ଥାପିତ ଥିଲେ । ଓଡ଼ିଶା ବାହାରେ ମଧ୍ୟ ସେ ଦକ୍ଷତାର ସହ ଅନେକ ବର୍ଷ କାର୍ଯ୍ୟ କରିଛନ୍ତି । ଏକା ସମୟରେ ଚାରିଜଣ ଓଡ଼ିଶାର ଅଧିକାରୀ ଆୟକର ବିଭାଗର ଉଚ୍ଚ ଆସନକୁ ଯିବା ନିଶ୍ଚିତ ଭାବରେ ରାଜ୍ୟ ପାଇଁ ଖୁସିର ବିଷୟ ।

LEAVE A REPLY

Please enter your comment!
Please enter your name here