Home Election ମଇ ୩୧ରେ ବ୍ରଜରାଜନଗର ଉପନିର୍ବାଚନ

ମଇ ୩୧ରେ ବ୍ରଜରାଜନଗର ଉପନିର୍ବାଚନ

ଭୁବନେଶ୍ୱର : ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଖାଲି ପଡ଼ିଥିବା ବିଧାୟକ ପଦ ନିମନ୍ତେ ଉପନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି ।

ପ୍ରକାଶ ଥାଉ କି, କିଶୋର ଚନ୍ଦ୍ର ମହାନ୍ତିଙ୍କ ମୃତ୍ୟୁ ଯୋଗୁଁ ବ୍ରଜରାଜନଗର ବିଧାନସଭା ଆସନ ଖାଲି ପଡ଼ିଥିଲା । ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ମଇ ମାସ ୪ ତାରିଖ (ବୁଧବାର) ବିଜ୍ଞପ୍ତି ପ୍ରକାଶ ପାଇବ ।

ସେହିପରି ମଇ ୧୧ ତାରିଖ (ବୁଧବାର) ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ, ମଇ ୧୨ ତାରିଖ (ଗୁରୁବାର) ନାମାଙ୍କନ ପତ୍ର ଯାଞ୍ଚ, ମଇ ୧୭ ତାରିଖ (ମଙ୍ଗଳବାର) ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷ ତାରିଖ, ମଇ ୩୧ ତାରିଖ (ମଙ୍ଗଳବାର) ଭୋଟଗ୍ରହଣ, ଜୁନ ୩ ତାରିଖ (ଶୁକ୍ରବାର) ଭୋଟଗଣତି ଓ ଜୁନ୍‌ ୫ ତାରିଖ (ରବିବାର) ପୂର୍ବରୁ ନିର୍ବାଚନ ପ୍ର୍ରକ୍ରିୟା ଶେଷ ହେବ ।

ଉପନିର୍ବାଚନ ପାଇଁ ଆଜିଠାରୁ ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଝାରସୁଗୁଡ଼ା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here