Home News in Odia ମଇ ୧୩ରେ ପିପିଲି ଭୋଟ

ମଇ ୧୩ରେ ପିପିଲି ଭୋଟ

ଭୁବନେଶ୍ୱର : କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗ ଯୋଗୁଁ ସ୍ଥଗିତ ରହିଥିବା ପିପିଲି ଉପନିର୍ବାଚନ ପାଇଁ ମଇ ୧୩ ତାରିଖରେ ପୁର୍ନବାର ଭୋଟଗ୍ରହଣ ହେବ । ସେହିଭଳି ମଇ ୧୬ ତାରିଖରେ ଭୋଗ ଗଣତି କରାଯିବ ବୋଲି ସୂଚନା ମିଳିଛି ।

ଉଲ୍ଲେଖନୀୟ ଯେ ଏପ୍ରିଲ୍‍ ୧୭ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଯ ଗ୍ରହଣ ହେବାକୁ ଥିବାବେଳେ ପ୍ରଚାର ସରିବାର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥ ଅଜିତ ମଙ୍ଗରାଜ କୋଭିଡରେ ପ୍ରାଣ ହରାଇଥିଲେ । ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ନିୟମ ଅନୁଯାୟୀ ପିପିଲ ଉପନିର୍ବାଚନ ସ୍ଥଗିତ ରହିଥିଲା ।

ସାନି ନିର୍ବାଚନ ତାରିଖ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଉଥିବାବେଳେ ଆଜି ଏ ନେଇ ସୂଚନା ମିଳିଛି । ମଇ ୧୩ ତାରିଖରେ ଭୋଟ ଗ୍ରହଣ ପାଇଁ ସ୍ଥିର ହୋଇଥିବାବେଳେ ଖୁବ୍‍ଶୀଘ୍ର ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ତେବେ ମିଳିଥିବା ସୂଚନା ଅନୁଯାୟୀ ଏପ୍ରିଲ୍‍ ୨୬ତାରିଖକୁ ନାମାଙ୍କନପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ ହୋଇଥିବାବେଳେ ୨୭ରେ ଯାଞ୍ଚ ଓ ୨୯କୁ ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପିପିଲିର ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କର ଅକାଳ ବିୟୋଗ ଯୋଗୁଁ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ସ୍ୱର୍ଗତ ମହାରଥୀଙ୍କ ପୁତ୍ର ରୁଦ୍ର ପ୍ରତାପ ଏଠାରୁ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ବିଜେପି ପ୍ରାର୍ଥୀ ରହିଛନ୍ତି ଆଶ୍ରିତ ପଟ୍ଟନାୟକ ।

ତେବେ ନୂଆ ତାରିଖ ଘୋଷଣା ହୋଇଥିବାବେଳେ ଏଥିରେ କେବଳ କଂଗ୍ରେସ ପ୍ରାର୍ଥୀ ହିଁ ମନୋନୟନପତ୍ର ଦାଖଲ କରିବେ । ଏହାପରେ ନିର୍ବାଚନ ପାଇଁ ପ୍ରଚାର ହେବ । ତେବେ ବର୍ତ୍ତମାନ ରାଜ୍ୟରେ କରୋନା ହୁ ହୁ ହୋଇ ମାଡୁଥିବାବେଳେ ପ୍ରାର୍ଥୀପତ୍ର ଦାଖଲ ଠାରୁ ଆରମ୍ଭକରି ପ୍ରଚାର ପର୍ଯ୍ୟନ୍ତ ର୍ନିବାଚନ ଅଧିକାରୀ କି ପକ୍ରାର କଟକଣା ଲଗାଇବେ ତାହା ଉପରେ ଏବେ ସମସ୍ତଙ୍କ ନଜର ।