Home Culture ଭର୍ଚୁଆଲ ଟୁରରେ ଲାଂଜିଆ ସଉରା ଘର

ଭର୍ଚୁଆଲ ଟୁରରେ ଲାଂଜିଆ ସଉରା ଘର

62
0

ଭୁବନେଶ୍ୱର : କରୋନା ସଂକ୍ରମଣ ଯୋଗୁଁ ଜନଜାତି ସଂଗ୍ରହାଳୟ ବନ୍ଦ ରହିଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଦର୍ଶକମାନଙ୍କ ପାଇଁ ଭର୍ଚୁଆଲ ଟୁର୍‌ର ବ୍ୟବସ୍ଥା କରାଯାଇଛି ।

ଦର୍ଶକମାନେ ଜୁନ୍‌ ୬ ତାରିଖ ଦିନ ଟୁଇଟର ଓ ଫେସ୍‌ବୁକ୍‌ ପେଜ୍‌ @stscdev, @scstrti ଖୋଲି ଲାଂଜିଆ ସଉରାଙ୍କ ଘର ବିଷୟରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଲାଂଜିଆ ସଉରା ଜନଜାତିମାନେ ଗୋଟିଏ ବଖରା ଥିବା ଘରେ ରୁହନ୍ତି । ଗୋଟିଏ ପଟେ ଉଚ୍ଚ କାଠଭାଡ଼ିରେ ଶସ୍ୟ ସଂରକ୍ଷଣ କରାଯାଇଥାଏ । ଏହାର ନିମ୍ନ ଭାଗରେ ଚୁଲି ଓ ଛୋଟ ମନ୍ଦିର ରହିଥାଏ । ଘରର ଅନ୍ୟ ପଟେ ଆକର୍ଷଣୀୟ ‘ଇଡ଼ିତାଲ’ ଚିତ୍ରକଳା ରହିଥାଏ । ଭୂତ, ପ୍ରେତ ଓ ଆତ୍ମାକୁ ତୋଷଣ କରିବା ପାଇଁ ଏହି ଚିତ୍ରକଳା ଅଙ୍କନ କରାଯାଇଥାଏ । ବାରଣ୍ଡା ତଳକୁ ଘୁଷୁରୀ ଓ ଅନ୍ୟ ପକ୍ଷୀ ରଖିବାର ବ୍ୟବସ୍ଥା ରହିଥାଏ ।

‘ଇଡ଼ିତାଲ’ ସଉରା ଜନଜାତି ସଂପ୍ରଦାୟର ଏକ ଆନୁଷ୍ଠାନିକ ଚିତ୍ରକଳା । ନାଲି ଅକ୍ସାଇଡ୍‌ ପୃଷ୍ଠଭୂମି ଉପରେ ଚାଉଳ ଗୁଣ୍ଡରେ ଏହାକୁ ଅଙ୍କନ କରାଯାଇଥାଏ । ପ୍ରତ୍ୟେକ ଧାର୍ମିକ ପୂଜାପାଠ ନିମନ୍ତେ ୬୨ ପ୍ରକାରର ‘ଇଡ଼ିତାଲ୍‌’ ରହିଛି । ସଂପ୍ରତି ଏହି ‘ଇଡ଼ିତାଲ୍‌’ ଚିତ୍ରକଳାକୁ କାଗଜ ଓ କାନଭାସ୍‌ ଉପରେ ମଧ୍ୟ ଅଙ୍କନ କରାଯାଉଛି ।

LEAVE A REPLY

Please enter your comment!
Please enter your name here