Home Energy ବୃହତ୍‍ ଶିଳ୍ପ ଉପରେ ଅଧିକ ବିଜୁଳି ବାକି

ବୃହତ୍‍ ଶିଳ୍ପ ଉପରେ ଅଧିକ ବିଜୁଳି ବାକି

ଭୁବନେଶ୍ୱର : ରାଜ୍ୟର ବୃହତ୍‍ ଶିଳ୍ପଗୁଡିକ ଉପରେ ୩୬୫କୋଟି ଟଙ୍କାରୁ ଅଧିକ ବିଜୁଳି ବାକିଆ ଗଡୁଥିବାବେଳେ ମଧ୍ୟମ ଶିଳ୍ପ ଉପରେ ଏହି ବାକି ୩୩କୋଟି ଟଙ୍କାରୁ ଅଧିକ ରହିଛି ।

ବିଧାୟକ ମୁକେଶ ମହାଲିଙ୍ଗ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ଶ୍ରୀ ମିଶ୍ର କହିଛନ୍ତି ଯେ ବୃହତ୍‍ ଶିଳ୍ପ ଉପରେ ୩୬୫କୋଟି ୬୬ଲକ୍ଷ ଟଙ୍କାର ବିଜୁଳି ବାକି ଥିବାବେଳେ ସବୁଠାରୁ ଅଧିକ ୨୨୨କୋଟି ୧୨ଲକ୍ଷ ଟଙ୍କା ନେସ୍କୋ ଅଞ୍ଚଳରେ ରହିଛି । ସେହିଭଳି ଟିପିଡବ୍ଲ୍ୟୁଓଡିଏଲ୍‍ ଅଧିନରେ ୧୨୩କୋଟି ୯୩ଲକ୍ଷ ଟଙ୍କା ଥିବାବେଳେ ଟିପିଏସ୍‍ଓଡିଏଲ୍‍ ଅଧିନରେ ୧୧.୨୪କୋଟି ଓ ଟିପିସିଓଡିଏଲ୍‍ ଅଧିନରେ ୯କୋଟି ୩୭ଲକ୍ଷ ଟଙ୍କା ରହିଛି । ସେହିଭଳି ମଧ୍ୟମ ଶିଳ୍ପ ଉପରେ ୩୩କୋଟି ୬ଲକ୍ଷ ଟଙ୍କା ବାକି ଥିବାବେଳେ ସବୁଠାରୁ ଅଧିକ ୧୭କୋଟି ୪୯ଲକ୍ଷ ଟଙ୍କା ଟିପିସିଓଡିଏଲ୍‍ ଅଧିନରେ ରହିଛି ।

ବାକିଆ ବିଜୁଳି ଦେୟ ଯୋଗୁଁ ସଂଯୋଗ ଚ୍ଛିନ୍ନ ହୋଇଥିବା କମ୍ପାନୀଗୁଡିକ ମଧ୍ୟରେ ବାଲେଶ୍ୱର ଆଲଏଜ, ମିଡ୍‍ ଇଷ୍ଟ ଷ୍ଟିଲ୍‍, ମୈଥାନ ଇସ୍ପାତ, ଭାରତୀ ଷ୍ଟିଲ୍‍, ରୁଙ୍ଗଟା ସନ୍‍, ବି.ଆର.ଷ୍ଟିଲ ଆଣ୍ଡ ପାୱାର, ଖେଦାରିଆ ଇସ୍ପାତ, ରାଧାକ୍ରିଷ୍ଣ ଇଣ୍ଡଷ୍ଟ୍ରି, ସାଇ ନାଥ ମିନେରାଲ୍ସ, ସମଲେଶ୍ୱରୀ ରାଇସ୍‍ମିଲ୍‍, ବରୁଣ ବେଭରେଜ ଆଦି ରହିଥିବା ମନ୍ତ୍ରୀ ଦର୍ଶାଇଛନ୍ତି ।