Home Administration ବିଷ୍ଣୁପଦଙ୍କୁ ସୂଚନା ଓ ଲୋକସମ୍ପର୍କ ଦାୟିତ୍ୱ

ବିଷ୍ଣୁପଦଙ୍କୁ ସୂଚନା ଓ ଲୋକସମ୍ପର୍କ ଦାୟିତ୍ୱ

115
0

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ୍‍ ଅଫିସର ସ୍ତରରେ ଅଦଳ ବଦଳ କରିବା ସହିତ ୧୯୯୫ ବ୍ୟାଚ୍‍ ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି । ଶ୍ରୀ ସେଠୀ ଏବେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି ।

ସେହିଭଳି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଥିବା ୧୯୯୫ ବ୍ୟାଚ୍‍ ଆଇଏଏସ୍‍ ହେମନ୍ତ ଶର୍ମାଙ୍କୁ ଅତିରିକ୍ତ ଭାବେ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ଦାୟିତ୍ୱ ପ୍ରଦାନ କରାଯାଇଛି ।

୧୯୯୭ ବ୍ୟାଚ୍‍ ଆଇଏଏସ୍‍ ସଞ୍ଜୟ କୁମାର ସିଂହଙ୍କୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) କମିଶନର ଭାବେ ନିଯୁକ୍ତି ମିଳିଛି । ଏଥି ସହିତ ଶ୍ରୀ ସିଂହଙ୍କୁ ଅତିରିକ୍ତ ଭାବେ ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟସିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଦାୟିତ୍ୱ ପ୍ରଦାନ କରାଯାଇଛି ।

୨୦୦୨ ବ୍ୟାଚ୍‍ ଆଇଏଏସ୍‍ ଡକ୍ଟର କ୍ରିଷନ କୁମାରଙ୍କୁ ଅତିରିକ୍ତ ଭାବେ ଇଡ୍‍କୋର ସିଏମ୍‍ଡି ଦାୟିତ୍ୱ ପ୍ରଦାନ କରାଯାଇଛି । ଡକ୍ଟର କୁମାର ଏବେ ପୂର୍ତ୍ତ ସଚିବ ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଉଛନ୍ତି । ସେହିଭଳି ବିଏମ୍‍ସି କମିଶନର ଥିଫବା ୨୦୧୦ ବ୍ୟାଚ୍‍ ଆଇଏଏସ୍‍ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସ୍‍ଡି ଭାବେ ବଦଳି କରାଯାଇଛି ।

LEAVE A REPLY

Please enter your comment!
Please enter your name here