Home General ବିପୁଳ ପରିମାଣର ଟିକସ ଫାଙ୍କି ବିଦେଶୀ ମଦ ଜବତ

ବିପୁଳ ପରିମାଣର ଟିକସ ଫାଙ୍କି ବିଦେଶୀ ମଦ ଜବତ

ଭୁବନେଶ୍ୱର : ରାଜ୍ୟ ଅବକାରୀ ବିଭାଗ ଆଜି ଗୋଟିଏ ଦିନରେ ରେକର୍ଡ ପରିମାଣର ଟିକସ ଫାଙ୍କି ଟ୍ରକ ଭର୍ତ୍ତି ବିଦେଶୀ ମଦ ଜବତ କରିଛି । ଅବକାରୀ କମିଶନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶ ଅନୁଯାୟୀ ଅବକାରୀ ନିର୍ଦ୍ଦେଶାଳୟର ସୂଚନା ଆଧାରରେ ଢେଙ୍କାନାଳ ଗୁଇନ୍ଦା ଅଧିକାରୀମାନେ ଆଜି ପାହାନ୍ତାରୁ ଜିଲ୍ଲାର ହିନ୍ଦୋଳ ଥାନା ଅର୍ନ୍ତଗତ ବାଉଁଶପୋଖରୀ ଠାରେ ମଦଭର୍ତ୍ତି ଏକ ୧୨ଚକିଆ ଟ୍ରକକୁ ଜବତ କରିଛନ୍ତି । ଗୋଟିଏ ଦିନରେ ଏତେ ବିପୁଳ ପରିମାଣର ବିଦେଶୀ ମଦ ଜବତ ଘଟଣା ଓଡିଶାରେ ପ୍ରଥମ ।

ରାଜସ୍ଥାନର RJ 32 GA 8205 ନମ୍ବର ଥିବା ଏହି ଟ୍ରକରେ ଥିବା କଣ୍ଟେନରଟିର ଗୋଟିଏ ପଟ ୱାଟର ପିଉରିଫାଏର ଭଳି ତିଆରି ହୋଇଥିଲା । ଅବକାରୀ ବିଭାଗ ଅଧିକାରୀମାନେ ଗ୍ୟାସ କଟର ଦ୍ୱାରା ଏହାକୁ କାଟିଥିଲେ । ଏଥିରୁ ୧୦୭୦ ପେଟି ବିଦେଶୀ ମଦ ଜବତ ହୋଇଥିଲା । ଏହି ସମସ୍ତ ମଦ ଟିକସ ଫାଙ୍କି ଚାଲାଣ ହେଉଥିବା ଜଣାପଡିଛି । ୯୨୨୪ ଲିଟର ମଦ ଜବତ ଘଟଣାରେ ଅବକାରୀ ବିଭାଗ ତିନି ଜଣଙ୍କୁ ଗିରଫ କରିଛି ।

ଏମାନଙ୍କ ମଧ୍ୟରେ ଢେଙ୍କାନାଳର ଅବିନାଶ ମହାରଣା ଥିବାବେଳେ ହରିଆନା ସୋନିପଥର ଦୁଇ ଗାଡିଚାଳକ ସତୀଶ ନନ୍ଦ ଓ ବିଜେନ୍ଦ୍ର ଗିରଫ ହୋଇଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ଟିକସ ଫାଙ୍କି ମଦ ଅରୁଣାଚଳ ପ୍ରଦେଶରୁ ଅନୁଗୁଳ ଜିଲ୍ଲାକୁ ଆସୁଥିଲା । ଜବତ ବିଦେଶୀ ମଦର ମୂଲ୍ୟ ପ୍ରାୟ ୬୫ଲକ୍ଷ ଟଙ୍କା ହେବବାଲି ଆକଳନ କରାଯାଇଛି ।

ଏହା ବ୍ୟତିତ ଅବକାରୀ ବିଭାଗ ଫେବୃୟାରୀ ମାସର ଶେଷ ଚାରି ଦିନରେ ବେଆଇନ୍‍ ଅବାକରୀ କାରବାର ଅଭିଯୋଗରେ ୪୯୯ଜଣଙ୍କ ଗିରଫ କରିବା ସହିତ ୬୦୫ଟି ମାମଲା ରୁଜୁ କରିଛି । ଏହି ୪ଦିନରେ ଅ÷ବକାରୀ ବିଭାଗ ୩୯୧ ଲିଟର ନକଲି ବିଦେଶୀ ମଦ, ୧୬୫ଲିଟର ସ୍ପିରିଟ୍‍, ୬୩୨ ଲିଟର ବିଦେଶୀ ମଦ, ୬୮୬ ଲିଟର ବିୟର, ୧୨,୪୩୨ ଲିଟର କାରଖାନା ତିଆରି ଦେଶୀମଦ, ୧,୧୯,୪୧୫ କିଲୋ ମଦ ତିଆରି ସାମଗ୍ରୀ, ୨୧୭ କିଲୋ ଗଞ୍ଜେଇ, ୨୩୭ ଗ୍ରାମ ବ୍ରାଉନସୁଗାର ସହିତ ଏହାକୁ ଚାଲାଣ କରୁଥିବା ୧୮ଟି ଦୁଇ ଓ ଚାରିଚକିଆ ଗାଡି ଜବତ କରିଥିବା ଜଣାଯାଇଛି ।
ଏହି ଚାରିଦିନର ଧରପଗଡ ମଧ୍ୟରେ ଅବକାରୀ ଖୋରଧା ସହରରୁ ୧୮୮ ଗ୍ରାମ ବ୍ରାଉନସୁଗାର ଜବତ କରିଥିବାବେଳେ ବ୍ରହ୍ମପୁର ସହରରୁ ବିଦେଶୀ ମଦ ତିଆରି କାରଖାନା ଠାବ କରିଥିଲା । ସେଠାରୁ ୨୧୪ ଲିଟର ନକଲି ବିଦେଶୀ ମଦ, ୧୬୫ ଲିଟର ସ୍ପିରିଟ୍‍ ସହିତ ମଦ ପ୍ରସ୍ତୁତ ପାଇଁ ଥିବା ଅନ୍ୟାନ୍ୟ ସାଜ ସରଞ୍ଜାମକୁ ଜବତ କରିଛି ।

ଅନୁରୂପ ଭାବେ ବ୍ରହ୍ମପୁର ଅବାକରୀ ବିଭାଗ ୯୫ଲିଟର ନକଲି ବିଦେଶୀ ମଦ ଜବତ କରିଥିବାବେଳେ ବଲାଙ୍ଗିର ଅବକାରୀ ବିଭାଗ ୨୯ ଲିଟର ନକଲି ବିଦେଶୀ ମଦ ଜବତ କରିଛି । କନ୍ଧମାଳ ଅବକାରୀ ବିଭାଗ ଏହି ସମୟ ମଧ୍ୟରେ ୧୨୫ କିଲୋ ଗଞ୍ଜେଇ ସହିତ ଏହାକୁ ନେଇ ଯାଉଥିବା ଗୋଟିଏ ମହିନ୍ଦ୍ରା ଗାଡି ବି ଜବତ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here