Home Covid ବିଦେଶ ଯିବାକୁ ଥିବା ଶିକ୍ଷାର୍ଥୀଙ୍କୁ ଟିକାକରଣ

ବିଦେଶ ଯିବାକୁ ଥିବା ଶିକ୍ଷାର୍ଥୀଙ୍କୁ ଟିକାକରଣ

ଭୁବନେଶ୍ୱର : ବିଦେଶ ଯାଇ ଶିକ୍ଷା ଲାଭ କରିବାକୁ ଥିବା ଛାତ୍ର/ଛାତ୍ରୀ ମାନଙ୍କୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି । ତାଲିକାଭୁକ୍ତ ୮୩ ଜଣଙ୍କ ମଧ୍ୟରୁ ୧୯ ଜଣ କୋଭିସିଲ୍ଡ ଟିକା ନେଇଛନ୍ତି । ଦିନେ ସୁଇଦିନ ମଧ୍ୟରେ ଅନ୍ୟମାନେ ଏହି ଟିକା ନେବେ ।

ଖୋର୍ଦ୍ଧା ସ୍ଥିତ ପ୍ରାଣନାଥ ସ୍ୱୟଂଚାଳିତ ମହାବିଦ୍ୟାଳୟ ଏବଂ କଟକ ଗୋପାଳପୁର ସ୍ଥିତ ସି ଏମ୍ ସି କଲ୍ୟାଣମଣ୍ଡପ ଠାରେ ଏହି ଟିକାକାଣର ବ୍ୟବସ୍ଥା ହୋଇଛି । ମନ୍ଦିରମୟୀ ନଗରୀରେ କୋଭାକ୍ସିନ୍ ଦିଆଯାଉଥିବାେବେଳେ ଉଚ୍ଚ ଶିକ୍ଷା ନମନ୍ତେ ବିଦେଶକୁ ଯାଉଥିବା ଶିକ୍ଷାର୍ଥୀ ମାନଙ୍କୁ କୋଭିସିଲ୍ଡ୍ ଦେବାର ବ୍ୟବସ୍ଥା କରାଯାଇଛି ।

ଏହି ସଂକ୍ରାନ୍ତରେ ବିଦେଶରେ ବିଦ୍ୟାଧ୍ୟୟନ କରିବାକୁ ଯାଉଥିବା ଶିକ୍ଷାର୍ଥୀମାନେ ୧୯୨୯କୁ କଲ୍ କରିବାପରେ ସେମାନଙ୍କୁ ନିଜର ସମସ୍ତ ଆବଶ୍ୟକୀୟ ପ୍ରମାଣପତ୍ର ଆଣିବାକୁ କୁହାଯାଇଥିଲା । ସେଠାରେ ପଢ଼ିବାର ନାମଲେଖା ଜନିତ ପ୍ରମାଣ ଇତ୍ୟାଦି ଆଣିବାକୁ ପରାମର୍ଶ ଦିଆଯାଇଛି ।
ଆବେଦନ କରିଥିବା ସମସ୍ତ ଶିକ୍ଷାର୍ôଥଙ୍କ ପାଇଁ ତୁରନ୍ତ ସହଯୋଗ କରିବାକୁ ଯାଇ ଭୁବନେଶ୍ୱର ଅପରେସନ୍ ସେଂଟରରେ ଏକ ସ୍ୱତନ୍ତ୍ର ଡେକ୍ସ ରେ ସେମାନଙ୍କର ତାଲିକା ଏବଂ ନଥି ଯାଂଚ ଇତ୍ୟାଦି କରାଯାଇଛି ।

ଭୁବନେଶ୍ୱରର ଦେବାଶିସ୍ ଦାଶ୍‌, ଯିଏ କି ଇଂଟରନ୍ୟାସନାଲ୍ ସ୍କୁଲ୍ ଅଫ୍ ମେଡିସିନ୍‌, କିର୍ଜିସ୍ତାନରେ ପଢ଼ିବାକୁ ଯିବାର ଅଛି ସେ ପଅରଦିନ କୋଭିସିଲ୍ଡ ଟୀକା ନେଇଛନ୍ତି । ସେହିଭଳି ଖଣ୍ଡଗିରିର ସାୱନ୍ କୁମାର ସେ ସାଇବେରିଆନ୍ ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟିରେ ପଙିବାକୁ ଯାଉଛନ୍ତି, ନିଟେରେ ଟିକା ନେଇଥିବାରେୁ ନିଜର ଖୁସି ପ୍ରକାଶ କରିଛନ୍ତି ।

“ନିକଟରେ ମୁଁ କୋଭିଡ୍ ରେ ପିଡିତ ଥିଲି । ବିଦେଶରେ ପାଠ ପଢ଼ିବା ପାଇଁ ନାମ ଲେକାଇବାର ତାରିଖ ନିକଟ ହୋଇଯିବା ଜାଣି ମୁଁ ବ୍ୟସ୍ତ୍ୟ ହେଇାଥିଲି । କିନ୍ତୁ ବିଏମସିର ଏହିପରି ବ୍ୟବସ୍ଥା ମୋପାଇଁ ବହୁତ ସହାୟକ ହୋଇଛିବୋଲି, କହିଛନ୍ତି ଅନ୍ୟ ଜଣେ ଛାତ୍ର, ଯେକି ସାଇବେରିଆ ଯ୍ଧବ ନିଜର ଶିକ୍ଷା ଗ୍ରହଣର ଆୟୋଜନ କରୁଛନ୍ତି ।

ଶହୀଦନଗରର ରିସଭ୍ ଚାନ୍ଦ୍ କାନଡାରେ କେମିକାଲ୍ ଇଞ୍ଜିନିୟରିଙ୍ଗ ପଢ଼ିବାର ଆୟୋଜନ ରେ ଥିବା ବେଳେ, ତାଙ୍କୁ ଟିକା ମିଲିବାର ବ୍ୟବସ୍ଥା ପାଇଁ ସେ ଖୁସି ହେବା ସହିତ ବିଦେଶ ମାଟିରେ ଯାଇ ରହିବାର ଏକ ଆବଶ୍ୟକତା ପୂରଣ ହେଲା ବୋଲି କହିଛନ୍ତି ।

ସମ୍ ହସ୍ପିଟାଲ୍ ଅଂଚଳରେ ରହୁଥିବା ସୁଚିସ୍ମିତା ନାୟକ , ଯେକି ୟୁକ୍ରେନରେ ପଢ଼ିବାକୁ ଯିବାର ଅଛି ସେ କୋଭିସିଲ୍ଡ୍ ନେଇଥିବାରୁ ଖୁସି ଅଛନ୍ତି ଏବଂ ୟୁକ୍ରେନରେ ମେଡିକାଲ୍ ପଢ଼ୁଥିବା ପୋଷ୍ଟାଲ୍ କଲୋନିର ଉର୍ମିଳା ପ୍ରଧାନ ମଧ୍ୟ ଟିକା ନେଇ ନିଜର ଖୁସି ପ୍ରକାଶ କରିଛନ୍ତି ।