Home News in Odia ବିଦା ହେଲେ ଭିଜିଲାନ୍ସ ଇନ୍ସପେକ୍ଟର

ବିଦା ହେଲେ ଭିଜିଲାନ୍ସ ଇନ୍ସପେକ୍ଟର

ଭୁବନେଶ୍ୱର : ଜଣେ ବ୍ୟକ୍ତିଙ୍କଠାରୁ ୨୦ ଲକ୍ଷଟଙ୍କା ଦାବିକରି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଭିଜିଲାନ୍ସ ଇନ୍ସପେକ୍ଟର ଶ୍ରୀମତୀ ମାନସୀ ଜେନାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ଭାରତରସମ୍ବିଧାନ ଅନୁଚ୍ଛେଦ ୩୧୧(୨)(ବି) ନିୟମ ଅନୁଯାୟୀ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ତାଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ସମ୍ବଲପୁର ଭିଜିଲାନ୍ସ ଡିଭିଜନ୍ ଅଧିନରେ ଇନ୍‌ସପେକ୍ଟର ଭାବେ ମାନସୀ ଜେନା କାର୍ଯ୍ୟ କରୁଥିଲେ । ଜଣେ ଅଫିସରଙ୍କ ନାମରେ ଥିବା ପିଟିସନ୍‌କୁ ବନ୍ଦ କରିବା ପାଇଁ ଅନ୍ୟ ଜଣେ ବ୍ୟକ୍ତିଙ୍କ ଜରିଆରେ ଶ୍ରୀମତୀ ଜେନା ୨୦ ଲକ୍ଷ ଟଙ୍କା ଦାବି କରିଥିଲେ ।

ଏଭଳି ଏକ ସଙ୍ଗୀନ ଅଭିଯୋଗ ପାଇ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା ।ଭିଜିଲାନ୍ସ ସେଲ୍ କେଶ୍ ନଂ ୦୫/୨୦୨୨ ତା୧୨/୦୫/୨୦୨୨ରିଖରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା । ଆଜି ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି ।