Home Environment ବିଦାୟ ନେଉଛି ମୌସୁମୀ

ବିଦାୟ ନେଉଛି ମୌସୁମୀ

239
0

ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଓଡିଶାରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଛି । ଆଜି ସୁଦ୍ଧା ଅଧା ଓଡିଶାରୁ ବିଦାୟ ନେଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଅକ୍ଟୋବର ୨୬ ତାରିଖ ସୁଦ୍ଧା ମୌସୁମୀବାୟୁ ଓଡିଶାର ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ସମ୍ବଲପୁର, ବରଗଡ, ସୁବର୍ଣ୍ଣପୁର, ବଲାଙ୍ଗିର ଏବଂ ନୂଆପଡା ଜିଲ୍ଲା ସମପୂର୍ଣ୍ଣ ଭାବେ ପ୍ରତ୍ୟାବର୍ତ୍ତନ କରିଛି ।

ଏଥି ସହିତ ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ ବୌଦ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାର କେତେକ ଇଲାକାରୁ ବି ମୌସୁମୀ ବିଦାୟ ନେଇଛି ।

ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ କୋଚ ବେହାର, ଶ୍ରୀନିକେତନ, ଘଟଶୀଳା, କେନ୍ଦୁଝରଗଡ, ନବରଙ୍ଗପୁର, ଏଲୁରୁ, ନାଲଗୋଣ୍ଡା, ନାନ୍ଦେଦ, ନାସିକ ଓ ଦହନୁ ଉପର ଦେଇ ଅତିକ୍ରମ କରୁଛି ।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅବଶିଷ୍ଟ ଓଡିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ପ୍ରତ୍ୟାବର୍ତ୍ତନ କରିବା ସହିତ ଅକ୍ଟୋର ୨୮ ତାରିଖ ସୁଦ୍ଧା ସମଗ୍ର ଦେଶରୁ ବିଦାୟ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

LEAVE A REPLY

Please enter your comment!
Please enter your name here