Home Administration ବିଜୟ କୁମାର କର ନୂତନ ଜିଏସଟି ଚିଫ କମିଶନର

ବିଜୟ କୁମାର କର ନୂତନ ଜିଏସଟି ଚିଫ କମିଶନର

ଭୁବନେଶ୍ୱର : ୧୯୮୯ ବ୍ୟାଚର ଆଇଆରଏସ ଅଧିକାରୀ ବିଜୟ କୁମାର କର ନୂତନ ଚିଫ କମିଶନର, ଜିଏସଟି, ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ୍ସ, ଭୁବନେଶ୍ୱର ଜୋନ ଭାବେ ଯୋଗ ଦେଇଛନ୍ତି । ଚିଫ କମିଶନର ଭାବେ ଯୋଗ ଦେବା ପୂର୍ବରୁ ଶ୍ରୀ କର ଭୁବନେଶ୍ୱର ଜିଏସଟି ଓ ସେଣ୍ଟ୍ରାଲ ଏକ୍ସାଇଜ କମିଶନରେଟର ପ୍ରିନ୍ସିପାଲ କମିଶନର ଭାବେ କାର୍ଯ୍ୟରତ ଥିଲେ ।

୧୯୮୯ରେ ଆସିଷ୍ଟାଣ୍ଟ କମିଶନର ଭାବେ ବିଭାଗରେ ଯୋଗ ଦେଇ ସେ କୋଲକାତା, ବେଙ୍ଗାଲୁରୁ, ଭାଇଜାଗ, ହାଇଦ୍ରାବାଦ ଆଦି ସ୍ଥାନରେ କାମ କରିଥିଲେ । ୨୦୧୮ରେ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିଥିଲା । ପ୍ରିନ୍ସିପାଲ କମିଶନର, ଭୁବନେଶ୍ୱର ଜିଏସଟି କମିଶନରେଟ ସହ ସେ ଅତିରିକ୍ତ ଭାବେ ଭୁବନେଶ୍ୱର ଅଡିଟ କମିଶନରେଟର ଦାୟିତ୍ୱ ମଧ୍ୟ ତୁଲାଇଥିଲେ ।

ତାଙ୍କ ନେତୃତ୍ୱରେ ଭୁବନେଶ୍ୱର ଅଡିଟ କମିଶନରେଟରେ ପୂର୍ବ ଆର୍ଥିକ ବର୍ଷ ତୁଳନାରେ  ୨୦୨୧-୨୨ ଆର୍ଥିକ ବର୍ଷରେ ୪୨.୪୫ ପ୍ରତିଶତ ଅଧିକ ଟିକସ ଫାଙ୍କି ଚିହ୍ନଟ ହୋଇଥିବା ବେଳେ ସେହି ଆର୍ଥିକ ବର୍ଷରେ ଟିକସ ଆଦାୟ ପରିମାଣ ପ୍ରାୟ ୭୦୦ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ଭୁବନେଶ୍ୱର ଜିଏସଟି କମିଶନରେଟରେ ୯୭.୫୭ ପ୍ରତିଶତ ଜିଏସଟି ରାଜସ୍ୱ ବୃଦ୍ଧି ହୋଇଥିଲା ।

ପ୍ରିନ୍ସିପାଲ କମିଶନର ଭାବେ ଶ୍ରୀ କରଙ୍କ ନେତୃତ୍ୱରେ ଭୁବନେଶ୍ୱର ଓ ଅନ୍ୟାନ୍ୟ ସ୍ଥାନରେ ଜିଏସଟି ସେବା କେନ୍ଦ୍ର ଖୋଲିବା ସହ ୱାକାଥନ, ବୃକ୍ଷରୋପଣ, ଯୋଗ ଶିବିର, ବିଭିନ୍ନ ସ୍କୁଲ ଓ କଲେଜରେ ସେମିନାର, ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମକ ପାର୍ଲିଆମେଣ୍ଟ ଆୟୋଜିତ ହୋଇଥିଲା । ଭୁବନେଶ୍ୱର ଜିଏସଟି କମିଶନରେଟରେ ଶ୍ରୀ କରଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଆଜାଦି କା ଅମୃତ ମହୋତ୍ସବ ସପ୍ତାହ ସଫଳତାର ସହ ପାଳିତ ହୋଇଥିଲା ।