Home News in Odia ବିଜେଡିର ନୂଆ ପର୍ଯ୍ୟବେକ୍ଷକ

ବିଜେଡିର ନୂଆ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଶନିବାର ଦିନ ଦଳ ମଧ୍ୟରେ ଏକ ବଡ଼ ଧରଣର ଅଦଳବଦଳ କରି ସମସ୍ତ ୩୦ ଟି ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ପର୍ଯ୍ୟବେକ୍ଷକ ଭାବରେ ଦଳୀୟ ନେତାଙ୍କୁ ନୂତନ ଦାୟିôୟ ପ୍ରଦାନ କରିଛନ୍ତି ।

ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଂଜନ ମଙ୍ଗରାଜଙ୍କ ଦ୍ୱାରା ପ୍ରକାଶିତ ଏକ ଗଣମାଧ୍ୟମ ବିବୃତ୍ତି ଅନୁଯାୟୀ ଦେବୀ ପ୍ରସାଦ ମିଶ୍ର, ସୌମ୍ୟ ରଂଜନ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ମହେଶ୍ୱର ମହାନ୍ତିଙ୍କ ସମେତ ୬ଜଣ ବରିଷ୍ଠ ବିଜେଡି ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଦିଆଯାଇଛି । ସେମାନଙ୍କୁ ଏକାଧିକ ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ।

ଶ୍ରୀ ମିଶ୍ର ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଧା, ପୁରୀ ଏବଂ ବୌଦ୍ଧ ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ ହୋଇଥିବାବେଳେ ଶ୍ରୀ ପଟ୍ଟନାୟକ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ସୋନପୁର, ଦେବଗଡ, ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲା ଦାୟିôୟ ଦେଇଛନ୍ତି ।

ସେହିଭଳି ରାଜ୍ୟସଭା ସାଂସଦ ଶ୍ରୀ ଆଚାର୍ଯ୍ୟ କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡା, ଜଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ଦଳର କାର୍ଯ୍ୟ ତଦାରଖ କରିବେ । ଶ୍ରୀ ମହାନ୍ତି ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଅଟନ୍ତି ।

ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଦକ୍ଷିଣ ଜିଲ୍ଲା – ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା ଏବଂ ଗଜପତି ଜିଲ୍ଲା ଦାୟିତ୍ୱ ଦେଇଛନ୍ତି । ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଚାରିଟି ପଶ୍ଚିମ ଜିଲ୍ଲା – ନୁଆପଡା, କଳାହାଣ୍ଡି, ବଲାଙ୍ଗୀର ଏବଂ ବରଗଡର ବରିଷ୍ଠ ପର୍ଯ୍ୟବେକ୍ଷକ ଅଟନ୍ତି ।

ସମସ୍ତ ୩୦ ଟି ଜିଲ୍ଲା ପାଇଁ ଶାସକ ଦଳ ନୂତନ ପର୍ଯ୍ୟବେକ୍ଷକ ମଧ୍ୟ ନାମିତ କରିଛି । ପାର୍ଟିର ସାଂଗଠନିକ ସଚିବ ପ୍ରଣବ ପ୍ରକାଶ ଦାସଙ୍କୁ ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବରେ ଏବଂ ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କୁ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି ।

ବରିଷ୍ଠ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ମଧ୍ୟ ଦିଆଯାଇଛି । ସେମାନେ ହେଉଛନ୍ତି ପ୍ରଫୁଲ୍ଲ ମଲ୍ଲିକ (ଗଞ୍ଜାମ ଜିଲ୍ଲା), ସମୀର ରଂଜନ ଦାଶ (ଜଗତ୍ସିଂହପୁର), ଅଶୋକ ଚନ୍ଦ୍ର ପଣ୍ଡା (ଯାଜପୁର), ନବ କିଶୋର ଦାସ (କଳାହାଣ୍ଡି), ପ୍ରତାପ ଜେନା (କନ୍ଧମାଳ), ସୁଶାନ୍ତ ସିଂ (ବଲାଙ୍ଗୀର ଏବଂ ଦେବଗଡ), ତୁଶାରାକାନ୍ତି ବେହେରା (ନବରଙ୍ଗପୁର), ପଦ୍ମନାଭ ବେହେରା (ନୟାଗଡ଼), ଦିବ୍ୟ ଶଙ୍କର ମିଶ୍ର (ନୂଆପଡା), ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ପୁରୀ) ।

ବରିଷ୍ଠ ବିଜେଡି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ବାଲେଶ୍ୱର ଜିଲ୍ଲା, ବରଗଡ ଜିଲ୍ଲା ପାଇଁ ସୁଧୀର କୁମାର ସାମଲ, ଅନଗୁଳ ପାଇଁ ପ୍ରଶାନ୍ତ ମୁଦୁଲି, ଭଦ୍ରକ ପାଇଁ ପ୍ରଣବ ବାଲାବନ୍ତରାୟ, ବୌଦ୍ଧ ପାଇଁ ସୋଭାଗ୍ୟ ନାୟକ ଏବଂ କଟକ ପାଇଁ ଉଷା ଦେବୀଙ୍କୁ ଦାୟିତ୍ୱ ଦିଆଯାଇଛି ।

ସେହିଭଳି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଏବଂ ରାୟଗଡା ଜିଲ୍ଲାର ଦଳଗତ କାର୍ଯ୍ୟର ତଦାରଖ କରିବାବେଳେ ଯୁବ ବିଜେଡି ନେତା ବିଜୟ ନାୟକ ଢେଙ୍କାନାଳ ଜିଲ୍ଲା ପାଇଁ କାର୍ଯ୍ୟ ଜାରି ରଖିବେ ।

ଏତଦ ବ୍ୟତିତ, ନଳିନୀ କାନ୍ତ ପ୍ରଧାନ ହେଉଛନ୍ତି ସମ୍ବଲପୁରର ଜିଲ୍ଲା ପର୍ଯ୍ୟବେକ୍ଷକ, ଝାରସୁଗୁଡା ପାଇଁ ନିଯୁକ୍ତ ସୁବାଷ ସିଂ, କେନ୍ଦ୍ରାପଡା ପାଇଁ ଦେବେଶ ସାମନ୍ତରାୟ, ଖୋର୍ଦ୍ଧା ପାଇଁ ପ୍ରମିଳା ମଲ୍ଲିକ, ସୁବର୍ଣ୍ଣପୁର ପାଇଁ ପ୍ରଦିପ କୁମାର ଅମାତ ଏବଂ ସୁନ୍ଦରଗଡ ପାଇଁ ପ୍ରୀତିରଞ୍ଜନ ଘଡାଇ ।

ଦୁଇ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଏବଂ ଅରୁଣ ସାହୁଙ୍କୁ କୌଣସି ଦାୟିôୟ ଦେଇ ନାହାଁନ୍ତି । ଦୁଇଟି ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ଶ୍ରୀ ଦାସବର୍ମାଙ୍କୁ ହଟାଇ ଦିଆଯାଇଥିବାବେଳେ ଶ୍ରୀ ସାହୁଙ୍କୁ ତାଲିକାଭୁକ୍ତ କରାଯାଇ ନାହିଁ । କିଛି ନୂତନ ଚେହେରା ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଯୁବ ଭେଟେରାନ୍ ଅତନୁ ସବ୍ୟସାଚୀ ନାୟକଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି ।

ମହାମାରୀ ସମୟରେ ଦଳରେ ହୋଇଥିବା ଏହି ହଠାତ ପରିବର୍ତ୍ତନ ଓଡିଶା ସରକାରଙ୍କ ଦଳୀୟ ମହଲ ଏବଂ ପାୱାର କରିଡର ମଧ୍ୟରେ ଏକ ଚର୍ଚ୍ଚା ସୃଷ୍ଟି କରିଛି । ରାଜନୈତିକ ବିଶ୍ଳେଷକମାନେ ଅନୁଭବ କରୁଛନ୍ତି ଯେ ଏହା ଏକ ସଂକେତ ଯେ ଖୁବ ଶୀଘ୍ର ସରକାରରେ ଏକ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ଅଛି ।

ଆଗାମୀ ପୌର ଏବଂ ପଞ୍ଚାୟତ ନିର୍ବାଚନ ଉପରେ ନଜର ରଖି ତାଙ୍କ ମନ୍ତ୍ରୀ ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ପାଇଁ ନବୀନ ପ୍ରସ୍ତୁତ ହୋଇପାରନ୍ତି । ଆହୁରି ମଧ୍ୟ, ଜିଲ୍ଲାମାନଙ୍କରେ ଚେହେରା ପରିବର୍ତ୍ତନ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବ, ଯେଉଁମାନେ କୋଭିଡ -୧୯ ମହାମାରୀ ହେତୁ ଟିକେ ନିଷ୍କ୍ରିୟ ଅଛନ୍ତି ବୋଲି ରାଜନୈତିକ ପଣ୍ଡିତମାନେ କହିଛନ୍ତି ।