Home Administration ବିଜୁ ପଟ୍ଟନାୟକ ବିମାନବନ୍ଦରର ନୂଆ ନିର୍ଦ୍ଦେଶକ

ବିଜୁ ପଟ୍ଟନାୟକ ବିମାନବନ୍ଦରର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନବନ୍ଦରର ନୂଆ ନିର୍ଦ୍ଦେଶକ ଭାବେ ଆଜି ପ୍ରଭାତ ରଞ୍ଜନ ବେଉରିଆ ଯୋଗ ଦେଇଛନ୍ତି । ଆଜି ପୂର୍ବାହ୍ନରେ ଶ୍ରୀ ବେଉରିଆ ପୂର୍ବତନ ନିର୍ଦ୍ଦେଶକ ଭି.ଭି.ରାଓଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।

ଏହା ପୂର୍ବରୁ ଶ୍ରୀ ବେଉରିଆ ଜାମ୍ମୁ, ରାଞ୍ଚି ଏବଂ ଲେହ ବିମାନବନ୍ଦରରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି । ଭୁବନେଶ୍ୱର, ଝାରସୁଗୁଡା ବିମାନବନ୍ଦରର ସମ୍ପ୍ରସାରଣରେ ମଧ୍ୟ ସେ ନିଜର ଭୂମିକା ତୁଲାଇଥିଲେ । କିଛି ଦିନ ଏନଏଚ୍‍ଏଆଇର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଡେପୁଟେସନରେ କାର୍ଯ୍ୟ କରିଥିଲେ ।

ତାଙ୍କ ସମୟରେ ବହୁ ଦିନରୁ ଅସମାପ୍ତ ସ୍ୱର୍ଣ୍ଣ ଚର୍ତୁଭୂଜ ସଡକ ଭୁବନେଶ୍ୱରରୁ ଇଚ୍ଛାପୁର ପର୍ଯ୍ୟନ୍ତ ଚାରି ଲେନ୍‍ କାର୍ଯ୍ୟ ସମାପ୍ତ ହୋଇଥିଲା । ଶ୍ରୀ ବେଉରିଆ ଓଡିଆ ଭାଷାରେ ଜଣେ ଲେଖକ ଭାବେ ବେଶ୍‍ ସୁପରିଚିତ । ତାଙ୍କ କ୍ଷୁଦ୍ରଗଳ୍ପ ସଙ୍କଳନ ‘ପଳାଶଫୁଲର ରଙ୍ଗ’, ‘ମାଟିର ସନ୍ୟାସୀ’ ପାଠକ ମହଲରେ ବେଶ୍‍ ଆଦୃତ ।