Home General ବିଜୁ ପକ୍କାଘର ପ୍ରୋତ୍ସାହନ ନୀତି ଉଦାହରଣ ପାଲଟିଛି

ବିଜୁ ପକ୍କାଘର ପ୍ରୋତ୍ସାହନ ନୀତି ଉଦାହରଣ ପାଲଟିଛି

ଭୁବନେଶ୍ୱର : ଓଡିଶା ସରକାରଙ୍କ ବିଜୁ ପକ୍କାଘର ପ୍ରୋତ୍ସାହନ ନୀତି ଅନ୍ୟ ରାଜ୍ୟ ସରକାରମାନଙ୍କ ପାଇଁ ଉଦାହରଣ ପାଲଟିଛି । ଏହି ଯୋଜନାରେ ୭ଲକ୍ଷ ୮୨ହଜାର ହିତାଧିକାରୀଙ୍କୁ ପ୍ରୋତ୍ସାହନ ବାବଦରେ ୧୨୮୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ଆଜି ବିଧାନସଭାରେ ରାଜ୍ୟପାଲ ପ୍ରଫେସର ଗଣେଶୀଲାଲ ରଖିଥିବା ବଜେଟ୍‍ ଅଭିଭାଷଣରେ ଏହି ସୂଚନା ଦେଇଛନ୍ତି ।

ଗ୍ରାମାଞ୍ଚଳ ଗୃହ ର୍ନିମାଣ ସଂକ୍ରାନ୍ତରେ ରାଜ୍ୟପାଳ କହିଛନ୍ତି ଯେ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ପକ୍କାଘର ଯୋଗାଇବା ସରକାରଙ୍କର ମୁଖ୍ୟ ଲକ୍ଷ୍ୟ । ୨୦୧୪-୧୫ ମସିହା ପରଠାରୁ ପ୍ରାୟ ୩୧,୦୫୦ କୋଟି ଟଙ୍କା ବ୍ୟୟରେ ୩୧ଲକ୍ଷ ପକ୍କାଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।

ଏହି ଘରର ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାପାଇଁ ବିଜୁ ପ୍‍କାଘର ପ୍ରୋତ୍ସାହନ ନୀତି କାର୍ଯ୍ୟକାରୀ ହେଉଛି । ଏଥିରେ ଥିବା ବ୍ୟବସ୍ଥା ଅନୁଯାୟୀ ହିତାଧିକାରୀମାନେ ୪ମାସ ଏବଂ ୬ମାସ ଅବଧି ମଧ୍ୟରେ ନିଜର ପକ୍କାଘର ନିର୍ମାଣ କାର୍ଯ୍ୟ କରିପାରିଲେ ସେମାନଙ୍କୁ ପ୍ରୋତ୍ସାହନ ରାଶି ମିଳୁଛି । ଏହି ବାବଦରେ ସରକାର ୧୨୮୩ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ସାରିଲେଣି । ଏଥି ସହିତ ଗ୍ରାମୀଣ ଆବାସ ଯୋଜନାରେ ଅର୍ନ୍ତଭୁକ୍ତ ହେବାପାଇଁ ୧୨ଲକ୍ଷ ୨୫ହଜାର ଯୋଗ୍ୟ ପରିବାରଙ୍କୁ ଚିହ୍ନଟ କରାଯାଇଛି ।

ରାଜ୍ୟପାଳ ତାଙ୍କ ଅଭିଭାଷଣରେ ଦର୍ଶାିଚନ୍ତି ଯେ ସରକାର ପ୍ରତିବଦ୍ଧତା ସହିତ ୨୦୧୪ ପରଠାରୁ ଏପର୍ଯ୍ୟନ୍ତ ବିଭିନ୍ନ ଗ୍ରାମୀଣ ଆବାସ ଯୋଜନାରେ ପକ୍କାଘର ପାଇଥିବା ହିତାଧିକାରୀମାନଙ୍କୁ ସେମାନଙ୍କ ଘରର ପରାମତି, ପୁରରୁଦ୍ଧାର ତଥା ରକ୍ଷଣା ବେକ୍ଷଣ ପାଇଁ ୩ହଜାର ଟଙ୍କା ଲେଖାଁଏ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଏହାଦ୍ୱାରା ୩୧ ଲକ୍ଷ ପରିବାରକୁ ୧୪୪୪ କୋଟି ଟଙ୍କା ଦିଆଯାଇଛି ।

ଯୋଗ୍ୟ ହୋଇଥିବା ସତ୍ୱେ କୌଣସି ଗ୍ରାମୀଣ ଗୃହ ର୍ନିମାଣ ସହାୟତା ଏପର୍ଯ୍ୟନ୍ତ ପାଇନଥିବା ହିତାଧିକାରୀଙ୍କୁ ନିଜ କଚ୍ଚାଘର ମରାମତି ପାଇଁ ମୁଣ୍ଡପିଛା ୫୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ମଧ୍ୟ ମୋସରକାର ପ୍ରସ୍ତାବ ରଖିଛନ୍ତି ।

ସେହିଭଳି ରାଜ୍ୟପାଳ ଉଲ୍ଲେଖ କରିଛନ୍ତିଯେ ୨୦୨୩-୨୪ ସୁଦ୍ଧା ସମସ୍ତ ଗ୍ରାମ ପଞ୍ଚାୟତକୁ ପରିମଳ ଓ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟରେ ଅର୍ନ୍ତଭୁକ୍ତ କରାଯିବା ସହିତ ପ୍ରତ୍ୟେକ ବାହ୍ୟ ମଳତ୍ୟାଗମୁକ୍ତ ଗ୍ରମାକୁ ଓଡିଏଫ୍‍ ପ୍ଲସ ଗ୍ରାମ ଭାବରେ ଘୋଷଣା କରାଯିିବାର ଲକ୍ଷ୍ୟ ରହିଛି ।

ସେହିଭଳି ୧୧୪ଟି ପୌରାଞ୍ଚଳରେ ୨୨୭ଟି ମାକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର ଏବଂ ୧୮୫ଟି ସାଗ୍ରୀ ପୁନରୁଦ୍ଧାର ସୁବିଧା କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି । ଏହିସବୁ ପୌରାଞ୍ଚଳରେ ୧୧୮ଟି ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ନିର୍ମାଣ ସମାପ୍ତ ହେଲେ ଆମ ରାଜ୍ୟ ଏକ୍ଷେତ୍ରରେ ଶତ ପ୍ରତିଶତସଫଳତା ହାସଲ କରିବ ଏବଂ ଦେଶର ପ୍ରଥମ ରାଜ୍ୟ ହୋଇପାରିବ ।

LEAVE A REPLY

Please enter your comment!
Please enter your name here