Home Administration ବିଏମ୍‍ସି ପରିଦର୍ଶନରେ ପାଟ୍‍ନା ପ୍ରତିନିଧି

ବିଏମ୍‍ସି ପରିଦର୍ଶନରେ ପାଟ୍‍ନା ପ୍ରତିନିଧି

130
0

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଗସ୍ତରେ ଆସିଥିବା ପାଟ୍‍ନା ମହାନଗର ନିଗମର ପ୍ରତିନିଧିମାନେ ଆଜି ସ୍ମାର୍ଟସିଟି ଭୁବନେଶ୍ୱରର କାର୍ଯ୍ୟକଳାପ ସମେତ ଏହାର ଭଲ ଅଭ୍ୟାସ, କାର୍ଯ୍ୟ ପଦ୍ଧତି ଏବଂ ନାଗରିକ ସଂଯୋଗ ଓ ଗୋଷ୍ଠୀ ସହଭାଗୀତା ଆଦିକୁ ପ୍ରଶଂସା କରିଛନ୍ତି । ଚାରି ଜଣିଆ ପ୍ରତିନିଧି ଦଳ ବିଏମ୍‍ସି ମୁଖ୍ୟ କାର୍ଯ୍ୟାଳୟକୁ ଆସି ଏକ ବୈଠକରେ ଯୋଗ ଦେଇଛନ୍ତି । ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ପାଟନା ମହାନଗର ନିଗମର ଅତିଥି ମାନଙ୍କ ସହିତ ଆଲୋଚନା ହୋଇଅଛି

ପାଟନା ମହାନଗର ନିଗମର ଅତିରିକ୍ତ କମିଶନର ଦେବେନ୍ଦ୍ର ପ୍ରସାଦ ତିୱାରୀଙ୍କ ସହିତ ଷ୍ଟାଣ୍ଡିଂ କମିଟି ସଦସ୍ୟ ମନୋଜ କୁମାର ଜସୱାଲ୍, ଡ଼. ଆଶିଷ ସିହ୍ନା, ବିକାଶ କୁମାର ମେହେଟ୍ଟା ପ୍ରମୁଖ ଆଲୋଚନାରେ ଭାଗ ନେଇଛନ୍ତି ଏବଂ ପରିଦର୍ଶନ ଆଭିମୁଖ୍ୟ ଅନୁଯାୟୀ ବିଏମ୍ସିର ବିବିଧ କାର୍ଯ୍ୟକ୍ରମ ବାବଦରେ ବୁଝିଛନ୍ତି । ସ୍ମାର୍ଟସିଟି ଭୁବନେଶ୍ୱରରେ ପରିମଳ ସହିତ ବର୍ଜ୍ୟବସ୍ତୁର ବିଜ୍ଞାନ ସମ୍ମତ ଉପଚାର, ଗୋଷ୍ଠୀ ସହଭାଗୀତାରେ କୋଭିଡ଼୍-୧୯ ର ନିୟନ୍ତ୍ରଣ, ବସ୍ତି ଅଂଚଳରେ କୋଭିଡ଼ର ନିୟନ୍ତ୍ରଣ, ମଳ ଉପଚାର ଏବଂ ସେସପୁଲ୍ ସେବା, ସ୍ମାର୍ଟ ଜନପଥ, ଯାନ୍ତ୍ରିକ ସଫେଇ, ଶିଶୁବନ୍ଧୁ ସହରର ପରିକଳ୍ପନା ଏବଂ ଅଗ୍ରଗତି, ପାର୍କ ପରି•ଳନା ତଥା ସୋସିଆଲି ସ୍ମାର୍ଟ ପ୍ରକଳ୍ପ ଇତ୍ୟାଦି ବାବଦରେ ଆଲୋଚନା କରିଛନ୍ତି ।

ଆମେ ବି ଏମ୍ ସି କୁ ଏକ ସ୍ୱତନ୍ତ୍ର ମହାନଗର ନିଗମ ଭାବେ ପରିଗଣିତ କରୁଛୁ, ଏହାର ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ବୁଲି ଦେଖିବା ଏବଂ ଏଥିରୁ ଶିଖିବା ଏବଂ ପରବର୍ତୀ ସମୟରେ କାର୍ଯ୍ୟରେ ଲଗାଇବା ଉଦ୍ଦେଶ୍ୟରେ ଆମେ ଭୁବନେଶ୍ୱର ମହାନଗର ନିଗମକୁ ଆସିଅଛୁ; କହିଛନ୍ତି ପାଟନା ମ୍ୟୁନିସିପାଲ୍ କର୍ପୋରେସନ୍ ର ଅତିରିକ୍ତ କମିଶନର ଦେବେନ୍ଦ୍ର ପ୍ରସାଦ ତିୱାରୀ । ବୈଠକ ପରେ ବି ଏମ୍ ସି ର କିଛି ଭଲ ଅଭ୍ୟାସ ଦେଖିବା ପାଇଁ ଏବଂ ଏ ବାବଦରେ ଆଲୋଚନା କରିବା ପାଇଁ ଆମର କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି ।

ଅନ୍ୟ ପକ୍ଷରେ ଡ଼େପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ଙ୍କ ସଂଯୋଜନାରେ ପରିଦର୍ଶନରେ ଆସିଥିବା ପି ଏମ୍ ସି ପ୍ରତିନିଧି ମାନଙ୍କୁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼୍ ର ସୋସିଆଲି ସ୍ମାର୍ଟ ପ୍ରକଳ୍ପ, ଅନ୍ୟାନ କାର୍ଯ୍ୟକ୍ରମ ବାବଦରେ ଜାଣିବା ପାଇଁ ଅନ୍ୟ ଏକ ବୈଠକର ଆୟୋଜନ କରାଯିବା ସହିତ ପରିମଳ କାର୍ଯ୍ୟ ବାବଦରେ କ୍ଷେତ୍ର ଅଭିଜ୍ଞତା ନିମନ୍ତେ ବାସୁଆଘାଇର ମଳ ପରିଚାଳନା ପ୍ରକଳ୍ପ, ସ୍ମାର୍ଟ ଟଏଲେଟ୍, ଅଣ୍ଡର୍ ଗ୍ରାଉଣ୍ଡ୍ ଡ଼ଷ୍ଟବିନ୍, ମାଇକ୍ରୋ କମ୍ପୋଷ୍ଟିଂ ସେଂଟର ଏବଂ ଏଥିରେ ସ୍ୱଚ୍ଛସାଥିଙ୍କ ଭାଗିଦାରୀତା, ଯାନ୍ତ୍ରିକ ସଫେଇ ପରିଚାଳନା, ଜୋନରୁ ମୁଖ୍ୟ କାର୍ଯ୍ୟାଳୟ ସ୍ତରୀୟ ଶିକ୍ଷା, ସୂଚନା ଓ ଯୋଗାଯୋଗ କାର୍ଯ୍ୟକ୍ରମ ଇତ୍ୟାଦି ବୁଲି ଦେଖିଛନ୍ତି ।

LEAVE A REPLY

Please enter your comment!
Please enter your name here