Home Health ପାର୍କିନସନ ରୋଗ ପାଇଁ ସଚେତନତା

ପାର୍କିନସନ ରୋଗ ପାଇଁ ସଚେତନତା

ଭୁବନେଶ୍ୱର: ପାର୍କିନସନ ରୋଗ (ପିଡି) ଅଥବା ସକମ୍ପ ଅଙ୍ଗଘାତ ଏକ ପ୍ରକାର ସ୍ନାୟୁ ରୋଗ । ଏହା ଏକ ଦୀର୍ଘକାଳୀନ ବେମାରୀ ଯାହାର ଲକ୍ଷଣ ସମୂହ ସମୟକ୍ରମେ ଧୀରେ ଧୀରେ ପ୍ରକାଶ ପାଇଥାଏ । ତେଣୁ ଏହି ପାର୍କିନସନ ରୋଗର ସଚେତନତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲର ଏକ ଡାକ୍ତରୀ ଟିମ ୨୦୦ କିମି ସାଇକେଲ ଯାତ୍ରା କରିଛନ୍ତି ।

ଡିସେମ୍ବର ୨୦ ତାରିଖ ଦିନ ଭୁବନେଶ୍ୱରରୁ ଢେଙ୍କାନାଳର କପିଳାଶ ପର୍ଯ୍ୟନ୍ତ ଯାତ୍ରା କରି ସଚେତନତା ସୃଷ୍ଟି କରି ଫେରିଛନ୍ତି ଏହି ଡାକ୍ତରୀ ଟିମ । ପାର୍କିନସନ ରୋଗ ଶରୀରର ଗତିକୁ ପ୍ରଭାବିତ କରିଥାଏ । ଏହାଦ୍ୱାରା ରୋଗୀ ଧୀର ହୋଇଯାନ୍ତି ଏବଂ ହାତ ଥରିବା ମଧ୍ୟ ଆରମ୍ଭ ହୋଇଥାଏ । ତେବେ ସାଧାରଣତଃ ଲୋକମାନେ ଏହି ରୋଗକୁ ନେଇ ଏତେଟା ସଚେତନ ନୁହଁନ୍ତି ।

ପାର୍କିନସନ ରୋଗର ଲକ୍ଷଣକୁ ଔଷଧ ଦ୍ୱାରା ନିୟନ୍ତ୍ରଣ କରାଯାଇପାରେ । କିନ୍ତୁ ବୟସ ବଢ଼ିବା ସହ ଏହି ରୋଗର ଲକ୍ଷଣ ମଧ୍ୟ ବଢ଼ିଥାଏ । ବିଭିନ୍ନ ଅନୁସନ୍ଧାନରୁ ଜଣାପଡିଛି ଯେ ବ୍ୟାୟାମ ଓ ବିଶେଷ ଭାବରେ ସାଇକେଲ ଚଳାଇବା ଦ୍ୱାରା ରୋଗୀମାନଙ୍କର ସକ୍ରିୟତା ବଜାୟ ରହିଥାଏ ।

ଏହି ପାର୍କିନସନ ରୋଗର ସଚେତନତା ଲାଗି ଡଃ ଲୋଲୁପ କୁମାର ସାହୁ (ନ୍ୟୁରୋଲୋଜିଷ୍ଟ), ଡଃ ଶୁଭେନ୍ଦୁ ମିଶ୍ର (ସାଇକ୍ରିଆଟିଷ୍ଟ), ଡଃ ଜିମି ନାରାୟଣ (ଗ୍ୟାଷ୍ଟ୍ରୋଏନଟେରୋଲୋଜିଷ୍ଟ) ଓ ଡଃ ଆଶିଷ ଆଶୁତୋଷ ଚୌଧୁରୀ (ସାଇକ୍ରିଆଟିଷ୍ଟ) ସାଇକେଲରେ ବିଭିନ୍ନ ସ୍ଥାନ ଯାତ୍ରା କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଏହି ଟିମ ସଚେତନତା ଲାଗି ଡିସେମ୍ବର ୨୦ ତାରିଖ ଦିନ ସାଇକେଲ ଯାତ୍ରା କରିଥିଲେ ।