Home Covid ବାହାରିଲେ ଆଉ ୧୪ ଓମିକ୍ରନ ସଂକ୍ରମିତ

ବାହାରିଲେ ଆଉ ୧୪ ଓମିକ୍ରନ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୧୪ ଟି ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେବାପରେ ମୋଟ୍‍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ରେ ପହଞ୍ଚିଛି ।

କରୋନାଭାଇରସ୍ ର ଓମିକ୍ରନ୍ ପ୍ରଜାତି ସଂକ୍ରାନ୍ତରେ ଜାଣିବା ପାଇଁ ଜିନୋମ୍ ସିକ୍ୱେନ୍ସିଙ୍ଗ୍ କରୁଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲ୍‌ଏସ୍‌) ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗକୁ ଏହି ନୂତନ ମାମଲା ବିଷୟରେ ସୂଚନା ଦେଇଛି । ତେବେ ନୂତନ ୧୪ ଟି ମାମଲାର ବିବରଣୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୧ ରେ ଓଡିଶା ପ୍ରଥମ ଦୁଇଟି ଓମିକ୍ରନ୍ ମାମଲା ରିପୋର୍ଟ କରିଥିଲା ଏବଂ ଉଭୟଙ୍କର ନାଇଜେରିଅ । ଏବଂ କାତାରରୁ ଯାତ୍ରା ଇତିହାସ ରହିଥିଲା । ୧୯ ଦିନ ମଧ୍ୟରେ, ମାମଲା ୨ ରୁ ୭୫ କୁ ବୃଦ୍ଧି ପାଇଛି ।

ସେହିଭଳି ଭାରତରେ ଏପର୍ଯ୍ୟନ୍ତ ସମୁଦାୟ ୩୦୭୧ ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି । ୨୭ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଓମିକ୍ରନ୍ ମାମଲା ରିପୋର୍ଟ କରାଯାଇଛି ।

ଏହି ସମୟରେ, ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ଏକ ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି । ସୂଚନାନୁସାରେ ଏଠାରୁ ୩୦ ଜଣ ଛାତ୍ର ଶନିବାର କୋଭିଡ-୧୯ ପାଇଁ ପରୀକ୍ଷା କରିବାପରେ ପଜିଟିଭ ଚିହ୍ନଟ ହୋଇଛନ୍ତି ।