Home News in Odia ବାମପନ୍ଥୀ ଉଗ୍ରବାଦ ଗତିବିଧି ସମୀକ୍ଷା କଲେ ଡିଜିପି

ବାମପନ୍ଥୀ ଉଗ୍ରବାଦ ଗତିବିଧି ସମୀକ୍ଷା କଲେ ଡିଜିପି

ଭୁବନେଶ୍ୱର : ଓଡିଶା ପୁଲିସ୍‍ ମହାନିର୍ଦ୍ଦେଶକ ଅଭୟ, ଗୁଇନ୍ଦା ନିର୍ଦ୍ଦେଶକ ଲଲିତ ଦାଶ ଏବଂ ଏସ୍‍ଆଇଡବ୍ଲ୍ୟୁ ଡିଆଇଜି ଅନିରୁଦ୍ଧ ସିଂହ ବଲାଙ୍ଗୀର ଏବଂ କାଲାହାଣ୍ଡି ଜିଲ୍ଲା ପରିଦର୍ଶନ କରି ବାମପନ୍ଥୀ ଉଗ୍ରବାଦ ବିଷୟରେ ସମୀକ୍ଷା କରିଛନ୍ତି ।

ଅପରାଧ ଚିହ୍ନଟ, ଏନ୍‍ଡିପିଏସ୍‍ ଚିହ୍ନଟ, ବାମପନ୍ଥୀ ଉଗ୍ରବାଦ ପ୍ରସଙ୍ଗରେ ଭଲ କାର୍ଯ୍ୟ କରିଥିବା ପୋଲିସ କର୍ମଚାରୀଙ୍କୁ ବଲାଙ୍ଗୀର ଠାରେ ଭେଟି ସେମାନଙ୍କୁ ପ୍ରଶଂସା କରିଥିଲେ ।

ଏସପି ବଲାଙ୍ଗୀର ବାମପନ୍ଥୀ ଉଗ୍ରବାଦ, ଅପରାଧ ମାମଲା, ସିସିଟିଏନ୍‍ଏସ୍‍ ଏବଂ ଅନ୍ୟାନ୍ୟ ପ୍ରଶାସନିକ ପ୍ରସଙ୍ଗ ଉପସ୍ଥାପନା କରିଥିଲେ । ଏ କ୍ଷେତ୍ରରେ କ\’ଣ ଉନ୍ନତି କରାଯିବ ସେନେଇ ଡିଜିପି ଏସପି ଏବଂ ଉତ୍ତରାଞ୍ଚଳ ଡିଆଇଜିଙ୍କୁ ପରାମର୍ଶ ଦେଇଛନ୍ତି ।

ଡିଜିପି ବରିଷ୍ଠ ଅଧିକାରୀଙ୍କ ସହ ଖପ୍ରାଖୋଲ ଏବଂ ହରିଶଙ୍କରଙ୍କ ସିଆରପିଏଫ୍‍ କ୍ୟାମ୍ପ ପରିଦର୍ଶନ କରିଥିଲେ । ସେ ଯବାନ ଏବଂ ସିଆରପିଏଫ୍‍ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ । ଡିଜିପି ହରିଶଙ୍କର ଏବଂ ବଲାଙ୍ଗୀର ପୋଲିସ୍ କର୍ମଚାରୀଙ୍କ ସହ ହରିଶଙ୍କର ଏବଂ ଖପ୍ରାଖୋଲରେ ଅବସ୍ଥାପିତ ଏସ୍‍ଓଜି ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ ।

ଅପରାହ୍ନରେ ଡିଜିପି ଭବାନୀପାଟଣାରେ ପହଞ୍ଚିଥିଲେ । ସେଠାରେ ସେ ଡିଆଇଜି ସିଆରପିଏଫ୍‍, ଡିଆଇଜି ଏସ୍‍ଡବ୍ଲ୍ୟୁଆର ଏବଂ କଳାହାଣ୍ଡି ଏସ୍‍ପିଙ୍କ ସହିତ ବୈଠକ କରିଥିଲେ । ସେ ସେମାନଙ୍କୁ ମାଓବାଦୀଙ୍କ ତ୍ରିସ୍ତରୀୟ ବ୍ୟବସ୍ଥାକୁ ସଫା କରିବାକୁ କହିଥିଲେ । ଲୋକଙ୍କୁ ସୁରକ୍ଷା ଭାବନା ଦେବା ପାଇଁ ଗ୍ରାମବାସୀଙ୍କ ସହ ବାରମ୍ବାର ବୈଠକ ପାଇଁ ଡିଜିପିଙ୍କ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ସେ ସେମାନଙ୍କୁ ଓଡ଼ିଶା ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ବିଷୟରେ ସୂଚନା ଦେବାକୁ କହିଥିଲେ ।

ଡିଜିପି ମଧ୍ୟ ଜିଲ୍ଲା ଗୁଇନ୍ଦା ଏବଂ ଅପରେସନ୍ ସେଲ୍ କୋଠାକୁ ଉଦଘାଟନ କରିଥିଲେ । ଏହି କୋଠା ଟି ସ୍ୱତନ୍ତ୍ର ଭାବେ ବାମପନ୍ଥୀ ଉଗ୍ରବାଦ ପାଇଁ ଉଦ୍ଦିଷ୍ଟ ।

ଏହା ପରେ ସେ ପୋଲିସ୍ କର୍ମଚାରୀଙ୍କୁ ଭେଟିଥିଲେ ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ଏବଂ ସେମାନଙ୍କର ଭଲ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଡିଜିପି ବାମପନ୍ଥୀ ଉଗ୍ରବାଦ ପ୍ରସଙ୍ଗ, ଅପରାଧ ଏବଂ ସିସିଟିଏନ୍‍ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଥିଲେ ।