Home General ବାଙ୍ଗାଲୋର ଏବଂ ମୁମ୍ବାଇକୁ ବିଶେଷ ଟ୍ରେନ

ବାଙ୍ଗାଲୋର ଏବଂ ମୁମ୍ବାଇକୁ ବିଶେଷ ଟ୍ରେନ

ଭୁବନେଶ୍ୱର : ଯାତ୍ରୀମାନଙ୍କୁ ସୁବିଧାଜନକ ଯାତ୍ରା ଯୋଗାଇଦେବା ପାଇଁ ଏବଂ ବାଙ୍ଗାଲୋର ଏବଂ ମୁମ୍ବାଇ ଦିଗକୁ ଯାତ୍ରା କରୁଥିବା ଅନ୍ୟ ଟ୍ରେନ ଗୁଡିକରେ ମାତ୍ରାଧିକ ପ୍ରତିକ୍ଷ୍ୟାସୁଚି ଯାତ୍ରୀ ମାନଙ୍କ ତାଲିକାକୁ ଏଡ଼ାଇବା ପାଇଁ ଭୁବନେଶ୍ୱରରୁ କୃଷ୍ଣରାଜପୁରମ୍ (ବାଙ୍ଗାଲୋର) ଏବଂ ମୁମ୍ବାଇ ଏଲ.ଟି.ଟି.କୁ ବିଶେଷ ଟ୍ରେନ ଚଳାଇବାପାଇଁ ନିଷ୍ପତି ନିଆଯାଇଅଛି |

08415/08416 ଭୁବନେଶ୍ୱର-କୃଷ୍ଣରାଜପୁରମ୍-ଭୁବନେଶ୍ୱର ସ୍ପେଶାଲ୍ ଭୁବନେଶ୍ୱରରୁ 30 ଜୁନ୍, 2021 (ବୁଧବାର) ଅପରାହ୍ନ ୧୨ଘ.୧୦ମି.ରେ ଛାଡି 1 ଜୁଲାଇ, 2021 (ଗୁରୁବାର) ରେ କୃଷ୍ଣରାଜପୁରମ୍  ଠାରେ ପହଞ୍ଚିବ | ପ୍ରତ୍ୟାବର୍ତ୍ତନ ଦିଗରେ, ଏହି ଟ୍ରେନ୍ କୃଷ୍ଣରାଜପୁରମ୍ ରୁ 1 ଜୁଲାଇ 2021 (ଗୁରୁବାର) ଅପରାହ୍ନ ୪ଘ.୫୫ମି.ରେ ଛାଡି 2 ଜୁଲାଇ, 2021 (ଶୁକ୍ରବାର) ରେ ଭୁବନେଶ୍ୱରରେ ପହଞ୍ଚିବ |

ଏହି ଟ୍ରେନରେ ଦୁଇଟି ଏସି-୨ ଟାୟାର, ତିନିଟି ଏସି -3 ଟାୟାର, 12 ସ୍ଲିପର କ୍ଲାସ, ତିନିଟି ସେକେଣ୍ଡ କ୍ଲାସ ସିଟିଂ, ଗୋଟିଏ ଗାର୍ଡ ତଥା ଦିବ୍ୟାଙ୍ଗ କୋଚ ଏବଂ ଗୋଟିଏ ଗାର୍ଡ ତଥା ଲଗେଜ୍ ଭ୍ୟାନ ଉପଲବ୍ଧ ଥିବାବେଳେ ଏହା ଭୁବନେଶ୍ୱର ଓ କୃଷ୍ଣରାଜପୁରମ ମଧ୍ୟରେ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ, ବିଶାଖାପାଟନମ୍, ଦୁଭାଡା, ରାଜ ମହେନ୍ଦ୍ରୀ, ଏଲୁରୁ, ବିଜୟୱାଡା, ଓଙ୍ଗଲେ, ନେଲୋର, ଗୁଡୁର, ରେନିଗୁଣ୍ଟା, କାଟପାଡି, ଜୋଲାରପେଟାଇ ଏବଂ ବାଙ୍ଗାରାପେଟ ଷ୍ଟେସନ ମାନଙ୍କରେ ରହଣି କରିବ |

08575/08576 ଭୁବନେଶ୍ୱର-ମୁମ୍ବାଇ ଏଲଟିଟି- ଭୁବନେଶ୍ୱର ସ୍ପେଶାଲ୍ 30 ଜୁନ୍, 2021 (ବୁଧବାର) ଦିନ ଭୁବନେଶ୍ୱର ଠାରୁ ଅପରାହ୍ନ ୪ ଘଟିକାରେ ଛାଡି 2 ଜୁଲାଇ, 2021 (ଶୁକ୍ରବାର) ରେ ଏଲଟିଟିରେ ପହଞ୍ଚିବ | ପ୍ରତ୍ୟାବର୍ତ୍ତନ ଦିଗରେ, ଏହି ଟ୍ରେନ୍ ଏଲଟିଟିରୁ 2 ଜୁଲାଇ 2021 (ଶୁକ୍ରବାର) ଦିନ ଭୋର ୬ଘ.୫୫ମି.ରେ ଛାଡି 3 ଜୁଲାଇ, 2021 (ଶନିବାର) ଦିନ ଭୁବନେଶ୍ୱରରେ ପହଞ୍ଚିବ |

ଏହି ଟ୍ରେନରେ ଗୋଟିଏ ଏସି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ମିଳିତ କୋଚ, ଗୋଟିଏ ଏସି-୨ ଟାୟାର, ଚାରିଟି ଏସି-3 ଟାୟାର, ଆଠଟି ସ୍ଲିପର କ୍ଲାସ, ଚାରିଟି ସେକେଣ୍ଡ କ୍ଲାସ ସିଟିଂ, ଗୋଟିଏ ଗାର୍ଡ ତଥା ଦିବ୍ୟାଙ୍ଗ କୋଚ ଏବଂ ଗୋଟିଏ ଗାର୍ଡ ତଥା ଲଗେଜ ତଥା ଲଗେଜ୍ ଭ୍ୟାନ ଉପଲବ୍ଧ ଥିବାବେଳେ ଏହା ଭୁବନେଶ୍ୱର ଓ ଏଲଟିଟି ମଧ୍ୟରେ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ, ବିଶାଖାପାଟନମ୍, ପିଥାପୁରମ୍, ସମାଲକୋଟ, ରାଜ ମହେନ୍ଦ୍ରୀ, ତନୁକୁ, ଭିମାଭରମ, ଆକିଭିଡୁ, କାଲକାଲୁର, ଗୁଡ଼ିଭଡା, ବିଜୟୱାଡା, କାଜିପେଟ, ମୌଲା ଅଲି, ସିକନ୍ଦରାବାଦ, ଲିଙ୍ଗମ ପଲ୍ଲୀ, ବିକାରବାଦ, ତନ୍ଦୁର, ୱାଡ଼ି, କାଲାବୁର୍ଗୀ, ସୋଲପୁର ଓ ପୁଣେ ଇତ୍ୟାଦି ଷ୍ଟେସନ ମାନଙ୍କରେ ରହଣି କରିବ |  

ଯାତ୍ରୀମାନଙ୍କୁ ଅନୁରୋଧ କରାଯାଉଅଛି ଯେ ସେମାନେ ଜାତୀୟ ଟ୍ରେନ୍ ଅନୁସନ୍ଧାନ ସିଷ୍ଟମ୍ (NTES) https://enquiry.indianrail.gov.in/mntes/  କିମ୍ବା http://www.indianrail.gov.in/enquiry/StaticPages/StaticEnquiry.jsp?StaticPage=index  ଅନୁସରଣ କରି ବିଭିନ୍ନ ଷ୍ଟେସନରେ ଟ୍ରେନ୍ ଆଗମନ ଓ ପ୍ରସ୍ଥାନ ସମ୍ବନ୍ଧରେ ସୂଚନା ପାଈ ପାରିବେ |

LEAVE A REPLY

Please enter your comment!
Please enter your name here