Home Administration ବଦଳିଲେ ୧୧ ଜିଲ୍ଲାପାଳ

ବଦଳିଲେ ୧୧ ଜିଲ୍ଲାପାଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଜିଲ୍ଲାପାଳ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ୧୧ ଜିଲ୍ଲାର ଜିଲ୍ଲାପାଳ ବଦଳିଥିବାବେଳେ ରାଜ୍ୟର ୩ ମହାନଗର ନିଗମରେ ନୂଆ କମିଶନର ନିଯୁକ୍ତ ହୋଇଛନ୍ତି । ଏଥି ସହିତ ଭାରତୀୟ ପ୍ରଶାସନିକ ସେବାର ଆଉ କିଛି ଅଫିସରଙ୍କର ମଧ୍ୟ ବଦଳି ହୋଇଛି ।

ରାଜ୍ୟ ସରକାର ପ୍ରକାଶ କରିଥିବା ତାଲିକା ଅନୁଯାୟୀ ୨୦୧୧ ବ୍ୟାଚ୍‍ ଆଇଏଏସ୍‍ କେ ସୁଦର୍ଶନ ଚକ୍ରବର୍ତ୍ତୀ ଖୋରଧା ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଥିବାବେଳେ ୨୦୧୩ ବ୍ୟାଚ୍‍ ଆଇଏସ୍‍ ଗାଭିଲ ପରାଗ ହର୍ଷଦ ସୁନ୍ଦରଗଡ, ୨୦୧୪ ବ୍ୟାଚ୍‍ ଆଇଏସ୍‍ ସ୍ୱାଧା ଦେବ ସିଂହ ରାୟଗଡା, ୨୦୧୫ ବ୍ୟାଚ୍‍ ଆଇଏଏସ୍‍ ଅନନ୍ୟା ଦାସ ସମ୍ବଲପୁର, ୨୦୧୬ ବ୍ୟାଚ୍‍ ଆଇଏଏସ୍‍ ଦିବ୍ୟ ଜ୍ୟୋତି ପରିଡା ଗଞ୍ଜାମ, ୨୦୧୬ ବ୍ୟାଚ୍‍ ଆଇଏଏସ୍‍ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ଭଦ୍ରକ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି ।

ସେହିଭଳି ୨୦୧୬ ବ୍ୟାଚ ଆଇଏଏସ୍‍ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ବାଲେଶ୍ୱର ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବାବେଳେ ୨୦୧୭ ବ୍ୟାଚ୍‍ ଆଇଏଏସ୍‍ ସୋମେଶ କୁମାର ଉପାଧ୍ୟାୟ ଦେବାଗଡ, ୨୦୧୭ ବ୍ୟାଚ୍‍ ଆଇଏଏସ୍‍ ପି. ଅନ୍ୱେଷା ରେଡ୍ଡୀ କଳାହାଣ୍ଡି, ୨୦୧୭ ବ୍ୟାଚ୍‍ ଆଇଏଏସ୍‍ ପାଟିଲ ଆଶିଷ ଈଶ୍ୱର କନ୍ଧମାଳ, ୨୦୧୭ ବ୍ୟାଚ୍‍ ଆଇଏଏସ୍‍ ହେମ କାନ୍ତ ସାଏ ନୂଆପଡା ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି ।

ରାଜ୍ୟର ତିନି ମହାନଗର ନିଗମ ଯଥା ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ୨୦୧୩ ବ୍ୟାଚ୍‍ ଆଇଏଏସ୍‍ କୁଲାଙ୍ଗେ ବିଜୟ ଅମୃତଙ୍କୁ ନିଯୁକ୍ତି ଦିଆଯାଇଥିବବେଳେ କଟକ ମହାନଗର ନିଗମର କମିଶନର ଭାବେ ୨୦୧୨ ବ୍ୟାଚ୍‍ ଆଇଏଏସ୍‍ ନିଖିଲ ପବନ କଲ୍ୟାଣ ଓ ବ୍ରହ୍ମପୁର ମହାନଗର ନିଗମର କମିଶନର ଭାବେ ୨୦୧୮ ବ୍ୟାଚ୍‍ ଆଇଏଏସ୍‍ ଜେ. ସୋନାଲଙ୍କୁ ନିଯୁକ୍ତି ଦିଆଯାଇଛି ।

ଅନ୍ୟମାନଙ୍କ ମଧ୍ୟରେ ୨୦୧୦ ବ୍ୟାଚ୍‍ ଆଇଏଏସ୍‍ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କୁ ରାଜ୍ୟ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବାବେଳେ ୨୦୧୦ ବ୍ୟାଚ ଆଇଏଏସ୍‍ ସୁଧାଂଶୁ ମୋହନ ସାମଲଙ୍କୁ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । ୨୦୧୦ ବ୍ୟାଚ୍‍ ଆଇଏଏସ୍‍ ଡି.ବୃନ୍ଦା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଭାବେ ନିଯୁକ୍ତି ପାଇଥିବାବେଳେ ୨୦୧୩ ବ୍ୟାଚ୍‍ ଆଇଏଏସ୍‍ ମଧୁସ୍ମିତା ସାହୁ ରାଜ୍ୟସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ।

ଖୋରଧା ଜିଲ୍ଲାପାଳ ଥିବା ବରିଷ୍ଠ ଓଏଏସ୍‍ ଅଫିସର ସଂଗ୍ରାମ ମହାପାତ୍ରଙ୍କୁ ଓଡିଶା ଆଦର୍ଶ ବିଦ୍ୟ।।ଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିବାବେଳେ ୨୦୧୮ ବ୍ୟାଚ୍‍ ଆଇଏଏସ୍‍ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ନିଯୁକ୍ତି ଦିଆଯାଇଛି ।

୨୦୧୮ ବ୍ୟାଚ୍‍ ଆଇଏଏସ୍‍ ଅଗ୍ରୱାଲ ଅକ୍ଷୟ ସୁନୀଲ ସାଧାରଣ ପ୍ରଶାସନ ବିଭାଗର ଉପ ସଚିବ ଭାବେ ନିଯୁକ୍ତି ପାଇଥିବାବେଳେ ବରିଷ୍ଠ ଓଏଏସ୍‍ ଅଫିସର ସରୋଜ କୁମାର ମିଶ୍ର ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଏଥି ସହିତ ଶ୍ରୀ ମିଶ୍ରଙ୍କୁ ଅତିରିକ୍ତ ଭାବେ ଗୃହ (ପ୍ରୋଟୋକଲ) ଦାୟିତ୍ୱ ଦିଆଯାଇଛି । ତେବେ ବିଏମ୍‍ସି କମିଶନର ଥିବା ସଞ୍ଜୟ କୁମାର ସିଂହଙ୍କ ନାମ ଏହି ବଦଳି ତାଲିକାରେ ନାହିଁ ।