Home Administration ବଦଳିଲା ପଞ୍ଚାୟତ ଆଇନ୍‍

ବଦଳିଲା ପଞ୍ଚାୟତ ଆଇନ୍‍

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତି ନିର୍ବାଚନରେ ପ୍ରାର୍ଥୀ ହେବାପାଇଁ ପାଇଁ ଦାଖଲ ହୋଇଥିବା ସତ୍ୟପାଠରେ ମିଥ୍ୟା ତଥ୍ୟ ପ୍ରଦାନ କରୁଥିବା ପ୍ରାର୍ଥୀଙ୍କୁ ଦଣ୍ଡ ଦେବା ପାଇଁ ରାଜ୍ୟ ସରକାର ତିନୋଟି ପଞ୍ଚାୟତ ଆଇନରେ ସଂଶୋଧନ କରିଛନ୍ତି ।

ଆଇନ ବିଭାଗ ଓଡିଶା ଗ୍ରାମାଞ୍ଚଳ ଅଧିନିୟମ, ୧୯୬୪, ଓଡିଶା ପଞ୍ଚାୟତ ସମିତି ଅଧିନିୟମ, ୧୯୫୯ ଏବଂ ଓଡିଶା ଜିଲ୍ଲା ପରିଷଦ ଅଧିନିୟମ, ୧୯୯୧ ରେ ସଂଶୋଧନ ପାଇଁ ଏକ ନିୟମ ଜାରି କରିଛି ।

ନିୟମ ଅନୁଯାୟୀ, ଯେଉଁ ପ୍ରାର୍ଥୀ ନିର୍ବାଚନ ଲଢିବା ପାଇଁ ତାଙ୍କ ସତ୍ୟପାଠରେ ମିଥ୍ୟା ତଥ୍ୟ ଦାଖଲ କରନ୍ତି, ତାଙ୍କୁ ଛଅ ମାସ କାରାଦଣ୍ଡ କିମ୍ବା ଜୋରିମାନା କିମ୍ବା ଉଭୟ ସହିତ ଦଣ୍ଡିତ କରାଯିବ ।

ଜଣେ ପ୍ରାର୍ଥୀ ଯିଏ ନିଜେ କିମ୍ବା ତାଙ୍କ ପ୍ରସ୍ତାବକଙ୍କ ମାଧ୍ୟମରେ, ର୍ନିବାଚନରେ ପ୍ରାର୍ଥୀ ହେବାକୁ ଇଚ୍ଛା କରନ୍ତି, ସେ ମିଥ୍ୟା ତଥ୍ୟ ଦିଅନ୍ତି ଯାହା ସେ ଜାଣନ୍ତି କିମ୍ବା ମିଥ୍ୟା ବୋଲି ବିଶ୍ୱାସ କରିବାର କାରଣ ଅଛି କିମ୍ବା ତାଙ୍କ ନାମାଙ୍କନପତ୍ରରେ କିମ୍ବା ତାଙ୍କ ସତ୍ୟପାଠରେ କୌଣସି ତଥ୍ୟ ଲୁଚାଇ ରଖନ୍ତି, ସେଥିପାଇଁ ତାଙ୍କୁ ଜେଲ ଦଣ୍ଡ ଦିଆଯିବ । ଏହି ଦଣ୍ଡ ଯାହାକି ଛଅ ମାସ ପର୍ଯ୍ୟନ୍ତ ବଢିିପାରେ, କିମ୍ବା ଜୋରିମାନା ସହିତ କିମ୍ବା ଉଭୟ ହୋଇପାରେ ।

ସେହିଭଳି, ତ୍ରିସ୍ତରୀୟ ପଞ୍ଚାୟତ ରାଜ ଅନୁଷ୍ଠାନର ଯେ କୌଣସି ମନୋନୀତ ସଦସ୍ୟ ଅଯୋଗ୍ୟ ଘୋଷିତ ହେବେ, ଯଦି ସେ ନାମାଙ୍କନପତ୍ର ଦାଖଲ କରିବା ସମୟରେ ତାଙ୍କ ପୂର୍ବ ଅପରାଧିକ, ସମ୍ପତ୍ତି ଏବଂ ଦାୟିତ୍ୱ ଏବଂ ଶିକ୍ଷାଗତ ଯୋଗ୍ୟତା ସମ୍ବନ୍ଧୀୟ ଏକ ସତ୍ୟପାଠ ପ୍ରଦାନ କରିନଥିବେ ।

ରାଜ୍ୟ ବାରମ୍ବାର ଘୂର୍ଣ୍ଣିବଳୟ ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ଗ୍ରାମ, ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ଉପଯୁକ୍ତ ବିପର୍ଯ୍ୟୟ ପରିଚାଳନା ପାଇଁ ସରକାର ଗ୍ରାମପଞ୍ଚାୟତ ଏବଂ ପଞ୍ଚାୟତ ସମିତି ଅଧିନିୟମରେ ନୂତନ ବ୍ୟବସ୍ଥା କରିଛନ୍ତି ।

ବର୍ତ୍ତମାନ ଗ୍ରାମପଞ୍ଚାୟତ ଏବଂ ପଞ୍ଚାୟତ ସମିତି ସ୍ତରରେ ନିଜର ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରିପାରିବେ, ରାଜ୍ୟ ଯୋଜନା ଏବଂ ଜିଲ୍ଲା ଯୋଜନା ଅନୁଯାୟୀ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ରିଲିଫ, ପୁନରୁଦ୍ଧାର, ଥଇଥାନ ଏବଂ ପୁନଃ ର୍ନିମାଣ କାର୍ଯ୍ୟ ପରିଚାଳନା କରିପାରିବେ । ବିପର୍ଯ୍ୟୟ ପରିଚାଳନା ପାଇଁ ଦୁଇଟି ଅନୁଷ୍ଠାନ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିପାରନ୍ତି । ତେବେ ଏହି ବ୍ୟବସ୍ଥା ଜିଲା ପରିଷଦ ଅଧିନିମୟରେ ଅନ୍ତର୍ଭୂକ୍ତ କରାଯାଇ ନାହିଁ ।

ଏହି ଧାରାର ଉଦ୍ଦେଶ୍ୟ ପାଇଁ, ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ ର ଧାରା ୨ ର ଧାରା (ଙ) ଅନୁଯାୟୀ ଦିଆଯାଇଥିବା \” ପରିଚାଳନା\’ ଅଭିବ୍ୟକ୍ତିର ସମାନ ଅର୍ଥ ରହିବ ବୋଲି ସରକାର କହିଛନ୍ତି ।