Home Finance ପ୍ରିମିୟର ଲିଗ୍‍ ୦.୨ ରେ ଟିକସ ଆଦାୟ ବୃଦ୍ଧି

ପ୍ରିମିୟର ଲିଗ୍‍ ୦.୨ ରେ ଟିକସ ଆଦାୟ ବୃଦ୍ଧି

ଭୁବନେଶ୍ୱର : ମ୍ୟୁନିସିପାଲ ପ୍ରିମିୟର ଲିଗ୍‍ ୨.୦ ରେ କରୋନା ମହାମାରୀ ସତ୍ୱେ ଟିକସ ଆଦାୟ ପରିମାଣ ୧୪୧ କୋଟି ଟଙ୍କା ଛୁଇଁଛି । ୨୦୧୯-୨୦ ଆର୍ଥିକ ବର୍ଷରେ ୨୪% ଟିକସ୍ ଆଦାୟ ବୃଦ୍ଧି ପାଇ ୧୦୪ କୋଟି ଟଙ୍କାରୁ ୧୨୩ କୋଟି ଟଙ୍କାକୁ ବୃଦ୍ଧି ହୋଇଥିଲା । ପ୍ରିମିୟର ଲିଗ୍‍ ୧.୦ ଓ ୨.୦ ର ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ପୈାରାଞ୍ଚଳର ରାଜସ୍ୱ ଆଦାୟ ବୃଦ୍ଧି ପାଇଁ ମ୍ୟୁନିସିପାଲ ପ୍ରିମିୟର ଲିଗ୍ ୧.୦ ଏବଂ ୨.୦ ଆରମ୍ଭ କରାଯାଇଥିଲା । ମ୍ୟୁନିସିପାଲ ପ୍ରିମିୟର ଲିଗ୍ କାର୍ଯ୍ୟକାରୀ ହେବା ପରେ ପୈାରସଂସ୍ଥା ଗୁଡ଼ିକରେ ରାଜସ୍ୱ ଆଦାୟ ସନ୍ତୋଷଜନକ ଭାବେ ବୃଦ୍ଧି ହୋଇଛି ।

ପ୍ରାରମ୍ଭରେ ୯ ଗୋଟି ବଡ଼ ବଡ଼ ସହରରେ ଏହି ବ୍ୟବସ୍ଥା ପରୀକ୍ଷା ମୂଳକ ଭାବେ କାର୍ଯ୍ୟକାରୀ କରାଯାଇ ବର୍ତମାନ ସମସ୍ତ ୧୧୪ ଗୋଟି ସହରାଂଚଳରେ କାର୍ଯ୍ୟକାରୀ କରାଯାଇଛି ଯେଉଁଥିରେ ୬୫୦ ରୁ ଅଧିକ ସଂଖ୍ୟକ କର୍ମଚାରୀ ସାମିଲ ହୋଇଛନ୍ତି । ଏହି ବ୍ୟବସ୍ଥା ମାଧ୍ୟମରେ ଟିକସ୍ ବୃଦ୍ଧି କ୍ଷେତ୍ରରେ ୬୭ ମିଶନ ଶକ୍ତି ମହିଳା ସ୍ୱେଚ୍ଛା ସେବୀ ସଙ୍ଗଠନକୁ ମଧ୍ୟ ସାମିଲ କରାଯାଇଛି ।

ମ୍ୟୁନିସିପାଲ ପ୍ରିମିୟର ଲିଗ୍‌-୧.୦ କାର୍ଯ୍ୟକାରୀ କରାଯାଇ ୨୦୧୯-୨୦ ଆର୍ଥିକ ବର୍ଷରେ ୨୪% ଟିକସ୍ ଆଦାୟ ବୃଦ୍ଧି ପାଇ ୧୦୪ କୋଟି ଟଙ୍କାରୁ ୧୨୩ କୋଟି ଟଙ୍କାକୁ ବୃଦ୍ଧି ହୋଇଥିଲା । ସେହି ପରି ମ୍ୟୁନିସିପାଲ ପ୍ରିମିୟର ଲିଗ୍‌-୨.୦ ରେ ୨୦୨୦-୨୧ ଆର୍ଥିକ ବର୍ଷରେ କୋରନା ଜନିତ ମହାମାରୀ ସତ୍ୱେ ୧୫% ଟିକସ୍ ଆଦାୟ ବୃଦ୍ଧି ଘଟି ୧୨୩ କୋଟି ଟଙ୍କାରୁ ୧୪୧ କୋଟି ଟଙ୍କାରେ ପହଂଚିପାରିଛି ।

ପୈାର ପରିଷଦ ଗୁଡ଼ିକ ସେମାନଙ୍କ ନିଜସ୍ୱ ରାଜସ୍ୱ ବୃଦ୍ଧି କରି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଏହା ସହାୟକ ହୋଇଥାଏ ଏବଂ ନାଗରିକ ମାନଙ୍କୁ ଉତମ ସେବା ଯୋଗାଇବାରେ ସାହାଯ୍ୟ କରିଥାଏ ।

ଏହି ବ୍ୟବସ୍ଥା ସହିତ ସାମିଲ୍ ହୋଇ ପୈାର ପରିଷଦ ଗୁଡ଼ିକର ନିଜସ୍ୱ ଆୟ ବୃଦ୍ଧି କରିବା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ପାଇଁ ସଂପୃକ୍ତ ସମସ୍ତ ପଦାଧିକାରୀ ଏବଂ ଉତମ ପ୍ରଦର୍ଶନ ପାଇଁ ପୁରସ୍କୃତ ଅଧିକାରୀମାନଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି ।

ମୋର ଆଶା ଓ ବିଶ୍ୱାସ ଆଜି ଆରମ୍ଭ କରାଯାଉଥିବା ମ୍ୟୁନିସିପାଲ ପ୍ରିମିୟର ଲିଗ୍‌-୩.୦ ଆଗାମୀ ଦିନରେ ଅଧିକ ଫଳପ୍ରଦ ହୋଇପାରିବ ଏବଂ ପୈାର ସଂସ୍ଥାଗୁଡ଼ିକ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିବ । ମୁଁ ମ୍ୟୁନିସିପାଲ ପ୍ରିମିୟର ଲିଗ୍‌-୩.୦ ର ସଫଳତା କାମନା କରୁଛି ।