Home Election ପ୍ରାର୍ଥୀପତ୍ର ଦାଖଲ ହୋଇନଥିବା ସ୍ଥାନ ପାଇଁ ପୁନଃ ବିଜ୍ଞପ୍ତି

ପ୍ରାର୍ଥୀପତ୍ର ଦାଖଲ ହୋଇନଥିବା ସ୍ଥାନ ପାଇଁ ପୁନଃ ବିଜ୍ଞପ୍ତି

ଭୁବନେଶ୍ୱର : ଭାରତୀୟ ସମ୍ବିଧାନ ଧାରା ୨୪୩(କ) ଓ ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନ ଆଇନ-୧୯୬୫ ଅଧିନିୟମ ୧୧(୧୧), ଓଡ଼ିଶା ପଞ୍ଚାୟତ ସମିତି ନିର୍ବାଚନ ଆଇନ-୧୯୯୧ ଅଧିନିୟମ ୩୫ ଏବଂ ଓଡ଼ିଶା ଜିଲ୍ଲା ପରିଷଦ ନିର୍ବାଚନ ଆଇନ-୧୯୯୪ ଅଧିନିୟମ ୧୩ ଓ ୪୨ ଅନୁସାରେ ଯେଉଁ ନିର୍ବାଚନ କ୍ଷେତ୍ରରେ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବେ କିମ୍ବା ଯେଉଁ ନିର୍ବାଚନ କ୍ଷେତ୍ରରେ ନାମାଙ୍କନ ପତ୍ର ଯାଞ୍ଚବେଳେ ସବୁ ନାମାଙ୍କନ ପତ୍ର ନାକଚ ହୋଇଯାଇଥିବ, ସେସବୁ କ୍ଷେତ୍ରଗୁଡ଼ିକରେ ନିର୍ବାଚନ ନିମନ୍ତେ ନିର୍ବାଚନ କମିଶନଙ୍କ ଦ୍ୱାରା ପୁନଃବିଜ୍ଞପ୍ତି ପ୍ରକାଶ ପାଇଛି ।

ୱାର୍ଡମେମ୍ବର ଏବଂ ସରପଞ୍ଚ ପଦବୀ ନିମନ୍ତେ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ତା. ୨୭/୦୧/୨୦୨୨ରିଖ ଦିନ ୧୦ ଘଟିକା ସମୟରେ ସଂପୃକ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ/ୱାର୍ଡରେ ନୋଟିସ୍‌ ଜାରିହେବ । ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ତା. ୨୯/୦୧/୨୦୨୨ରିଖଠାରୁ ତା. ୩୧/୦୧/୨୦୨୨ରିଖ ପର୍ଯ୍ୟନ୍ତ ଦିନ ୧୧ ଘଟିକାଠାରୁ ଅପରାହ@ ୩ ଘଟିକା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ ।

ତା. ୦୧/୦୨/୨୦୨୨ରିଖ ଦିନ ୧୧ ଘଟିକା ସମୟରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଓ ତା. ୦୨/୦୧/୨୦୨୨ରିଖ ଅପରାହ@ ୩ ଘଟିକା ସୁଦ୍ଧା ଯୋଗ୍ୟ ପ୍ରାର୍ଥୀଙ୍କର ତାଲିକା ପ୍ରକାଶ ପାଇବ । ଫେବୃଆରୀ ୪ ତାରିଖ ୩ ଘଟିକା ସୁଦ୍ଧା ବ୍ଲକ୍‌ କାର୍ଯ୍ୟାଳୟରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଦିବସ ଓ ସେହିଦିନ ୩ ଘଟିକା ପରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ପତ୍ର ପ୍ରକାଶ ପାଇବ ।

ସେହିପରି ପଞ୍ଚାୟତ ସମିତି ସଭ୍ୟ ପଦ ପାଇଁ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ତା.୨୭/୦୧/୨୦୨୨ରିଖ ଦିନ ୧୦ ଘଟିକା ସମୟରେ ନୋଟିସ୍‌ ଜାରିହେବ । ବ୍ଲକ୍‌ କାର୍ଯ୍ୟାଳୟଠାରେ ତା.୨୯/୦୧/୨୦୨୨ରିଖଠାରୁ ତା. ୩୧/୦୧/୨୦୨୨ରିଖ ପର୍ଯ୍ୟନ୍ତ ଦିନ ୧୧ଟାଠାରୁ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ ।

ଫେବୃଆରୀ ୧ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ଫେବୃଆରୀ ୨ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିଥିବା ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ, ଫେବୃଆରୀ ୪ ତାରିଖରେ ନାମାଙ୍କନ ପ୍ରତ୍ୟାହାର ଓ ସେହିଦିନ ୩ ଘଟିକା ପରେ ବ୍ଲକ୍‌ କାର୍ଯ୍ୟାଳୟରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ।

ଜିଲ୍ଲା ପରିଷଦ ପଦବୀ ନିମନ୍ତେ ଉପଜିଲ୍ଲାପାଳ/ବ୍ଲକ୍‌ କାର୍ଯ୍ୟାଳୟରେ ତା.୨୭/୦୧/୨୦୦ରିଖ ଦିନ ୧୦ ଘଟିକା ସମୟରେ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ନିର୍ବାଚନ ପାଇଁ ନୋଟିସ୍‌ ଜାରିହେବ । ତା. ୨୯/୦୧/୨୦୨୨ରିଖଠାରୁ ତା. ୩୧/୦୧/୨୦୨୨ରିଖ ପର୍ଯ୍ୟନ୍ତ ଦିନ ୧୧ ଘଟିକାଠାରୁ ଅପରାହ@ ଘଟିକା ମଧ୍ୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ ହେବ ।

ଫେବୃଆରୀ ୧ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ଫେବୃଆରୀ ୨ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିଥିବା ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା, ଫେବୃଆରୀ ୪ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ଓ ସେହିଦିନ ୩ ଘଟିକା ପରେ ନିର୍ବଚାନ ପାଇଁ ଚୂଡ଼ାନ୍ତ ତାଲିକା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇବ । ଏହି ବିଜ୍ଞପ୍ତି ମଧ୍ୟ ରାଜ୍ୟ ନିର୍ବାଚନ ଆୟୋଗଙ୍କ େୱବ୍‌ସାଇଟ୍‌ www.secodisha.gov.in ରେ ଉପଲବ୍ଧ ହେଉଛି ।

ନିର୍ବାଚନ ଦିବଦ ଭୋଟ ଗଣତି ଓ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବ ନିର୍ଦ୍ଧାରିତ ଅନୁସାରେ ହେବ । ଜାନୁଆରୀ ୩୦ ତାରିଖ ସରକାରୀ ଛୁଟି ଦିବସ ସତ୍ତେ୍ୱ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଖୋଲା ରହିବ ଓ ନାମାଙ୍କନ ପତ୍ର ଦାଖଲ ହେବ ।

ପ୍ରକାଶ ଥାଉ କି, ଏହାପରେ ଯଦି କୌଣସି ନିର୍ବାଚନ କ୍ଷେତ୍ରରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ ନକରନ୍ତି, ତାହେଲେ ସରପଞ୍ଚ ଓ ୱାର୍ଡମେମ୍ବର ପଦବୀ ନିମନ୍ତେ ସଂପୃକ୍ତ ଉପଜିଲ୍ଲାପାଳ ଖାଲି ରହିଥିବା ପଦବୀ ନିମନ୍ତେ ପ୍ରାର୍ଥୀଙ୍କୁ ମନୋନୀତ କରିବେ ଏବଂ ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ କ୍ଷେତ୍ରରେ ଖାଲି ରହିଥିବା ପଦବୀ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରାର୍ଥୀ ମନୋନୟନ କରାଯିବ ।