Home Administration ପ୍ରତିବର୍ଷ ହେବ ମେୟର/ଅଧ୍ୟକ୍ଷ ସମ୍ମିଳନୀ

ପ୍ରତିବର୍ଷ ହେବ ମେୟର/ଅଧ୍ୟକ୍ଷ ସମ୍ମିଳନୀ

ଭୁବନେଶ୍ୱର : ରାଜ୍ୟ ସ୍ତରରେ ପ୍ରତିବର୍ଷ ମେୟର ଓ ଅଧ୍ୟକ୍ଷମାନଙ୍କୁ ନେଇ ସମ୍ମିଳନୀ ଆୟୋଜିତ ହେବ । ନବର୍ନିବାଚିତ ମେୟର ଏବଂ ପୌରାଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ପାଇଁ ଦୁଇ ଦିନିଆ କର୍ମଶାଳା ଆଜି ଲୋକସେବା ଭବନରେ ସମାପ୍ତ ହେବା ଅବସରରେ ଏହି ସୂଚନା ଦିଆଯାଇଛି । ଏହି କର୍ମଶାଳାରେ ସମସ୍ତ ଅଂଶଗ୍ରହଣକାରୀ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଠାରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ । ଶ୍ରୀ ଜେନା ବିଭିନ୍ନ ସହରାଞ୍ଚଳରେ ନିଆଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ମେୟର ଏବଂ ଅଧ୍ୟକ୍ଷମାନଙ୍କ ସହ ଆଲୋଚନା କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏପ୍ରିଲ୍‍ ୨୫ରେ ଏହି କର୍ମଶାଳା ଉଦଘାଟିତ ହୋଇଥିଲା ଯାହାକି ନୂତନ ଭାବେ ର୍ନିବାଚିତ ମେୟର ଏବଂ ଅଧ୍ୟକ୍ଷମାନଙ୍କୁ ପ୍ରତ୍ୟେକ ସ୍ତରରେ ୫ଟି ଶାସନ ନୀତି ପାଳନ କରି ଲୋକଙ୍କୁ ଉନ୍ନତ ସେବା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ନବ ର୍ନିବାଚିତ ପ୍ରତିନିଧୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମ ବିଷୟରେ କହିଥିଲେ । ନୂତନ ନେତୃତ୍ୱ ସହରର ବିକାଶ ଏବଂ ନୂତନ ଢଙ୍ଗରେ ସେବା ଯୋଗାଇଦେବାକୁ ସେ ଆଶା ପ୍ରକଟ କରିଛନ୍ତି ।

୨୦୨୨ ମସିହାରେ ପୌ ର୍ନିବାଚନରେ ମନୋନୀତ ହୋଇଥିବା ମିଶନ୍ ଶକ୍ତି ଗୋଷ୍ଠି ଏବଂ ବସ୍ତି ବିକାଶ ସଂଘର ଏକ ଡିରେକ୍ଟୋରୀ କର୍ମଶାଳାର ପ୍ରଥମ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା ।

ଏହା ପ୍ରଥମ ଥର ପାଇଁ ଓଡିଶାର ସମସ୍ତ ୧୧୪ ପୌରାଞ୍ଚଳର ର୍ନିବାଚିତ ପ୍ରତିନିଧୀଙ୍କ ପାଇଁ ଏକ ଅଭିନବ କର୍ମଶାଳା ଆୟୋଜନ କରାଯାଉଛି ଯେଉଁଠାରେ ଅଂଶଗ୍ରହଣକାରୀମାନେ ସେମାନଙ୍କର ଭୂମିକା ଏବଂ ଦାୟିତ୍ୱ ଏବଂ ସରକାରଙ୍କ ବିଭିନ୍ନ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଉପରେ ଧ୍ୟାନ ଦେଇଥିଲେ ।

ଗୃହ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣକାରୀମାନଙ୍କୁ ବିଭାଗର ପ୍ରମୁଖ କାର୍ଯ୍ୟଗୁଡ଼ିକ ସହିତ ପରିଚିତ କରାଇଲେ ଏବଂ ୫ଟି ଶାସନ ନୀତି, ମ୍ୟୁନିସିପାଲିଟି ଫାଇନାନ୍ସ ଏବଂ ” ମୋ ସହର ସରକାର’ ଉପରେ ଗୁରୁତ୍ୱ ଦେଇଥିଲେ । ଏଥିସହ, ଜଳ ଯୋଗାଣ, ଗୃହ, ପରିମଳ, ଟ୍ୟାପ୍ ପାନୀୟଜଳ ମିଶନ୍ ଠାରୁ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା, ମୁକ୍ତା, ଜାଗା ମିଶନ୍‌, ସ୍ମାର୍ଟ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ କାର୍ଯ୍ୟକ୍ରମ ଇତ୍ୟାଦିରେ ବିଭିନ୍ନ ସହରୀ ବିକାଶମୂଳକ ପଦକ୍ଷେପ ବିଷୟରେ ର୍ନିବାଚିତ ପ୍ରତିନିଧୀଙ୍କୁ ବିସ୍ତୃତ ଭାବରେ ଅବଗତ କରାଯାଇଥିଲା ।

ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ ନୂତନ ଭାବେ ର୍ନିବାଚିତ ସମସ୍ତ କାଉନସିଲର ଏବଂ କର୍ପୋରେଟରମାନଙ୍କ ପାଇଁ ବିଭାଗ ଦ୍ୱାରା ଏପରି କର୍ମଶାଳା ଆୟୋଜିତ ହେବ । ଆମେ ଏହା ଖୁସି ଯେ ଅଂଶଗ୍ରହଣକାରୀମାନେ କର୍ମଶାଳାକୁ ବହୁତ ଭଲ ଭାବରେ ଗ୍ରହଣ କରିଥିଲେ ଏବଂ ସେମାନେ ସହରୀ ଯୋଜନା ଏବଂ କାର୍ଯ୍ୟକ୍ରମ ବିଷୟରେ ଅଧିକ ଜାଣିବାକୁ ଆଗ୍ରହୀ ଥିଲେ ବୋଲି ସେ କହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ପୌର ପ୍ରଶାସକ ସଂଗ୍ରାମଜିତ୍‍ ନାୟକଙ୍କ ସହିତ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ, ରାଜ୍ୟ ସ୍ତରୀୟ ଅଂଶୀଦାର ମଧ୍ୟ ଉପସ୍ଥିତ ଥିଲେ । ଏକ ଐତିହାସିକ ନିଷ୍ପତ୍ତିରେ, ଓଡ଼ିଶା ସରକାର ମେୟର ଏବଂ ଅଧ୍ୟକ୍ଷମାନଙ୍କ ବାର୍ଷିକ ସମ୍ମିଳନୀ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।