Home General ପୌରାଞ୍ଚଳରେ ଲକ୍ଷେ ୨୩ହଜାର ବାସହୀନ

ପୌରାଞ୍ଚଳରେ ଲକ୍ଷେ ୨୩ହଜାର ବାସହୀନ

ଭୁବନେଶ୍ୱର : ରାଜ୍ୟ ପୌରାଞ୍ଚଳରେ ଳକ୍ଷେ ୨୩ହଜାରରୁ ଅଧିକ ବାସହୀନ ପରିବାର ବସବାସ କରୁଛନ୍ତି । ଏହି ସମସ୍ତଙ୍କୁ ଘର ଯୋଗାଇଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।

ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟର ପୌରାଞ୍ଚଳ ଗୁଡିକରେ ୧,୨୩,୭୦୮ଜଣ ବାସହୀନ ପରିବାର ବସବାସ କରୁଛନ୍ତି ।

ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୮,୫୭୧, ରାଜୀବ ଆବାସ ଯୋଜନାରେ ୪୭୬୦, ସମନ୍ୱିତ ଗୃହ ଓ ବସ୍ତି ବିକାଶ ଯୋଜନାରେ ୧୨,୭୪୨ ଏବଂ ବିଏସ୍‍ୟୁପି ଯୋଜନାରେ ୨୦୮୧ ଜଣ ପରିବାରକୁ ବାସଗୃହ ଯୋଗାଇ ଦିଆଯାଇଛି ।

ପ୍ରଥମ ପର୍ଯ୍ୟାୟରେ କଟକ ଓ ଭୁବନେଶ୍ୱରରେ ଯଥାକ୍ରମେ ୫୦୫ ଓ ୮୬୩୫ ଗୋଟି ନିମ୍ନ ମଧ୍ୟବିତ୍ତ ପରିବାରକୁ ଘର ଯୋଗାଇ ଦେବାଲାଗି ଯଥାକ୍ରମେ ୩୧କୋଟି ୯୦ଲକ୍ଷ ଓ ୪୫୫କୋଟି ୪୬ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଉପରୋକ୍ତ ଯୋଜନା ଗୁଡିକରେ ସମସ୍ତ ବାସହୀନ ପରିବାରମାନଙ୍କୁ ସାମିଲ କରିବାପାଇଁ ସରକାର ଲକ୍ଷ୍ୟ ରଖିଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

LEAVE A REPLY

Please enter your comment!
Please enter your name here