Home General ପୋଡି ଯାଇଥିବା ଶ୍ରମିକଙ୍କୁ ତୁରନ୍ତ କ୍ଷତିପୂରଣ ଦିଅ

ପୋଡି ଯାଇଥିବା ଶ୍ରମିକଙ୍କୁ ତୁରନ୍ତ କ୍ଷତିପୂରଣ ଦିଅ

ଝାରସୁଗୁଡ଼ା : କାର୍ଯ୍ୟ କରିବା ବେଳେ ମାର୍ଚ୍ଚ ୧୧ରେ ପୋଡ଼ି ହୋଇ ଆହତ ହୋଇଥିବା ଚାରି ଜଣ ଠିକା ଶ୍ରମିକଙ୍କ ପାଇଁ ଜେଏସ୍‍ଡବ୍ଲ୍ୟୁ ବିପିଏସ୍‌ଏଲ୍ କୌଣସି କ୍ଷତିପୂରଣ ଦେଇନଥିବା ଅଭିଯୋଗ କରିଛନ୍ତି ଓଡ଼ିଶା ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ ।

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀଯୁକ୍ତ ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ ୨୦୨୨ ମାର୍ଚ୍ଚ ୧୧ରେ ଚାରି ଜଣ ଶ୍ରମିକ ଯେଉଁମାନେ ସମସ୍ତେ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲାର ଭଲାଇଦା ପଂଚାୟତ ଅନ୍ତର୍ଗତ ତିତେଇମାଳ ଗ୍ରାମର ବାସିନ୍ଦା ଯେଉଁମାନଙ୍କ ନାମ ହେଉଛି କରଣ ଓରାମ,ନିଳମଣି ଓରାମ, ଅଞ୍ଜନ ଓରାମ ଓ ଅଶୋକ ଧୁରୁଆ, ସେମାନେ ଜେଏସ୍‌ଡବ୍ଲୁ ବିପିଏସ୍‌ଏଲ୍‌କୁ କାମ କରିବାକୁ ଯାଇଥିଲେ ।

ମାର୍ଚ୍ଚ ୧୧ ରାତିରେ ବିସ୍ଫୋରଣ ହେବାରୁ ଶ୍ରମିକମାନେ ପୋଡ଼ି ହୋଇଯାଇଥିବା ବେଳେ ଜଣଙ୍କ ଶରୀର ୮୦ ପ୍ରତିଶତ ପୋଡ଼ି ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କ ୩୦ ପ୍ରତିଶତ ଓ ଦୁଇ ଜଣଙ୍କ ଶରୀର ୧୦ ପ୍ରତିଶତ ପୋଡ଼ିହୋଇଯାଇଥିଲା ।

ମାତ୍ର, ସେମାନଙ୍କୁ କୌଣସି ଏଫ୍‌ଆଇଆର୍ ନଦେବାକୁ ଧମକ ଓ ପରାମର୍ଶ ଦିଆଯାଇଥିଲା ଏବଂ ପ୍ରଥମେ ସେମାନଙ୍କୁ କାରଖାନା ଭିତରେ ଥିବ ଡିସ୍‌ପେନ୍‌ସେରିରେ ଚିକିତ୍ସା କରାଯାଇଯାଇଥିଲା ଏବଂ ପରେ ଦୁଇ ଜଣ ଶ୍ରମିକଙ୍କ ଇସ୍ପାତ ଜେନେରାଲ୍ ହସ୍ପିଟାଲ୍‌, ରାଉରକେଲା ଓ ଦୁଇ ଜଣଙ୍କୁ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ୍ ରିସର୍ଚ (ଭିମ୍‌ସାର୍‌), ବୁର୍ଲାକୁ ପଠାଇଦିଆଯାଇଥିଲା ।

ଚିକିତ୍ସା ହେଉଥିବା ବେଳେ ସେମାନଙ୍କୁ ସବୁ ଟଙ୍କା ଶେଷ ହୋଇଥିଲା ଓ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ସେମାନଙ୍କ ଅବସ୍ଥା ଭଲ ନଥିଲା । ଯେଉଁ ଠିକାଦାର (କଂଟ୍ରାକ୍ଟର)ଙ୍କ ଅଧୀନରେ ସେମାନେ କାମ କରୁଥିଲେ ସେ ମଧ୍ୟ କିଛି କରିନଥିଲା । ଏହା ହେଉଛି ଏକ ଅମାନୁଷିକ ଓ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ।

ଏକ ମାସ ବିତି ଯିବା ସତ୍ୱେ ଜିଲ୍ଲା ପ୍ରଶାସନ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା କିମ୍ବା ସାଧାରଣ ଭାବେ ପୋଡ଼ି ହେବା ମାମଲାରେ ପୋଲିସରେ ଏଫଆଇଆର୍ ହେବା କଥା, ମାତ୍ର ଦୁର୍ଭାଗ୍ୟଜନକ ଭାବେ କୌଣସି ଏଫ୍‌ଆଇଆର୍ ହୋଇନାହିଁ ।

ମୁଁ ଦାବି କରୁଛି ଯେ ଆହତ ହୋଇଥିବା ସମସ୍ତଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଓ ତା’ ସହିତ ଚିକିତ୍ସା ଖର୍ଚ ଦିଆଯାଉ ଏବଂ ଏଥିପାଇଁ ଦାୟୀ କଂଟ୍ରାକ୍ଟର (ଠିକାଦାର)ଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ କରାଯାଉ ଏବଂ ଯଦି ଆଗାମୀ ୭ ଦିନରେ ଯଦି କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବ ତେବେ ଆମେ ଜାତୀୟ ମାନବାଧିକାର କମିସନ ଓ ଏସ୍‌ସି ଆଣ୍ଡ୍ ଏସ୍‌ଟି କମିସନଙ୍କ ନିକଟରେ ଆବେଦନ କରିବୁ ।

LEAVE A REPLY

Please enter your comment!
Please enter your name here