Home Education ପୁରାତନ ଛାତ୍ରଛାତ୍ରୀ ଦେଲେ ଅଢେଇ କୋଟି

ପୁରାତନ ଛାତ୍ରଛାତ୍ରୀ ଦେଲେ ଅଢେଇ କୋଟି

ମୋ ସ୍କୁଲ ଯୋଜନାରେ ୧୬୧୦ଟି ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ପ୍ରାୟ ଅଢେଇ କୋଟି ଟଙ୍କା ଦେଇଛନ୍ତି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବସିଥିବା କାର୍ଯ୍ୟକାରୀ ସମିତି ବୈଠକରୁ ଏହି ସୂଚନା ମିଳିଛି । 

ସୂଚନା ଅନୁଯାୟୀ ରାଜ୍ୟର ୨୫ଟି ଜିଲ୍ଲାର ୧୬୧୦ ସ୍କୁଲର ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ୨ କୋଟି ୪୬ ଲକ୍ଷ ୯୦ ହଜାର ୨୦ ଟଙ୍କା ପ୍ରଦାନ କରିଥିବାବେଳେ ରାଜ୍ୟ ସରକାର ଏହାର ଦୁଇଗୁଣ ଅର୍ଥ ୪ କୋଟି ୯୩ ଲ କ୍ଷ ୮୦ ହ ଜାର ୪୦ ଟଙ୍କ। ଅନୁମୋଦନ କରିଛନ୍ତି । ଉ ୟ ପୁରାତନ ଛାତ ଛ୍ର।ତ୍ରୀ ଏବଂ ରାଜ୍ୟ ସରକାରଙ୍କ ଅନୁଦାନ ମିଶି ୭ କୋଟି ୪୦ ଲକ୍ଷ ୭୦ ହଜାର ୬୦ ଟଙ୍କାବ୍ୟୟ ଅଟକଳରେ ସଂପୃକ୍ତ ବିଦ୍ୟାଳୟର କାର୍ଯ୍ୟକ୍ରମ ଆରମ୍ଭ କରାଯିବ ।

ଗଜ ପତି, କଳାହାଣ୍ଡି, କୋରା ପୁଟ, ନବରଙ୍ଗପୁର,ବରଗଡ଼ ପ୍ରଭୃତି ଜିଲ୍ଲାର ବହୁ ସ୍କୁଲ ଏହି ଅଭିଯାନରେ ସାମିଲ ହୋଇ ଅନୁଦାନ ସଂଗ୍ରହ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ପ୍ରକାଶ ଥାଉ କି ଗଜପତି ଜିଲ୍ଲା ସର୍ବାଧିକ ୫୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଦାନ କରିଛନ୍ତି । ଏହି ବୈଠକରେ ‘ମୋ ସ୍କୁଲ’ ଅଭିଯାନ ସହିତ ଟାଟା ଟ୍ରଷ୍ଟ ସହିତ କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ବିଭିନ୍ନ ବିଦ୍ୟାଳୟରେ ପାଠାଗାର ଗଠନ ଉପରେ ଏବଂ ଶକ୍ଷିକ ମାନଙ୍କର ଦକ୍ଷତାବୃଦ୍ଧି ପାଇଁ ମଧ୍ୟ ଆଲୋଚନା କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ତରଫରୁ ‘ମୋ ସ୍କୁଲ’ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରି ମାର୍ଚ୍ଚ ୨୦୨୧ ମସିହା ଭିତରେବିଦ୍ୟାଳୟର ୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଯୋଡିବା ପାଇଁ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ,ଏସ୍‌ସିଇଆର୍‌ଟି, ‘ମୋ ସ୍କୁଲ’ ଅଭିଯାନର ଭାର ପ୍ରାପ୍ତ ଅଧିକାରୀ ଏବଂ ମୁଖ୍ୟ ପରିଚାଳନା ଅଧିକାରୀ ପ୍ରମୁଖ ଉ ପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here