Home Judiciary ପ୍ରତିଷ୍ଠା ହେବ ୪ ବାଣିଜ୍ୟିକ କୋର୍ଟ

ପ୍ରତିଷ୍ଠା ହେବ ୪ ବାଣିଜ୍ୟିକ କୋର୍ଟ

ରାଜ୍ୟରେ ୪ ଗୋଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା କରାଯିବ । ବାଣିଜ୍ୟିକ ମାମଲାଗୁଡିକର ବିଚାର ନିମନ୍ତେ ଏ ଭଳି କୋର୍ଟ ପ୍ରତିଷ୍ଠା କରାଯାଉଛି ।

ଓଡିଶା ସିଭିଲକୋର୍ଟ ଅଧିନିୟମ ୧୯୮୪ର ଧାରା ୩ ଏବଂ ଧାରା ୯ ର ଉପଧାରା (୧)ର କ୍ଷମତା ପ୍ରୟୋଗକରି ଧାରା ୧୦ ଓ ବାଣିଜ୍ୟିକ କୋର୍ଟ ଅଧିନିୟମ ୨୦୧୫ ର ଧାରା ୩ ର ପଠନ ସହିତ ଏବଂ ବିଧା ବିଭାଗର ଅଧିସୂଚନା ସଂଖ୍ୟା ୧୨୬୪୦, ବିଧି ତା ୨୬.୧୦.୨୦୧୭ର ଅଧିକ୍ରମଣରେ ରାଜ୍ୟ ସରକାର ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ସୁପାରିସ ଏବଂ ପରାମର୍ଶକ୍ରମେ କଟକ ସଦର, ଭୁବନେଶ୍ୱର, ବ୍ରହ୍ମପୁରରେ ଓ ସମ୍ବଲପୁର ଠାରେ ୪ ଗୋଟି ସିଭିଲ ଜଜ୍ ( ସିନିୟର ଡିଭିଜନ ) କୋର୍ଟ ପ୍ରତିଷ୍ଠା କରିବା ନିମନ୍ତେ ନିଷ୍ପତି ନେଇଛନ୍ତି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

ଏହା ବର୍ତମାନ ବିଦ୍ୟମାନ ଥିବା ସେହି କୋର୍ଟ ଗୁଡିକ ସହିତ ପ୍ରତିଷ୍ଠିତ ହେବ । ଏହି ବାଣିଜ୍ୟିକ କୋର୍ଟ ଗୁଡିକର ସ୍ଥାନୀୟ ସୀମା ଯଥାକ୍ରମେ କଟକ , ଅନୁଗୋଳ . ଢେଙ୍କାନାଳ . ଜାଜପୁର ଏବଂ ଖୋର୍ଦ୍ଧା ଓ ଗଞ୍ଜାମ, କନ୍ଧମାଳ, ବୌଦ୍ଧଏବଂ ଗଜପତି ଜଜ୍ ସିପ୍ ଗୁଡିକର ଅଧିକାରିତାରେ ସୀମିତ ରହିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏ ନେଇ ବିଧି ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।