Home Health ପିଲାଙ୍କ ପାଇଁ ଟିକା ପରୀକ୍ଷଣକୁ ମଞ୍ଜୁରି

ପିଲାଙ୍କ ପାଇଁ ଟିକା ପରୀକ୍ଷଣକୁ ମଞ୍ଜୁରି

70
0

ନୂଆଦିଲ୍ଲୀ: ଦେଶର ଜାତୀୟ ନିୟନ୍ତ୍ରକ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଧ୍ୟାନ ସହକାରେ ପରୀକ୍ଷା କରିବା ପରେ ବିଷୟ ବିଶେଷଜ୍ଞ ସମିତି (ଏସଇସି)ର ସୁପାରିଶକୁ ଗ୍ରହଣ କରିଛି ଏବଂ ୨ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ କୋଭାକ୍ସିନ (କୋଭିଡ ଭାକ୍ସିନ)ର ଦ୍ୱିତୀୟ/ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ନିମନ୍ତେ ଏହାର ଉତ୍ପାଦକ ଭାରତ ବାୟୋଟେକ ଲିମିଟେଡକୁ ମଞ୍ଜୁରି ଦିଆଯାଇଛି ।

୨ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ନିମନ୍ତେ ଏମ/ଏସ ଭାରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ, ହାଇଦ୍ରାବାଦ (ବିବିଆଇଏଲ) ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଏହି ପରୀକ୍ଷଣ ୫୨୫ ଜଣ ସୁସ୍ଥ ସ୍ୱେଚ୍ଛାସେବୀଙ୍କ ଉପରେ କରାଯିବ । ଏହି ପରୀକ୍ଷଣରେ ଇଣ୍ଟ୍ରାମସ୍କୁଲାର ମାର୍ଗ ମାଧ୍ୟମରେ ୦ରୁ ୨୮ ଦିନ ମଧ୍ୟରେ ଟିକାର ଦୁଇଟି ଡୋଜ୍ ଦିଆଯିବ ।

ତ୍ୱରିତ ନିୟନ୍ତ୍ରକ ପଦକ୍ଷେପ ସ୍ୱରୂପ ଗତ ମଙ୍ଗଳବାର ଦିନ ବିଷୟ ବିଶେଷଜ୍ଞ ସମିତି (ଏସଇସି) (କୋଭିଡ-୧୯)କୁ ପ୍ରସ୍ତାବ ଦିଆଯାଇଥିଲା । ସମିତି ବିସ୍ତୃତ ବିଚାରବିମର୍ଷ ପରେ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅନୁସାରେ ଦ୍ୱିତୀୟ/ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି ଦେବାକୁ ସୁପାରିଶ କରିଥିଲା ।

LEAVE A REPLY

Please enter your comment!
Please enter your name here