Home General ପିଲାଙ୍କୁ ଟିକାଦାନ ଆମର ପ୍ରାଥମିକତା

ପିଲାଙ୍କୁ ଟିକାଦାନ ଆମର ପ୍ରାଥମିକତା

ନୂଆଦିଲ୍ଲୀ : କୋଭିଡ-୧୯ ପରିସ୍ଥିତିର ସମୀକ୍ଷା ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ନିକଟରେ କେତେକ ରାଜ୍ୟରେ ବୃଦ୍ଧି ପାଇଥିବା କୋଭିଡ ମାମଲା ସମ୍ପର୍କରେ ସୂଚନା ଦେବା ସହ, ପରୀକ୍ଷା, ଚିହ୍ନଟ, ଉପଚାର, ଟିକାକରଣ ଓ କୋଭିଡ ମାର୍ଗଦର୍ଶିକା ଅନୁପାଳନର ଆବଶ୍ୟକତା ଉପରେ କହିଥିଲେ ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରସ୍ତୁତ କରିଥିବା ଏକ ବିବରଣୀରେ ବିଶ୍ୱର କେତେକ ରାଷ୍ଟ୍ରରେ କୋଭିଡ ମାମଲା ବୃଦ୍ଧି ସହ କେତେ ରାଜ୍ୟରେ ଆମର ଏହି ମାମଲା ବୃଦ୍ଧି ନେଇ ଆଲୋଚନା କରିଥିଲେ । ସେ ରାଜ୍ୟମାନେ ନିୟମିତ ଭାବେ ମାମଲାର ଅନୁଧ୍ୟାନ କରି ତଥ୍ୟ ସୂଚାଇବା ସହ, ସକ୍ରିୟ ପର୍ଯ୍ୟବେକ୍ଷଣ, ଭିତ୍ତିଭୂମି ବିକାଶ ସହ କେନ୍ଦ୍ରୀୟ ପାଣ୍ଠି ବିନିଯୋଗ ସମ୍ପର୍କରେ କହିଥିଲେ ।

ବୈଶ୍ୱିକ ମହାମାରୀ ଆରମ୍ଭରୁ ସମୟୋପଯୋଗୀ ମାର୍ଗଦର୍ଶନ ଓ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଗଣ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଠିକ୍ ସମୟରେ ଏହି ସମୀକ୍ଷା ବୈଠକ ପ୍ରଧାନମନ୍ତ୍ରୀ ଡକାଇଛନ୍ତି ବୋଲି ସେମାନେ କହିଥିଲେ । ସେମାନେ ନିଜ ନିଜ ରାଜ୍ୟରେ କୋଭିଡ ମାମଲା ଓ ଟିକାକରଣ ସ୍ଥିତି ଉପରେ ତଥ୍ୟମାନ ରଖିଥିଲେ ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଜୀବନଜୀବିକା ତାଙ୍କ ରାଜ୍ୟରେ ପାଳନ କରାଯାଉଛି । ସେ ଜାତୀୟ ରାଜଧାନୀରେ କ୍ରମବର୍ଦ୍ଧିଷ୍ଣୁ କୋଭିଡ ମାମଲା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିକଟରେ ଦିଲ୍ଳୀରେ ଅଧିକ ପଜିଟିଭ ନମୁନା ଦେଖାଯାଇଥିବା କହିଥିଲେ । ପୁଣି ମୁଖା ପରିଧାନକୁ ବାଧ୍ୟତାମୂଳକ କରାଯାଇଥିବା ସେ ପ୍ରକାଶ କରିଥିଲେ । ମିଜୋରାମା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସାହାଯ୍ୟ ଓ ମାର୍ଗଦର୍ଶନ ରାଜ୍ୟକୁ ପୂର୍ବ ଲହରଗୁଡିକରେ ମୁକାବିଲା କରିବାରେ ସାହାଯ୍ୟ କରିଛି । ସେ ମଧ୍ୟ କେନ୍ଦ୍ରକୁ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଓ ବିକାଶମୂଳକ କାର୍ଯ୍ୟରେ ସହଯୋଗ ନିମନ୍ତେ ଧନ୍ୟବାଦ ଜଣାଇଥିଲେ ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନାମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ମାର୍ଗଦର୍ଶନ ରାଜ୍ୟରେ ପରବର୍ତ୍ତୀ କୋଭିଡ ଲହର ପରିଚାଳନା ନିମନ୍ତେ ବିଶେଷ ସହାୟକ ହୋଇଛି । କୋଭିଡ ଉଚିତ ମାର୍ଗଦର୍ଶକା ପାଳନ ପାଇଁ ଜନସଚେତନତା ଅଭିଯାନ ବେଶ ଫଳପ୍ରଦ ହୋଇଛି ବୋଲି ସେ କହିଥିଲେ । ହରିୟାଣା ମୁଖ୍ୟମନ୍ତ୍ରୀ ଦିଲ୍ଳୀ ଆଖପାଖ ଗୁରୁଗାଓଁ ଏବଂ ଫରିଦାବାଦର ଅଧିକ ମାମଲା ପରିଲକ୍ଷିତ ହୋଇଥିବା କହିଥିଲେ ।

ପ୍ରଧାନମନ୍ତ୍ରୀ ପ୍ରଥମେ ତାମିଲନାଡୁର ତାଞ୍ଜାଭୁର ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମନାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକଟ କରିଥିଲେ । ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠି (ପିଏମଏନଆରପି)ରୁ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ସହାୟତା ରାଶି ଘୋଷଣା କରିଥିଲେ ।
ପ୍ରଧାନମନ୍ତ୍ରୀ କେନ୍ଦ୍ର ଓ ରାଜ୍ୟର ମିଳିତ କରୋନା ମୁକାବିଲା ଉପରେ କହିଥିଲେ ।

ସେ ମୁଖ୍ୟମନ୍ତ୍ରୀ, ଅଧିକାରୀ ଓ ସମସ୍ତ କରୋନା ଯୋଦ୍ଧାଙ୍କୁ ସେମାନଙ୍କ ଉଦ୍ୟମ ପାଇଁ ପ୍ରଶଂସା କରିଥିଲେ । ସେ କହିଥିଲେ ଏକଥା ସ୍ପଷ୍ଟ ଯେ କରୋନାର ଆହ୍ୱାନ ଏବେ ମଧ୍ୟ ସମ୍ପୂର୍ଣ୍ଣଭାବେ ଯାଇନାହିଁ । ଓମିକ୍ରନ ଓ ଏହାର ସହ ପ୍ରଜାତିଗଣ ପୁଣି ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି ଓ ୟୁରୋପ ସମେତ ଅନେକ ଦେଶରେ ଏହା ଦେଖା ମଧ୍ୟ ଯାଇସାରିଲାଣି । ଅନେକ ଦେଶ ତୁଳନାରେ ଭାରତର ପରିସ୍ଥିତି ଅନେକ ଭଲ ରହିଛ । ତଥାପି ଗତ ଦୁଇ ସପ୍ତାହ ମଧ୍ୟରେ କେତେକ ରାଜ୍ୟରେ ବୃଦ୍ଧି ଘଟିଥିବା ମାମଲା ଦୃଷ୍ଟିରୁ ଆମକୁ ସତର୍କ ରହିବାକୁ ପଡିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓମିକ୍ରନ ଲହରକୁ ଗତ ଦୁଇବର୍ଷ ମଧ୍ୟରେ ଦୃଢ ମନୋବଳ ଓ ଆତଙ୍କିତ ନ ହୋଇ ମୁକାବିଲା କରାଯାଇଛି । କରୋନା ବିରୁଦ୍ଧରେ ସଂଗ୍ରାମ ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମି ଠାରୁ ଆରମ୍ଭ କରି ଅମ୍ଳଜାନ ଯୋଗାଣ ବା ଟିକାକରଣ ବ୍ୟବସ୍ଥାକୁ ଶକ୍ତିଶାଳୀ କରାଯାଇଛି । ତୃତୀୟ ଲହରରେ କୌଣସି ରାଜ୍ୟରେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇନାହିଁ ।

ଏହାକୁ ବ୍ୟାପକ ଟିକାକରଣ ଅଭିଯାନ ପରିପ୍ରେକ୍ଷୀରେ ତୁଳନା କରାଯାଇପାରେ । ସେ କହିଥିଲେ ଯେ ଟିକାକରଣ ପ୍ରତ୍ୟେକ ବ୍ୟକ୍ତି ନିକଟରେ ପହଞ୍ଚିଛି । ଗର୍ବର ବିଷୟ ଏହି ଯେ ଦେଶ ଜନସଂଖ୍ୟା ଶତକଡା ୯୬ଭାଗ ଅନୂନ୍ୟ ଗୋଟିଏ ମାତ୍ରା ଓ ୧୫ରୁ ଉର୍ଦ୍ଧ୍ୱ ବୟସର ଶତକଡା ୮୪ଭାଗ ବ୍ୟକ୍ତି ଦୁଇଟି ଯାକ ମାତ୍ରା ନେଇ ସାରିଛନ୍ତି । ଟିକା ବିଶେଷଜ୍ଞ ମତରେ କରୋନା ବିରୁଦ୍ଧରେ ସଂଗ୍ରାମ ସବୁଠାରୁ ବଡ ନିରାପତ୍ତା ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଦ୍ୟାଳୟମାନ ବହୁଦିନ ପରେ ଖୋଲିଛି । ହେଲେ କେତେକ ସ୍ଥାନରେ ଅଧିକ ମାମଲା ଦେଖାଯିବା ଯୋଗୁଁ ବାପା-ମାଆମାନେ ବ୍ୟସ୍ତ ହେଉଛନ୍ତି । ଅଧିକରୁ ଅଧିକ ପିଲା ଟିକା ନେଉଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ମାର୍ଚ୍ଚ ମାସରେ ୧୨ରୁ ୧୪ବର୍ଷ ମଧ୍ୟରେ ପିଲାଙ୍କୁ ଟିକା ଦେବାର ଅଭିଯାନ ଆରମ୍ଭ ହୋଇଥିଲା ଏବଂ ଗତକାଲିଠାରୁ ୬ରୁ ୧୨ବର୍ଷର ପିଲାଙ୍କୁ କୋଭାକ୍ସିନ ଟିକା ଦେବା ପାଇଁ ଅନୁମତି ମଞ୍ଜୁରୀ ମିଳିଛି ।

“ପ୍ରତ୍ୟେକ ଟିକା ଯୋଗ୍ୟ ପିଲାଙ୍କୁ ଯେତେଶୀଘ୍ର ସମ୍ଭବ ନେବା ପାଇଁ ଆମେ ଅଗ୍ରାଧିକାର ଦେଉଛୁ । ପୂର୍ବଭଳି ଏଥିପାଇଁ ବିଦ୍ୟାଳୟରେ ସ୍ୱତନ୍ତ୍ର ଅଭିଯାନମାନ ଆୟୋଜିତ ହେବ । ଶିକ୍ଷକ ଓ ଅଭିଭାବକମାନେ ଏôତନେଇ ସଚେତନ ହେବା ଉଚିତ” ବୋଲି ସେ କହିଥିଲେ । ଟିକା ନିରାପତ୍ତା ବଳୟକୁ ସୁଦୃଢ କରିବାକୁ ଦେଶର ବୟସ୍କମାନଙ୍କ ନିମନ୍ତେ ପ୍ରତିଷେଧକ ମାତ୍ରା ଉପଲବ୍ଧ । ଶିକ୍ଷକ, ମାଆ ବାପା ଓ ଅନ୍ୟାନ୍ୟ ଯୋଗ୍ୟ ବ୍ୟକ୍ତିମାନେ ମଧ୍ୟ ପ୍ରତିଷେଧକ ମାତ୍ରା ନେଇପାରିବେ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତୃତୀୟ ଲହର ବେଳେ ଭାରତରେ ଦିନକୁତ୍ତତିନିଲକ୍ଷ ପର୍ଯ୍ୟନ୍ତ ମାମଲା ଦୃଷ୍ଟିଗୋଚର ହୋଇଥିଲେ ମଧ୍ୟ ରାଜ୍ୟମାନେ ସାମାଜିକ ଓ ଆର୍ଥିକ କାର୍ଯ୍ୟକଳାପ ଜାରି ରଖି ପରିସ୍ଥିତିର ମୁକାବିଲା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରିସ୍ଥିତିକୁ ନିରନ୍ତର ଆମର ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଅନୁଧ୍ୟାନ କରୁଛନ୍ତି ଓ ଆମକୁ ସେମାନଙ୍କ ପ୍ରସ୍ତାବ ଅନୁସାରେ କାମ କରିବାକୁ ପଡିବ । “ରୋଗ ସଂକ୍ରମଣ ରୋକିବା ପ୍ରଥମରୁ ଆମର ଅଗ୍ରାଧିକାର ଥିଲା ଓ ବର୍ତ୍ତମାନ ମଧ୍ୟ ରହିବା ଉଚିତ । ଆମକୁ ଆମର ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତିକୁ ସେହିଭଳି ଦକ୍ଷତାର ସହ ତ୍ୱରାନ୍ୱିତ କରିବାକୁ ପଡିବ ବୋଲି ସେ କହିଥିଲେ ।

ଶତ ପ୍ରତିଶତ ଥଣ୍ଡା ଜ୍ୱର ମାମଲା ସହ ପଜିଟିଭ ମାମଲାଗୁଡିକର କୋଭିଡ ପ୍ରଜାତି ନିର୍ଦ୍ଧାରଣ ପାଇଁ ଜିନୋମ ସିକ୍ୱେନସିଂ, ସର୍ବସାଧାରଣ ସ୍ଥାନରେ କୋଭିଡ ମାର୍ଗଦର୍ଶିକା ପାଳନ ସହ ଆତଙ୍କିତ ନ ହେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ଡାକ୍ତରୀ ଭିତ୍ତିଭୂମି ଓ କର୍ମଚାରୀ ବ୍ୟବସ୍ଥାର ନିୟମିତ ଉନ୍ନତିକରଣ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।

ସମ୍ବିଧାନରେ ସହଯୋଗ ସଂଘୀୟତନ୍ତ୍ର ଭାବନା ଅନୁସାରେ ଭାରତ କରୋନା ବିରୁଦ୍ଧରେ ଏକ ସୁଦୀର୍ଘ ସଂଗ୍ରାମ ଜାରି ରଖିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବର୍ତ୍ତମାନର ବୈଶ୍ୱିକ ଦୃଶ୍ୟପଟ ଦୃଷ୍ଟିରୁ ଭାରତୀୟ ଅର୍ଥ ବ୍ୟବସ୍ଥାର ମଜବୁତୀକରଣର ଆର୍ଥିକ ନିଷ୍ପତ୍ତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗ ଏକାନ୍ତ ଅପରିହାର୍ଯ୍ୟ । ବୈଶ୍ୱିକ ଘଟଣାକ୍ରମ ଯୋଗୁଁ ଆମ ଉପରେ ଲଦି ଦିଆଯାଇଥିବା ସମସ୍ୟା ନିମନ୍ତେ ସଂଘୀୟତନ୍ତ୍ର ସହଯୋଗ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ଏହା କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଅବକାରୀ ଶୁଳ୍କ ହ୍ରାସ କରିବା ସହ ରାଜ୍ୟଗୁଡିକୁ ମଧ୍ୟ ଟିକସ ହ୍ରାସ କରିବାକୁ ଅନୁରୋଧ କରିଥିଲେ । ମାତ୍ର କେତେକ ରାଜ୍ୟ ଏହାକୁ ନ କରିବାକୁ ଲୋକଙ୍କ ଉପରେ ବୋଝ ପଡିବା ସହ ସେସବୁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଲା । ଏହା କେବଳ ସେ ରାଜ୍ୟବାସୀଙ୍କ ପ୍ରତି ଅନ୍ୟାୟ ନୁହେଁ ଏହା ପଡୋଶୀ ରାଜ୍ୟଗୁଡିକ ମଧ୍ୟ ପ୍ରଭାବିତ କରିବ । ରାଜସ୍ୱ ହାନୀ ସତ୍ତ୍ୱେ ଗୁଜରାଟ ଓ କର୍ଣ୍ଣାଟକ ଭଳି ରାଜ୍ୟ ଟିକସ ହ୍ରାସ କରିବା ସତ୍ୱେ ପଡୋଶୀ ରାଜ୍ୟଗୁଡିକ ରାଜସ୍ୱ ବୃଦ୍ଧି କରିବା ଲକ୍ଷ୍ୟରେ ଟିକସ ହ୍ରାସ କଲେ ନାହିଁ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେହିପରି ଗତ ନଭେମ୍ବର ମାସରେ ଭାଟ ହ୍ରାସ ପାଇଁ ଅନେକ ରାଜ୍ୟକୁ ଅନୁରୋଧ କରିଯାଇଥିଲେ ମଧ୍ୟ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ଝାଡଖଣ୍ଡ କୌଣସି କାରଣବଶତଃ ଏହା କଲେ ନାହିଁ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶତକଡା ୪୨ଭାଗ କେନ୍ଦ୍ରୀୟ ରାଜ୍ୟସ୍ୱ ରାଜ୍ୟ ସରକାରଙ୍କ ପାଖକୁ ଯାଇଥାଏ । “ଜଟିଳ ବୈଶ୍ୱିକ ପରିସ୍ଥିତି କାଳରେ ସହଯୋଗ ସଂଘୀୟତନ୍ତ୍ର ଭାବନାର ସହ ସମସ୍ତ ରାଜ୍ୟ କାର୍ଯ୍ୟ କରିବାକୁ ମୁଁ ନିବେଦନ କରୁଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାପମାତ୍ରା ବୃଦ୍ଧି ସହ ଜଙ୍ଗଲ ଓ ଘରଦ୍ୱାରରେ ଅଗ୍ନିକାଣ୍ଡ ବଢୁଛି । ସେ ବିଶେଷକରି ହସ୍ପିଟାଲ ଅଗ୍ନି ନିରାପତ୍ତା ଉପରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଖୁବ୍ କମ୍ ସମୟ ମଧ୍ୟରେ ଆମକୁ ଏହି ବଡ ଆହ୍ୱାନରେ ମୁକାବିଲା କରିବାକୁ ହେବ ବୋଲି ସେ କହିଥିଲେ ।