Home Industry ପିଏଲ୍‍ଆଇ ବଢାଇବ ଇସ୍ପାତ ଉତ୍ପାଦନ କ୍ଷମତା

ପିଏଲ୍‍ଆଇ ବଢାଇବ ଇସ୍ପାତ ଉତ୍ପାଦନ କ୍ଷମତା

ଭୁବନେଶ୍ୱର : ନୂତନ ଭାବେ ଆରମ୍ଭ କରାଯାଇଥିବା ପ୍ରଡକ୍ଟ ଲିଙ୍କ ଇନ୍ସେଟିଭ (ପିଏଲ୍‍ଆଇ) ପରିକଳ୍ପନା ବିଶେଷ ଷ୍ଟିଲ ଉତ୍ପାଦନ କ୍ଷମତା କୁ ବାର୍ଷିକ ୧୮ ମେଟ୍ରିକ ଟନରୁ ୬୦ ମେଟ୍ରିକ ଟନ କୁ ବୃଦ୍ଧି କରିବାରେ ସହାୟକ ହେବା ସହ ଅନ୍ୟ ଷ୍ଟିଲ କମ୍ପାନୀଙ୍କୁ ଓଡିଶାରେ ନିଜ ୟୁନିଟ ସ୍ଥାପନା ଦିଗରେ ବାଟ କଢ଼ାଇବ ବୋଲି ଓଡିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା (ଭା.ପ୍ର.ସେ) ଦୃଢୋକ୍ତି ପ୍ରକାଶ କରିଛନ୍ତି ।

FICCI ଓ IPICOLର ମିଳିତ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶାର ବିଶେଷ ଷ୍ଟିଲ ଶିଳ୍ପ ପାଇଁ ପ୍ରଡକ୍ଟ ଲିଙ୍କ ଇନ୍ସେଟିଭ (ପିଏଲ୍‍ଆଇ) ସମ୍ପର୍କିତ ଏକ ୱେବିନାରରେ ଯୋଗ ଦେବା ଅବସରରେ ଶ୍ରୀ ଶର୍ମା ଓଡ଼ିଶାର ପ୍ରଲୁବ୍ଧ ଖଣିଜ ପଦାର୍ଥ, ଉନ୍ନତ ନୀତିଗତ ଢାଞ୍ଚା ଓ ମାନବ ସମ୍ବଳ ଏବଂ ଏକ ସ୍ଥିର ସରକାର ରାଜ୍ୟରେ ଷ୍ଟିଲ ଶିଳ୍ପର ଉନ୍ନତି ଦିଗରେ ବିଶେଷ ସହାୟକ ହେଉଛି ବୋଲି ମତବ୍ୟକ୍ତ କରିଥିଲେ ।

ସ୍ୱତନ୍ତ୍ର ଇସ୍ପାତ ଶିଳ୍ପ ପାଇଁ କେନ୍ଦ୍ର କ୍ୟାବିନେଟ ୬,୩୨୨ କୋଟି ଟଙ୍କା ପିଏଲ୍‍ଆଇ ଯୋଜନାକୁ ଅନୁଦାନ ଦେଇଛି ଯାହା ଅନ୍ୟୁନ ୪୦,୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ନିବେଶକାରୀଙ୍କୁ ଆକର୍ଷିତ କରିବ। ଦେଶର ଶିଳ୍ପ କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ନେଉଥିବା ଓଡିଶା ମଧ୍ୟ ଏହି ଯୋଜନା ଅନ୍ତର୍ଗତ ଆବଶ୍ୟକୀୟ ସହାୟତା ବୃଦ୍ଧି କରି ନିଜର ଉତ୍ପାଦନ କ୍ଷମତା ଦ୍ବିଗୁଣିତ କରି ପାରିବ ।

ଭାରତର ଅଗ୍ରଣୀ ଇସ୍ପାତ ଶିଳ୍ପପତିଙ୍କ ଉଅସ୍ଥିତିରେ ଆୟୋଜିତ ଏହି ଭର୍ଚୁଆଲ ବୈଠକରେ ଇପିକଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭୁପିନ୍ଦର ସିଂ ପୁନିଆ ଓଡିଶା ରାଜ୍ୟକୁ ଶିଳ୍ପ ଅନୁକୁଳ କରିବା ପାଇଁ ଆବଶ୍ୟକୀୟ ସଂସ୍କାର ଓ ପଦକ୍ଷେପ ନିଆଯାଉଛି ଏବଂ ଶିଳ୍ପ କ୍ଷେତ୍ର ସହ ଜଡିତ ସମସ୍ତ କମ୍ପାନୀ ମାନଙ୍କୁ ଓଡିଶା ପରିଦର୍ଶନରେ ଆସି ଏଠାରେ ଉପଲବ୍ଧ ଥିବା ବିନିଯୋଗ ସୁବିଧାର ଅନୁସନ୍ଧାନ କରିବାକୁ ଆମନ୍ତ୍ରଣ କରିଥିଲେ ।

ସମ୍ଭାବ୍ୟ ନିବେଶକଙ୍କୁ ପିଏଲ୍‍ଆଇ ଯୋଜନା ଏବଂ ଉନ୍ନତ ଶିଳ୍ପ ସ୍ଥାପନା ଦିଗରେ ଓଡ଼ିଶାରେ ଉପଲବ୍ଧ ସୁବିଧା ଓ ସୁଯୋଗ ସମ୍ପର୍କିତ ଏକ ଉପସ୍ଥାପନା ପ୍ରଦର୍ଶନ କରାଯାଇଥିଲା ।

ଏହି ୱେବିନାରରେ ଅନେକ ଅଗ୍ରଣୀ ଶିଳ୍ପପତିଙ୍କ ସମେତ ବହୁ କେନ୍ଦ୍ର ତଥା ରାଜ୍ୟର ଉଚ୍ଚ ପଦାଧିକାରୀ ଯଥା ଭି.ଆର ଶର୍ମା (MD JSPL) , ଡକ୍ଟର ମୁକେଶ କୁମାର, ନିର୍ଦ୍ଦେଶକ SRTMI, କଲ୍ୟାଣ ମହାନ୍ତି,CGM IPICOL, ଏନ. ଗୌରୀଶଙ୍କର ରାଓ, ନିର୍ଦେଶକ ବିତ୍ ଯୋଗ ଦେଇଥିଲେ ।

ଓଡିଶା କ୍ରମାଗତ ଭାବେ ଇସ୍ପାତ ଉତ୍ପାଦନ କ୍ଷମତା ବୃଦ୍ଧି କରିବାରେ ଲାଗିଛି। ୨୦୦୦ ମସିହାରେ ଯେଉଁଠି ବାର୍ଷିକ ୨ ମେଟ୍ରିକ ଟନ ଉତ୍ପାଦନ ହେଉଥିଲା ସେଠି ଆଜି ବାର୍ଷିକ ୨୦ ମେଟ୍ରିକ ଟନ ଉତ୍ପାଦନ ହେଇପାରୁଛି| ଡାଉନଷ୍ଟ୍ରିମ ସେକ୍ଟରରେ ନୂତନ ସୁଯୋଗ ସହିତ ରାଜ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ୨୦୩୦ , ଭାରତର ଇସ୍ପାତ ହବ ରେ ପରିଣତ ହେବାକୁ ଯାଉଛି ।