Home General ପିଏମଏମଏସୱାଇ ରେ ଓଡିଶା ଲାଭାନ୍ୱିତ

ପିଏମଏମଏସୱାଇ ରେ ଓଡିଶା ଲାଭାନ୍ୱିତ

ଭୁବନେଶ୍ୱର : ପ୍ରଧାନ ମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ) ରୁ ଓଡିଶା ତାହାର ପଡୋଶୀ ରାଜ୍ୟମାନଙ୍କ ତୁଳନାରେ ଅଧିକ ଲାଭାନ୍ୱିତ ହୋଇଛି । କେନ୍ଦ୍ର ମତ୍ସ୍ୟ, ପଶୁସମ୍ପଦ ଏବଂ ଦୁଗ୍ଧ ମନ୍ତ୍ରଣାଳୟ ଅଧିନସ୍ଥ ମତ୍ସ୍ୟ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାରେ ଓଡିଶାରେ ହିତାଧିକାରୀଙ୍କ ସଂଖ୍ୟା ୩୭ହଜାରକୁ ଟପିଯାଇଛି ।

ତେବେ ଏହି କେନ୍ଦ୍ରୀୟ ଯୋଜନାରେ ପଡୋଶୀ ଝାଡଖଣ୍ଡରେ ମାତ୍ର ୩୩୪୭ ଚାଷୀ ସାମିଲ ଥିବାବେଳେ ଛତିଶଗଡରେ ଚାଷୀଙ୍କ ସଂଖ୍ୟା ୨୯,୬୮୭ ଓ ତେଲେଙ୍ଗାନାରେ ଏହି ସଂଖ୍ୟା ୩୫,୫୯୦ ରହିଛି । ତେଣୁ ପୂର୍ବ ଭାରତର ଉପକୂଳବର୍ତ୍ତୀ ରାଜ୍ୟଗୁଡିକ ମଧ୍ୟରେ ଓଡିଶା ଅଧିକ ଲାଭ ପାଇଥିବା ଅଧିକାରୀମାନେ ସ୍ୱୀକାର କରୁଛନ୍ତି ।

୨୦୨୦-୨୧ ବର୍ଷ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୦,୦୫୦ କୋଟି ଟଙ୍କା ନିବେଶ ସହିତ ପିଏମଏମଏସ୍‍ୱାଇ ଯୋଜନା କାର୍ଯ୍ୟକାରୀ ହେଉଛି । କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ, ଜାତୀୟ ମତ୍ସ୍ୟ ବିକାଶ ବୋର୍ଡ (ଏନ୍‍ଏଫ୍‍ଡିବି) ଅଧିନରେ ଥିବା ଜାତୀୟ ମଧୁରଜଳ ମତ୍ସ୍ୟ ବିହନ ବ୍ୟାଙ୍କ (ଏନଏଫଏଫବିବି) ସହାୟତାରେ ପ୍ରତିବର୍ଷ ଜୁଲାଇ ୧୦ତାରିଖ ମତ୍ସ୍ୟ ଚାଷୀ ଦିବସ ସହିତ ଅନ୍ୟ ସମୟରେ ବି ହିତାଧିକାରୀଙ୍କ ସହିତ ଆଲୋଚନା ଜାରି ରଖିଛି । ଚାଷୀମାନଙ୍କୁ କିଭଳି ଗୁଣାତ୍ମକ ମତ୍ସ୍ୟ ବିହନ ଯୋଗାଯାଇ ପାରିବ ସେ ସଂକ୍ରାନ୍ତରେ ହିତାଧିକାରୀମାନେ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରୁଛନ୍ତି । ଏ ନେଇ ଏନଏଫ୍‍ଡିବି-ଏନ୍‍ଏଫଏଫବିବି ପକ୍ଷରୁ ନିୟମିତ ଭାବେ ଚାଷୀ ଓ ହିତାଧିକାରୀଙ୍କ ମତାମତ ସଂଗ୍ରହ କରାଯାଉଛି ।

ଯାଆଁଳ ଉତ୍ପାଦନ କେନ୍ଦ୍ରଗୁଡିକୁ ପଞ୍ଜିକରଣ କରିବା ସହିତ ସେମାନଙ୍କ ଜରିଆରେ ଉନ୍ନତମାନର ବିକଶିତ ଯାଆଁଳ ଯୋଗାଣର ବ୍ୟବସ୍ଥା ହୋଇଛି । ଏନ୍‍ଏଫ୍‍ଡିବି-ଏନଏଫ୍‍ଏଫବିବି ଦ୍ୱାରା ୧୩ଟି ରାଜ୍ୟରେ ୭୦ ଯାଆଁଳ ଉତ୍ପାଦନ କେନ୍ଦ୍ର ପଞ୍ଜିକୃତ ହେବା ସହିତ ୧୪ଟି ରାଜ୍ୟରେ ପାନ୍‍-ଇଣ୍ଡିଆ ଆଧାରରେ ୪୯ ବିହନ ଉତ୍ପାଦକଙ୍କ ସହିତ ଅନୁବନ୍ଧିତ ହୋଇଛି । ମୁମ୍ବାଇ ସ୍ଥିତ ଆଇସିଏଆରସିଆଇଏଫ୍‍ଇ ରେ ଦେଶୀ ମାଗୁର ଏବଂ ଭୁବନେଶ୍ୱର ସ୍ଥିତ ଆଇସିଏଆର-ସିଫା ପକ୍ଷରୁ ମଧୁରଜଳ ଚିଙ୍ଗୁଡି ଯାଆଁଳକୁ ପ୍ରୋତ୍ସାହନ ଦିଆଯାଉଛି । ଭୁବନେଶ୍ୱର ସ୍ଥିତ ଏନଏଫ୍‍ଏଫ୍‍ବିବି ପରିସରରେ ମଧୁରଜଳ ଚିଙ୍ଗୁଡି ଯାଆଁଳ ବ୍ୟାଙ୍କ୍‍ ସ୍ଥାପନ ସହିତ ଏହାକୁ ଦେଶର ବିଭିନ୍ନ କେନ୍ଦ୍ରକୁ ପଠାଇବାକୁ ପଦକ୍ଷେପ ଗ୍ରହଣ କରାଯାଉଛି । (ତଥ୍ୟ)