Home General ପାସେଞ୍ଜର ଟ୍ରେନ ଚଳାଚଳ ଆରମ୍ଭ

ପାସେଞ୍ଜର ଟ୍ରେନ ଚଳାଚଳ ଆରମ୍ଭ

ଭୁବନେଶ୍ୱର : ଯାତ୍ରୀମାନଙ୍କ ସୁବିଧା ପାଇଁ ନିମ୍ନଲିଖିତ ଅନୁଯାୟୀ ବିଶାଖାପାଟନମ୍-ଅମୃତସର-ବିଶାଖାପାଟନମ୍ ହିରାକୁଦ୍ ସ୍ପେଶାଲ୍, ପୁରୀ-ହାଓଡ଼ା-ପୁରୀ ଜଗନ୍ନାଥ ସ୍ପେଶାଲ୍ ଏବଂ ଖୋର୍ଦ୍ଧା ରୋଡ୍-ପୁରୀ-ଖୋର୍ଦ୍ଧା ରୋଡ୍ ପାସେଞ୍ଜର ସ୍ପେଶାଲ ସେବା ପ୍ରାରମ୍ଭ କରିବାକୁ ରେଳବାଇ ପକ୍ଷରୁ ନିମ୍ନ ଲିଖିତ ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି |

08503/08504 ବିଶାଖାପାଟନମ୍-ଅମୃତସର-ବିଶାଖାପାଟନମ୍ ହିରାକୁଦ୍ ସ୍ୱତନ୍ତ୍ର ତ୍ରି-ସାପ୍ତାହିକ ସ୍ପେଶାଲ ଟ୍ରେନ ବିଶାଖାପାଟନମ୍ ଠାରୁ 11 ସେପ୍ଟେମ୍ବର, 2021ରୁ ଏବଂ ଅମୃତସରରୁ 15 ସେପ୍ଟେମ୍ବର, 2021 ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରାଯିବାକୁ ନିଷ୍ପତ୍ତି ନିଆଯାଇଅଛି |  ପୂର୍ବରୁ ଚାଲୁଥିବା ପାରମ୍ପରିକ କୋଚଗୁଡ଼ିକ ବଦଳରେ ହୀରାକୁଦ ସ୍ପେଶାଲ୍ ଟ୍ରେନ୍ ଆଧୁନିକ ଲିଙ୍କେ-ହୋଫମ୍ୟାନ୍-ବସ୍ (LHB) କୋଚ୍ ସହିତ ଚଳାଚଳ କରିବ |    

ଏହି ଟ୍ରେନ୍ ପ୍ରତି ମଙ୍ଗଳବାର, ଶୁକ୍ରବାର ଏବଂ ଶନିବାର ଦିନ 0025 ଘଣ୍ଟାରେ (ସୋମ, ଗୁରୁ ଓ ଶୁକ୍ରବାର ରାତ୍ରି ୧୨ଘ.୨୫ମି.ରେ) ବିଶାଖାପାଟନମ୍ ଛାଡିବ ଏବଂ ପ୍ରତ୍ୟେକ ବୁଧବାର, ଶନିବାର ଏବଂ ରବିବାର ଦିନ ଅମୃତସରରୁ ରାତ୍ରି ୧୧ଘ.୫୫ମି.ରେ ଛାଡିବ | ଏହି ଟ୍ରେନ୍ ଭୁବନେଶ୍ୱର-ସମ୍ବଲପୁର-ବିଳାସପୁର-କାଟନି ମୁରୱାରା-ଝାନ୍ସୀ-ଆଗ୍ରା କାଣ୍ଟ-ନୂଆଦିଲ୍ଲୀ-ଜଳନ୍ଧର ମାର୍ଗ ଦେଇ ଚଳାଚଳ କରିବ ଏବଂ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ମାନଙ୍କରେ ରହଣି କରିବ |

08410/08409 ପୁରୀ-ହାଓଡ଼ା-ପୁରୀ ସ୍ପେଶାଲ୍ ପୁରୀ ରୁ 15 ସେପ୍ଟେମ୍ବର ଠାରୁ ରାତ୍ରି ୧୦ଘ.୪୦ମି.ରେ ଏବଂ ହାଓଡ଼ାରୁ 16 ସେପ୍ଟେମ୍ବର, 2021 ଠାରୁ ସନ୍ଧ୍ୟା ୭ଘ.୦୫ମି.ରେ ପ୍ରତିଦିନ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ | ଏହି ଟ୍ରେନ୍ ପୁରୀ ଓ ହାଓଡ଼ା ମଧ୍ୟରେ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ୍, ବାଲେଶ୍ୱର, ବସ୍ତା, ଜଳେଶ୍ୱର, ବେଲଦା,ଖଡଗପୁର, ମେଛେଦା ଏବଂ ସାନ୍ତ୍ରାଗଛି ଷ୍ଟେସନ ମାନଙ୍କ ଠାରେ ରହଣି କରିବ |

08404/08403 ପୁରୀ-ଖୋର୍ଦ୍ଧା ରୋଡ୍-ପୁରୀ ପାସେଞ୍ଜର ସ୍ପେଶାଲ୍ ପୁରୀରୁ 20 ସେପ୍ଟେମ୍ବର ଠାରୁ ସନ୍ଧ୍ୟା ୫ଘ.୪୫ମି.ରେ  ଛାଡିବାକୁ ଥିବାବେଳେ ଏହା 21 ସେପ୍ଟେମ୍ବର, 2021 ଠାରୁ ଖୋର୍ଦ୍ଧା ରୋଡ଼ ରୁ ସକାଳ ୭ଘ.୪୫ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |  ଏହି ଟ୍ରେନ୍ ଉଭୟ ଦିଗରୁ ପୁରୀ ଏବଂ ଖୋର୍ଦ୍ଧା ରୋଡ୍ ମଧ୍ୟରେ ମାଳତୀପାଟପୁର, ଜାନକିଦେଇପୁର, ସାକ୍ଷୀଗୋପାଳ, ବୀରପୁରୁଷୋତ୍ତମପୁର, ଜେନାପୁର ରୋଡ଼, ଡେଲାଙ୍ଗ, କଣାସ ରୋଡ୍, ମୋଟାରୀ ଏବଂ ହରିପୁରଗ୍ରାମ ଷ୍ଟେସନ ମାନଙ୍କରେ ରହଣି କରିବ |